ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାକାର ଧର୍ମ ରଣା ଙ୍କ ପରଲୋକ

କଳାକାର ଧର୍ମ ରଣା ଙ୍କ ପରଲୋକ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ଧର୍ମ ରଣା (୭୦)ଙ୍କର ମଙ୍ଗଳ ବାର ପରଲୋକ ହୋଇ ଯାଇଛି I ତାଙ୍କରି ବିୟୋଗ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ତାଙ୍କର ଏକ ମାତ୍ର ପୁତ୍ର ଡମ୍ବରୁ ରଣା ମୁଖାଗ୍ନୀ ଦେଇଥିଲେ I ସ୍ବର୍ଗତ ଧର୍ମ ରଣା ଜଣେ ଗ୍ରାମର ପରୋପକାରୀ ତଥା ଉଚ୍ଚ କୋଟିର କଳାକାର ଥିଲେ l ବିରାଟ ପର୍ବ ଓ ପରେ ମହାଭାରତ ଗୀତିନାଟ୍ୟ ରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରି ଆସୁଥିଲେ I ତାଙ୍କରି ବିୟୋଗରେ ତେରେସିଂହା ଗ୍ରାମର ମାଁ ମାଣିକେଶ୍ବରୀ ଯୁବ କଳା ସାଂସ୍କୃତିକ ଅନୁଷ୍ଠାନ, ଶ୍ରୀ ଶ୍ରୀ ରାଧାବଲ୍ଳଭ ନାଟ୍ୟ ସଂସଦ, ଗ୍ରାମର ବିଭିନ୍ନ ଅନୁଷ୍ଠାନ, ପେନସନ ଭୋଗୀ କଳାକାର ସଂଘ ତଥା ଅଂଚଳର ଅନେକ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି I

Related posts

ବାସୁଦେବପୁର ଜନ କଲ୍ୟାଣ ପରିଷଦର ୨୫ତମ ବାର୍ଷିକ ଉତ୍ସବ ପାଳିତ

masiha

ଖୋଲିଲା ପୁଟସିଲ ଇକୋ ରିଟ୍ରିଟ୍ 

masiha

ଆମ୍ବୁଲାନ୍ସ ନଥିବାରୁ ବାଇକରେ ବୁହା ହେଲା ମୃତ୍ୟୁ ଦେହ

masiha

Leave a Comment

error: Content is protected !!