ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାକାର ଧର୍ମ ରଣା ଙ୍କ ପରଲୋକ

କଳାକାର ଧର୍ମ ରଣା ଙ୍କ ପରଲୋକ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ଧର୍ମ ରଣା (୭୦)ଙ୍କର ମଙ୍ଗଳ ବାର ପରଲୋକ ହୋଇ ଯାଇଛି I ତାଙ୍କରି ବିୟୋଗ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ତାଙ୍କର ଏକ ମାତ୍ର ପୁତ୍ର ଡମ୍ବରୁ ରଣା ମୁଖାଗ୍ନୀ ଦେଇଥିଲେ I ସ୍ବର୍ଗତ ଧର୍ମ ରଣା ଜଣେ ଗ୍ରାମର ପରୋପକାରୀ ତଥା ଉଚ୍ଚ କୋଟିର କଳାକାର ଥିଲେ l ବିରାଟ ପର୍ବ ଓ ପରେ ମହାଭାରତ ଗୀତିନାଟ୍ୟ ରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରି ଆସୁଥିଲେ I ତାଙ୍କରି ବିୟୋଗରେ ତେରେସିଂହା ଗ୍ରାମର ମାଁ ମାଣିକେଶ୍ବରୀ ଯୁବ କଳା ସାଂସ୍କୃତିକ ଅନୁଷ୍ଠାନ, ଶ୍ରୀ ଶ୍ରୀ ରାଧାବଲ୍ଳଭ ନାଟ୍ୟ ସଂସଦ, ଗ୍ରାମର ବିଭିନ୍ନ ଅନୁଷ୍ଠାନ, ପେନସନ ଭୋଗୀ କଳାକାର ସଂଘ ତଥା ଅଂଚଳର ଅନେକ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି I

Related posts

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ସାଧାରଣ ସଭା.

masiha

BIKAS PADHI ENTERS ETERNITY 

Sunil Chandra Nayak

ଆତ୍ମହୁତି ଜଗଦୀଶ ଙ୍କ ବୁର୍ଲା ଠାରେ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!