ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ 

ସମାଜସେବୀ ଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ 

ଆସିକା, ୨୯/୭/୨୬ (ଶିବ ଶଙ୍କର ମିଶ୍ର ) ବୁଧବାର ଦିନ ଧରାକୋଟ ସ୍ଥିତ କଳା ବିକାଶ କେନ୍ଦ୍ର ଠାରେ ସମାଜସେବୀ ସୁନିଲ କୁମାର ମହାନ୍ତି ଙ୍କ ଆହ୍ୱାନ ରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି | ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ଅଞ୍ଚଳର ବିକାଶ ସହ ରାଜନୀତି ରୁ ଉର୍ଦ୍ଧ ରେ ରହି ସମସ୍ତ ଜନସାଧାରଣ ମାନଙ୍କ ସେବା କରିବା ତଥା ସମସ୍ତ ଙ୍କ ସହଯୋଗରେ ସମାଜ କୁ ସରସ ସୁନ୍ଦର କରି ଗଢିବା ବୋଲି ସମାଜସେବି ସୁନୀଲ ଭାଇ ମତ ପ୍ରକାଶ କରିଥିଲେ | ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଟୁକୁନା ନାୟକ,ଶିବ ଶଙ୍କର ପାତ୍ର,ଟୁନା ବିଷୋୟୀ,ଦେବାଶିଷ ମିଶ୍ର,ପବିତ୍ର ବିଷୋୟୀ, ଅନୁପ ଜେନା, ଅଶ୍ୱିନ ବିଷୋୟୀ, ସିଲୁ ବିଷୋୟୀ, ଚିରଞ୍ଜିବି ରେଡ୍ଡୀ, ମୁନା ଦୋରା, ମୁନା ସାହୁ,ରୀତି ବିଷୋୟୀ, ଶିବ ପ୍ରସାଦ ଦାସ, ରୋହିତ ନାୟକ, ମଙ୍ଗୁଳୁ ଗୌଡ଼, ନାରାୟଣ ସ୍ୱାଇଁ, ଗଣେଶ ସ୍ୱାଇଁ, ସମୀର ନାୟକ ଏବଂ ସାନଖେମୁଣ୍ଡି ବ୍ଲକ ରୁ ସଞ୍ଜୟ ପ୍ରଧାନ, ଗଙ୍ଗାଧର ଭୂୟାଁ, ସନାତନ ନାୟକ,ଅମିତ ବାରିକ, ତୋଫାନ ତାରଣି, ମିଥୁନ ଜେନା,ସମେତ ୫୦୦ ରୁ ଉର୍ଦ୍ଧ ବିଶିଷ୍ଟ ବ୍ୟକ୍ତି ଗଣ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମ କୁ ପ୍ରଭାକର ପ୍ରଧାନ, ମାନସ ରଞ୍ଜନ ନାୟକ, ମିଥୁନ ପ୍ରଧାନ, ମଣ୍ଟୁ ବିଷୋୟୀ, ଗଗନ ବିହାରୀ ସ୍ୱାଇଁ ପ୍ରମୁଖ ପରିଚାଳନା କରାଇଥିଲେ |

Related posts

ଡ୍ରୋନରେ ପହଞ୍ଚିଲା ଭିନ୍ନକ୍ଷମ ଭତ୍ତା

Sunil Chandra Nayak

୮ ତମ ବର୍ଷରେ ପଦାର୍ପଣ ଉପଲକ୍ଷେ ସାହିତ୍ୟ ଓ ପରିବେଶ ର ବିକାଶ ପ୍ରତି ଗୁରୁତ୍ଵ ଦେବ ନିଶିଗନ୍ଧା ପରିବାର

ବସ୍ତା ଅଞ୍ଚଳ ର ସମାଚାର

masiha

Leave a Comment

error: Content is protected !!