ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ବ୍ଲକରେ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ

ଧରାକୋଟ ବ୍ଲକରେ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ

ଆସିକା, ୨୯/୭/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକ ସଭାଗୃହ ରେ 2025/26 ବର୍ଷର ମନରେଗା ଯୋଜନା ର ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏ ପି ଓ ନନ୍ଦିନୀ ଦାସ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଭଞ୍ଜନଗର ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ତହସିଲଦାର ଲମ୍ବୋଦର ମାରାଣ୍ଡି, ବି ଡି ଓ ତୃପ୍ତିମୟି ଜେନା, ଜିଲ୍ଲା ସାମାଜିକ ସଂଯୋଜକ ରବୀନ୍ଦ୍ର ମଲାଣ, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ , ଏ ବି ଡି ଓ ଭବାନୀ ଶଙ୍କର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଧରାକୋଟ ବ୍ଲକର ଅଠର ଗୋଟି ପଞ୍ଚାୟତ ରେ 25043 ଜଣ ଜବକାର୍ଡ ଧାରି ଙ୍କ ପାଇଁ 573830 ଶ୍ରମ ଦିବସ ସୃଷ୍ଟି ହୋଇଛି। ସେହିପରି 524 ଜନ ଜବକାର୍ଡ ଧରି ଶହେ ଦିନ ଶ୍ରମ ଦିବସ ପୂରଣ କରିଛନ୍ତି । 2025/26 ବର୍ଷରେ ମନରେଗା ଯୋଜନାରେ ମୋଟ ତିନି କୋଟି ସତର ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସଂପ୍ରତି ବି ଭି ଜି ରାମ ଜି ଆରମ୍ଭ ହୋଇଯାଇଥିବାରୁ ଏହାର ସଫଳ ରୂପାୟନ ପାଇଁ ସମସ୍ତେ ତତ୍ପର ଓ ସହଯୋଗ କରିବା ପାଇଁ ଉପସ୍ଥିତ ପଦାଧିକାରୀ ମାନେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ମନରେଗା ବିଭାଗର ଅମେସ ବେହେରା, ଦୀପକ ପଟ୍ଟନାୟକ,ସଞ୍ଜୀବ ରାଉଳ ,ଆଶୁତୋଷ ପ୍ରଧାନ ଙ୍କ ସମେତ ସମସ୍ତ ସହକାରି ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ,ପି ଇ ଓ, ଏ ଡି ଇ ଓ ଉପସ୍ଥିତ ରହିଥିଲେ।

Related posts

ଭବାନୀପାଟଣାରେ ଇପିଏଫ ପେନସନ ଭୋଗୀମାନଙ୍କ ଧାରଣା

masiha

ପଦ୍ମନାଭ ପରେ କୋଇଡା’ର  କେଉଁ ମାଇନିଙ୍ଗ ଅଫିସର ର  ପାଳି ?

masiha

୧- ଛଦେଶ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ,ବଢୁଛି ଅସନ୍ତୋଷ , ୨- କାମାକ୍ଷାନଗର ରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ , ୩- ବିଦ୍ୟୁତ୍ ସ୍ବାଡ୍‌ର ଚଢ଼ଉକୁ ନେଇ ଉତ୍ତେଜନା , ୪- କାମାକ୍ଷାନଗର ମହାବିଦ୍ୟାଳୟ ପକ୍ଷରୁ ସାମ୍ୱାଦିକ ଗୌରବ ଗିରିଶ ନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ , ୫-ଢେଙ୍କାନାଳ ସହରରେ ବୋମାମାଡ଼ ଘଟଣା ଦୁଇ ସାହି ମଧ୍ୟରେ ଚାପା ଉତ୍ତେଜନା , ୬- ଶାମାଚରଣପୁର ଓଭରବ୍ରିଜ୍ ବାଡ଼ରେ ପିଟିହୋଇ ବାଇକ ଚାଳକ ମୃତ ,୭- ଆଉ କିଛି ଦିନ ପରେ ଗଣେଶ ପୂଜା ଥିବାରୁ ମୂର୍ତ୍ତି କାରିଗରମାନେ ଗଣେଶ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ , ୮- ସାମ୍ବାଦିକ ଗୌରବ ଗିରୀଶ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!