ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛୁଆ ହାତୀ କୁ ଉଦ୍ଧାର କଲା ବନ ବିଭାଗ

ଛୁଆ ହାତୀ କୁ ଉଦ୍ଧାର କଲା ବନ ବିଭାଗ

ଗତ ଶୁକ୍ରବାର ଦିନ ସକାଳୁ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡି ମାଲ୍ ନିକଟସ୍ଥ ଜଙ୍ଗଲ ପାର୍ଶ୍ଵରେ ଏକ ମାଇ ହାତୀ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା ।ପାରିପାର୍ଶ୍ବିକ ଅବସ୍ଥିତିକୁ କୁ ଦେଖି ହାତୀ ଟି ବିଦ୍ୟୁତ୍ ଆଘାତ କାରଣ ରୁ ମରି ଥିବା ଜଣା ପଡୁ ଥିଲେ ମଧ୍ୟ ବନ ବିଭାଗ ମୂଳ କଥା କୁ ସାର୍ବଜନୀନ ନ କରିବା କି ଗଣ ମାଧ୍ୟମ ରେ ପ୍ରକାଶ ନ କରିବା ସାଧାରଣ ରେ ସନ୍ଦେହ ଜାତ ହେଉଥିବା ବେଳେ ମୃତ ହାତୀ ର କ୍ଷୀର ଖାଉଥିବା ଛୁଆ ହାତୀ ମାଁ କୁ ଖୋଜି ଖୋଜି ଉକ୍ତ ଅଞ୍ଚଳ ରେ ବୁଲୁ ଥିବା ଦେଖିବାକୁ ମିଳିଥିଲା । ବନ ବିଭାଗ ର ଟିମ୍ ଦିନ ରାତି ଅନିଦ୍ରା ରହି କି ମଧ୍ୟ ସେହି ଛୁଆ ହାତୀ ର ଗତି ବିଧି ଲକ୍ଷ୍ୟ କରୁ ଥିଲେ।

ଆଜି ସକାଳୁ ବନ ବିଭାଗ ର ଏକ ସ୍ବତନ୍ତ୍ର ଟିମ୍ ଭୁବନେଶ୍ଵର ରୁ ଆସି ଡ୍ରୋନ୍ କ୍ୟାମେରା ମାଧ୍ୟମ ରେ ଛୁଆ ହାତୀ ର ଗତି ବିଧି ଲକ୍ଷ୍ୟ କରୁ ଥିଲେ ।ଶେଷରେ ଆଜି ଦିନ ୩ ଟା ସମୟରେ ନିକଟସ୍ଥ ଗାଡିଆ ଜୋର୍ କ୍ଷୁଦ୍ର ଜଳସେଚନ ନିକଟରେ ଟ୍ରାଙ୍କୁଲାଇଜ୍ କରି ହାତୀ ଟି କୁ ଧରି ବାରେ ସଫଳ ହୋଇଛନ୍ତି।ଉକ୍ତ ହାତୀ ଶାବକ କୁ ଛିପୂଲ୍ ଜଙ୍ଗଲ ରେ ଥିବା ନର୍ସରୀ ରେ କଡା ସୁରକ୍ଷା ଭିତରେ ରଖାଯାଇଛି।ବର୍ତମାନ ତାର ଚିକିତ୍ସା ଚାଲିଛି, ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରେ ତାକୁ ନନ୍ଦନ କାନନ ନିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ସଚ୍ଚିଦାନନ୍ଦ ସ୍ମୃତି ସମିତିର ଦ୍ବିଦିବସୀୟ ନବମ ବାର୍ଷିକ ଉତ୍ସବ 

Sunil Chandra Nayak

ଜିଲ୍ଲାପାଳଙ୍କ ଦ୍ୱାରା ଲକ୍ଷ୍ମୀ ବସ ନିମନ୍ତେ ଡ୍ରାଇଭର ମାନଂକୁ ନିଯୁକ୍ତି ପତ୍ର ଓ ପୋଷାକ ବଣ୍ଟନ 

masiha

The Pride & Glory of Kendrapada District – Shri Deepak Choudhury Declared as Disaster Ambassador.

Sunil Chandra Nayak

Leave a Comment

error: Content is protected !!