ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କୁମୁଦିନୀ ନାଏକଙ୍କ ପରଲୋକ

ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କୁମୁଦିନୀ ନାଏକଙ୍କ ପରଲୋକ

ଧର୍ମଗଡ ବ୍ଲକ ଅନ୍ତର୍ଗତ ବନ୍ଧପଡ଼ା(କୁଟ୍ରୁ) ନୂତନ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କୁମୁଦିନୀ ନାଏକଙ୍କ ୫୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। କଛି ଦିନ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସତ ହେଉଥିଲେ। ଧର୍ମଗଡ ଅଞ୍ଚଳର ବିଶିଷ୍ଟ ଫୁଟବଲ ଖେଳାଳୀ ତଥା ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ସ୍ୱର୍ଗତ କୈଳାଶ ଚନ୍ଦ୍ର ନାଏକ ଙ୍କ ସେ ବଡ଼ ଝିଅ ଥିଲେ। ତାଙ୍କ ସ୍ଵାମୀ ସୁବାସ ଚନ୍ଦ୍ର ନାଏକ କାଶୀବାହାଲ ଗୁରୁଜୀ ମଧୁସୂଦନ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଭାବେ ଅବସ୍ଥାପିତ ଅଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଆତ୍ମୀୟସ୍ୱଜନ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ସେ ଜଣେ ଛାତ୍ରବତ୍ସଲ, ମେଲାପି ଓ ପରୋପକାରୀ ଶିକ୍ଷୟତ୍ରୀ ଥିବାରୁ ତାଙ୍କର ବିୟୋଗରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମହଲରେ ଶୋକର ଛାୟା ଖେଳି ଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ନୀଳମଣୀ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସେଲ ତରଫରୁ ଆୟୋଜିତ ଆଲୋଚନା ଚକ୍ର

Sunil Chandra Nayak

ଅଚିନ୍ତା ନିଦରେ ଶୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ଲୋକେ ହେଉଛନ୍ତି ହନ୍ତସନ୍ତ

Sunil Chandra Nayak

ଜିଲ୍ଲାସ୍ତରୀୟ ସରଗିଫୁଲ ସମାରୋହ ଉଦଘାଟିତ

masiha

Leave a Comment

error: Content is protected !!