ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଓ ଆଲୋଚନାଚକ୍ର 

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଓ ଆଲୋଚନାଚକ୍ର 

ରାଉରକେଲା: ସହରର ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଓ ଆଲୋଚ୍ୟ ବିଷୟ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସମ୍ପର୍କରେ ଆଲୋଚନାଚକ୍ର ପ୍ରଗତି ଉତ୍କଳ ସଂଘ ଠାରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ରାଧାକାନ୍ତ ମିଶ୍ର ଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ୱ ଓ ମୁଖପାତ୍ର କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ସ୍ବତନ୍ତ୍ର ଅତିଥି ଭାବେ ଆରଏସପି ର ପ୍ରାକ୍ତନ ମହାପ୍ରବନ୍ଧକ ଇଂ ଅଭୟ କୁମାର ଦାସ ଓ ବିଷୟ ବିଶେଷଜ୍ଞ ଭାବେ ବେଦବ୍ୟାସ ମହାବିଦ୍ୟାଳୟର ଇତିହାସ ବିଭାଗର ପ୍ରାଧ୍ୟାପକ ଡାକ୍ତର ସାହୁ ଯୋଗଦେଇ ଥିଲେ। ଏହି ଅବସରରେ ଆଲୋଚ୍ୟ ପ୍ରସଙ୍ଗରେ ଆଲୋଚନା କରି ପ୍ରଧ୍ୟାପକ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ କହିଲେ ଯେ ପୂଣ୍ୟଶ୍ଳୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏକ ଅନିର୍ବାଣ ଦୀପଶିଖା। ସେ ଥିଲେ ଉତ୍କଳ ଖଣ୍ଡର ନବଜାଗରଣ ର ଅଗ୍ରଣୀ ପୁରୋଧା। ଶ୍ରୀରାମଚନ୍ଦ୍ର ଜଣେ ପ୍ରଜାହିତ୍ୟେଷୀ ରାଜା,ଜାତିର ପୁରୋଧା, ଓଡ଼ିଶାର ଏକତ୍ରିକରଣର ନିରନ୍ତର ପ୍ରୟାସ, ଉତ୍କଳମଣି ଗୋପବନ୍ଧୁ ସହ ତାଙ୍କର ଯୋଗାଯୋଗ ମଣି କାଞ୍ଚନ ଯୋଗ,ଦେଶ ଓ ଭାଷା ପ୍ରତି ସମର୍ପିତ ଭାବ,ରାଜସ୍ବ ବୃଦ୍ଧି ହିଁ ତାଙ୍କ ଜୀବନାଦର୍ଶ ଥିଲା। ସ୍ବତନ୍ତ୍ର ଅତିଥି ଇଂ ଦାସ ତାଙ୍କ ବକ୍ତବ୍ୟରେ ଶ୍ରୀରାମଚନ୍ଦ୍ର ଥିଲେ ଓଡ଼ିଆ ସାହିତ୍ୟ କଳା ସଂସ୍କୃତିର ମହାନ ପୃଷ୍ଠପୋଷକ ତଥା ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ଵ ବୋଲି ମତ ରଖିଥିଲେ। ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ୍ ଡ ସନାତନ ପ୍ରଧାନ ଅତିଥି ମାନଙ୍କ ପରିଚୟ ସହ ତାଙ୍କ ବକ୍ତବ୍ୟରେ ଶ୍ରୀରାମଚନ୍ଦ୍ରଙ୍କୁ ରାଜ ଶାସନରେ ସେବାକୁ ମୂଳମନ୍ତ୍ର ଭାବେ ଲକ୍ଷ୍ୟରଖି ପ୍ରଜାଙ୍କ ମଙ୍ଗଳ ଓ ସର୍ବବିଧ ଉନ୍ନତି ପାଇଁ ନିଜକୁ ସମର୍ପିତ କରିଥିବା ବ୍ୟକ୍ତିତ୍ବ ଭାବେ ମତ ରଖିଥିଲେ। ଏହି ଅବସରରେ ରାଉରକେଲା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଡ ପ୍ରତାପ ସ୍ଵାଇଁ ଅଡୁଆ ସିଦ୍ଧାନ୍ତ ଶୀର୍ଷକ ଗଳ୍ପପାଠ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ କବୀ ସବିତା ବସ୍ତିଆ ଓ ଗୈ।ତମ ଦାସଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବଶ୍ରୀ ଉପେନ୍ଦ୍ର କୁମାର ବସ୍ତିଆ, ଆଶୁତୋଷ ଜ୍ୟୋତିଷ, କୁଞ୍ଜବିହାରୀ ରାଉତ, ବ୍ରଜେନ୍ଦ୍ର ଦାଶ, ନିକୁଞ୍ଜ ବିହାରୀ ଦାଶ, ଅଶୋକ ପଟ୍ଟନାୟକ, ସତ୍ୟନାରାୟଣ ଦାଶ, କାଶୀନାଥ ନନ୍ଦୀ, ସଂଜୀବ କୁମାର ଭୋଇ, ସବିତା ବସ୍ତିଆ ଓ ଗୈ।ତମ ଦାସ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଚନ୍ଦ୍ରଶେଖର ଶତପଥୀ,ଡା କୃପାସିନ୍ଧୁ ନାୟକ,ବିଜୟ କୁମାର ପାତ୍ର, ଟୁକୁଲା ପାଢ଼ୀ, ପର୍ଶୁରାମ ପଟ୍ଟନାୟକ, ଆଟମ ରଥ,ଡ ଶକ୍ତି ପ୍ରସାଦ ସାମନ୍ତରାୟ, ଅକ୍ଷୟ ସାମଲ, ଅରବିନ୍ଦ ପାତ୍ର, କୈଳାଶ ଚନ୍ଦ୍ର ମାହାଳି, ରାଧାମୋହନ ନାୟକ, ପ୍ରଦୀପ କୁମାର ପଟ୍ଟନାୟକ, ଇନ୍ଦ୍ରମଣି ମହାପାତ୍ର, ନାରାୟଣ ଚନ୍ଦ୍ର ମହନ୍ତ, ବିନୋଦ କୁମାର ତନ୍ତୀ,ଗୈ।ତମ ସିଂହ, ଆଶିଷ କୁମାର ଦାଶ,ପ୍ରୀତମ ମହାନ୍ତି,କେ ଅର୍ଜୁନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସଂଯୋଜକ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପଟ୍ 

Related posts

ହାଇ ଏଚିଭର ପରୀକ୍ଷା ଦେଲେ ଜିଲ୍ଲାର ୧୨୩୭ ଛାତ୍ରଛାତ୍ରୀ

Sunil Chandra Nayak

ବିଜାତଳାରେ ଜବରଦଖଲକାରୀଙ୍କୁ ଘର ଉପରେ ଚଢ଼ିଲା ଜେସିବି,ଜବରଦଖଲକାରୀଙ୍କୁ ମଧ୍ୟରେ କୋକୁଆ ଭୟ

Sunil Chandra Nayak

ନବ ଭାରତ ସାକ୍ଷରତା “ଉଲ୍ଲାସ” କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!