ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଅଞ୍ଚଳ ର ସମାଚାର

ଅନଲାଇନରୁ ଅଡର କରି ଠଳାମିରେ ସିକାର ହେଲେ ଯୁବକ

ବସ୍ତା,୧୨/୦୫ : ଅନ ଲାଇନରେ ଜିନିଷ ଅଡର କରି ଠଳାମିରେ ଶିକାର ହେଲେ ଯୁବକ,ସୁଚନା ଅନୁଯାୟୀ ବସ୍ତା ଥାନା ବରଡା ଗ୍ରାମର ଶୁକଦେବ ପ୍ରଧାନ ନିଜର ଘରେ ବିଦ୍ୟୁତ ଅୟାରିଂ କରିବା ପାଇଁ ଗତ ୫ ତାରିଖ ଦିନ ଫ୍ଲିପକାର୍ଟ ଅନ ଲାଇନ ସଂସ୍ଥାରୁ ତାର ଅଡର କରିଥିଲେ,ଏହାର ମୁଲ୍ୟ ମଧ୍ୟ ଅନଲାଇନ ମାଧ୍ୟମରେ କମ୍ପାନୀକୁ ପଠାଇଥିଲେ, ରବିବାର ତାଙ୍କ ଅଡର ଦେଲିଭାରି ବୟ ଆଣି ତାଙ୍କୁ ଦେଇଥିଲେ,ପ୍ୟାକଟେ ଖୋଲିଲା ବେଳକୁ ତା ଭିତରେ ତାର ବଦଳରେ କିଛି ପଥର ବାହାରିଥିଲା,ଶୁକଦେବ ଠଳାମିରେ ଶିକାର ହୋଇଥିବାରୁ ଜିନିଷ ନେଇ ଆସିଥିବା ଯୁବକକୁ ଅଟକ ରଖି ଥାନାରେ ଅଭିଯୋଗ କରିଛନ୍ତି ,ପୋଲିସ ଘଟଣାର ତଦନ୍ତ କରୁଛି ।

==============================

ପିକଅପ ଧକ୍କା ରେ ପାଞ୍ଚ ଜଣ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି 

ବସ୍ତା,୧୨/୦୫ : ବାଲିଆପାଳ ବସ୍ତା ମୁଖ୍ୟ ରାସ୍ତା ଖପରାପଦା ଛକ ନିକଟରେ ରବିବାର ରାତି ସମୟରେ ବାଲିଆପାଳ ରୁ ଏକ ଧାନ ବୋଝେଇ ପିକଅପ ବାଲେଶ୍ୱର ଅଭିମୁଖେ ଯାଉଥିବା ସମୟରେ ନିଜର ଭାରସାମ୍ୟ ହରାଇ ୩ଟି ବାଇକ କୁ ଧକ୍କା ଦେଇ ଘଟଣା ସ୍ଥଳ ରୁ ଚମ୍ପଟ ମାରିଥିଲା l ଫଳରେ ଏହି ଦୁର୍ଘଟଣା ରେ ୫ଜଣ ଗୁରୁତର ହୋଇଥିଲେ l ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି l ଗୁରୁତର ମାନେ ହେଲେ ଡଗରା ଗ୍ରାମର ରମେଶ ମାଝୀ,ସୀତା ମାଝୀ,ଦେଭୋଗ ପଞ୍ଚାୟତ ର ନୂଆଗାଁ ଗ୍ରାମର ଦେବ ଦାସ ଅନ୍ୟ ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ l ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ପିକଅକ୍ କୁ ନାବରା ଛକରେ ସ୍ଥାନୀୟ ଲୋକେ ଧରି ବାଲିଆପାଳ ପୋଲିସ ଜିମା ଦେଇଥିଲେ l ତେବେ ପୋଲିସ ଘଟଣା ର ଅଧିକ ତଦନ୍ତ ଜାରି ରଖିଛନ୍ତି l

============.===================

ବେଆଇନ ଛଅ ପଥର ବୋଝଇ ଡମ୍ଫର କୁ ଜବତ କଲା ବସ୍ତା ପୋଲିସ

ବସ୍ତା,୧୨/୫ : ବେଆଇନ ଛଅ ପଥର ଡ଼ମ୍ପର କୁ ଜବତ କଲା ବସ୍ତା ପୋଲିସ। ସୂଚନା ଅନୁସାରେରବିବାର ସକାଳ ସମୟରେ ବସ୍ତା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା ଓ ଏସ ଡିପିଓ ଅରୁଣ କୁମାର ସାହୁ ମିଳିତ ୬୦ ନମ୍ୱର୍ ଜାତୀୟ ରାଜପଥ ନଳବାହର ନିକଟରେ ଗାଡିମଟର ଯାଞ୍ଚ କରୁଥିବା ସମୟରେ ଛଅଟି ପଥର ଡ଼ମ୍ଫର କୁ ଅଟକ ରଖି ପଥର ଚାଲାଣ କରୁଥିବା କାଗଜ ପତ୍ର ଯାଞ୍ଚ କରିଥିଲେ। ଜବତ ୬ଟି ଡ଼ମ୍ଫର କୌଣସି କାଗଜ ପତ୍ର ନଥିବା ପୋଲିସ ଜାଣି ସମସ୍ତ ଗାଡ଼ିକୁ ଥାନାକୁ ଆଣି ଅଟକ ରଖିବା ସହିତ ଅଧିକ ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଥିଲା। ପରେ ଏହି ସବୁ ବେଆଇନ କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ସହିତ ଜବତ ଗାଡି ବିରୋଧରେ ମାମଲା ରୁଜୁ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବିଶିଷ୍ଟ ଦେବୀ ସାଧକ ଶ୍ୟାମ ସୁନ୍ଦର ମିଶ୍ରଙ୍କ ପରଲୋକ

masiha

ଜାତୀୟ ସେବା ଯୋଜନା ରାଜ୍ୟ ସ୍ତରୀୟ ପୁରସ୍କାର ପାଇଁ ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରୁ ‘ପ୍ରତାପ ଚନ୍ଦ୍ର ଦାଶ ଓ ଦୀପକ କୁମାର ବେହେରା’ ମନୋନୀତ

masiha

କିଶୋରୀ ବାଳିକାଙ୍କ ଅଣ୍ଡା ଛତୁଆ ହଡପ ଅଭିଯୋଗ ଆଣିଲେ ହିତାଧିକାରୀଙ୍କ ପରିବାର ଲୋକେ

Sunil Chandra Nayak

Leave a Comment

error: Content is protected !!