ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ଡିଗ୍ରୀ କଲେଜ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ତେରେସିଂହା ଡିଗ୍ରୀ କଲେଜ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସ୍ଥିତ କୌଶିକ ବାବା +୩ ମହାବିଦ୍ୟାଳୟ ଠାରେ “ଗୋଟିଏ ଗଛ ମାଁ ଙ୍କ ପାଇଁ” ନାମରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଜାତୀୟ ସେବା ଯୋଜନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ବେଚ୍ଛାସେବୀ ମାନଙ୍କ ଦ୍ୱାରା ମୋଟ ୨୨୦ ଗୋଟି ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା I ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଧିକାରୀ ରବି ମାଝୀଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ବିବେକ ଅଗ୍ରୱାଲ, ଅଧ୍ୟକ୍ଷା ଲିପ୍ସାମୟୀ ଦୁବେ, ଇଂରାଜୀ ଅଧ୍ୟାପକ ମାନସ ରଞ୍ଜନ ବାଗ, ଇତିହାସ ଅଧ୍ୟାପକ କୌସ୍ତୁକ ସାହୁ, ବସନ୍ତ କୁମାର ସାହୁ, ଭୂପିନ୍ଦ୍ର ରଣା, ଚମ୍ପୁଲାଲ ରଣା, ଡୋଲେଶ୍ୱର ରଣା, ପ୍ରଦୀପ ଭୋଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

masiha

ଧର୍ମପରାୟଣ ମହିଳାଙ୍କ ପରଲୋକ

masiha

ନର୍ଲା ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଓ ପ୍ରଦର୍ଶନୀ ମେଳା

masiha

Leave a Comment

error: Content is protected !!