ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ବ୍ଲକରେ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ

ଧରାକୋଟ ବ୍ଲକରେ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ

ଆସିକା, ୨୯/୭/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକ ସଭାଗୃହ ରେ 2025/26 ବର୍ଷର ମନରେଗା ଯୋଜନା ର ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏ ପି ଓ ନନ୍ଦିନୀ ଦାସ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଭଞ୍ଜନଗର ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ତହସିଲଦାର ଲମ୍ବୋଦର ମାରାଣ୍ଡି, ବି ଡି ଓ ତୃପ୍ତିମୟି ଜେନା, ଜିଲ୍ଲା ସାମାଜିକ ସଂଯୋଜକ ରବୀନ୍ଦ୍ର ମଲାଣ, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ , ଏ ବି ଡି ଓ ଭବାନୀ ଶଙ୍କର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଧରାକୋଟ ବ୍ଲକର ଅଠର ଗୋଟି ପଞ୍ଚାୟତ ରେ 25043 ଜଣ ଜବକାର୍ଡ ଧାରି ଙ୍କ ପାଇଁ 573830 ଶ୍ରମ ଦିବସ ସୃଷ୍ଟି ହୋଇଛି। ସେହିପରି 524 ଜନ ଜବକାର୍ଡ ଧରି ଶହେ ଦିନ ଶ୍ରମ ଦିବସ ପୂରଣ କରିଛନ୍ତି । 2025/26 ବର୍ଷରେ ମନରେଗା ଯୋଜନାରେ ମୋଟ ତିନି କୋଟି ସତର ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସଂପ୍ରତି ବି ଭି ଜି ରାମ ଜି ଆରମ୍ଭ ହୋଇଯାଇଥିବାରୁ ଏହାର ସଫଳ ରୂପାୟନ ପାଇଁ ସମସ୍ତେ ତତ୍ପର ଓ ସହଯୋଗ କରିବା ପାଇଁ ଉପସ୍ଥିତ ପଦାଧିକାରୀ ମାନେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ମନରେଗା ବିଭାଗର ଅମେସ ବେହେରା, ଦୀପକ ପଟ୍ଟନାୟକ,ସଞ୍ଜୀବ ରାଉଳ ,ଆଶୁତୋଷ ପ୍ରଧାନ ଙ୍କ ସମେତ ସମସ୍ତ ସହକାରି ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ,ପି ଇ ଓ, ଏ ଡି ଇ ଓ ଉପସ୍ଥିତ ରହିଥିଲେ।

Related posts

ତିଳେଇମାଲରେ ଶିକ୍ଷା ସଚେତନତା ଅଭିଯାନ ‘ବାଧାରୁ ପରିବର୍ତ୍ତନ’ ଆରମ୍ଭ

Sunil Chandra Nayak

ଶ୍ରୀଜଗନ୍ନାଥ ସୌରଭ ସମ୍ଭାର ହିନ୍ଦୀ ପୁସ୍ତକ ଓ “ଶ୍ରୀଜଗନ୍ନାଥ ରଥଯାତ୍ରା ଉତ୍ସବ” ଶାସ୍ତ୍ର ଓ ସଂସ୍କୃତି ସମ୍ବନ୍ଧୀୟ ଆନ୍ତର୍ଜାତୀୟ ଆଲୋଚନା ଚକ୍ର ଅନଷ୍ଠିତ

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟ ରେ ବିଶ୍ଵ ରେଡକ୍ରସ ଦିବସ ପାଳିତ

Leave a Comment

error: Content is protected !!