ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ୟବିବାହ ରୋକିଲା ପ୍ରଶାସନ 

ପାପଡାହାଣ୍ଡି,18/1, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନାକଟିଗୁଡା ପଂଚାୟତ ଝାଡ଼ କୁସମୀ ଠାରେ ଚାଲିଥିବା ଏକ ବାଲ୍ୟ ବିବାହକୁ ରୋକିଛି ପ୍ରଶାସନ । ଏ ନେଇ ଉଭୟ ପରିବାରଙ୍କୁ ସଚେତନ କରାଇବା ସହ ନାବାଳିକାକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି | ସୂଚନା ପ୍ରକାରେ ଗ୍ରାମରେ ଚାଲିଥିବା ବାଲ୍ୟବିବାହ କୌଣସି ମତେ ଖବର ପାଇ ସରପଞ୍ଚ, ନାଏବ ସରପଞ୍ଚ, ଅଙ୍ଗନବାଡି କର୍ମୀ,ଶିଶୁ ବିକାଶ ପ୍ରକଳ୍ପ ସୁପରଭାଇଜର ରମା ପଟ୍ଟନାୟକ, ବ୍ଲକ ସଂଜୋଜକ ଉତ୍ତମ କୁମାର ବିଶ୍ବାଳ ପ୍ରମୁଖ ପହଞ୍ଚି ଦୁଇ ପରିବାରକୁ ତାଗିଦ କରିଥିଲେ ।କମ ବୟସର ପୁଅ ଝିଅ ବିବାହ କରିବା ଆଇନ ସଙ୍ଗତ ନୁହେଁ ବୋଲି ଉଭୟ ପରିବାରକୁ ବୁଝାଇଥିଲେ । ପୁଅ ୧୯ ବର୍ଷର ହୋଇଥିବା ବେଳେ ମଇଦଲପୁର ପଂଚାୟତ ଚରାମୂଳା ଗ୍ରାମର ନାବାଳିକା ଝିଅ ର ୧୭ ବର୍ଷ ହୋଇଥିବା ହେତୁ ଏହି ବିବାହ ହୋଇ ପାରିବ ନାହିଁ କହିଥିଲେ । ଯଦି ଭବିଷ୍ୟତରେ ଏଭଳି ଭୁଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରାମର୍ଶ ଦିଆଯାଇଥିଲା।ନାବାଳିକାକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଏନ୍ ଏସ୍ ଏସ କୋ ୟୁନିଟ୍ ଦ୍ବାରା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠତ

Sunil Chandra Nayak

ପ୍ରକୃତି କୋଳରେ ସପ୍ତଶଯ୍ୟାର ସୌନ୍ଦର୍ଯ୍ୟ

Sunil Chandra Nayak

ଇସ୍ପାତ ମନ୍ତ୍ରୀଙ୍କ ସହ ରାଉରକେଲା ଶ୍ରମିକ ସଂଘ ଏବଂ ଗାଙ୍ଗପୁର ମଜଦୂର ମଞ୍ଚର ପ୍ରତିନିଧିଙ୍କ ଆଲୋଚନା ଏବଂ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!