ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଷାନ ମହାକୁମ୍ଭ 2024 ହରିଦ୍ଵାର  ସୌରୀ କୁମାର ସାହୁ ଙ୍କୁ ଭାରତୀୟ କିଷାନ ୟୁନିଅନ୍ ର ଓଡ଼ିଶା ରାଜ୍ୟ ସଭାପତି ଘୋଷଣା 

କିଷାନ ମହାକୁମ୍ଭ 2024 ହରିଦ୍ଵାର 

ସୌରୀ କୁମାର ସାହୁ ଙ୍କୁ ଭାରତୀୟ କିଷାନ ୟୁନିଅନ୍ ର ଓଡ଼ିଶା ରାଜ୍ୟ ସଭାପତି ଘୋଷଣା 

:ଚଳିତ ଜୁନ ମାସ 16 ରୁ 18 ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ର ହରିଦ୍ଵାର ଠାରେ ଭାରତୀୟ କିଷାନ ୟୁନିଅନ ତରଫ ରୁ ଆୟୋଜିତ ହୋଇଥିଲା ରାଷ୍ଟ୍ରୀୟ ଚିନ୍ତନ ଶିବିର ତଥା କୃଷକ ମହାକୁମ୍ଭ ଦେଶ ର ସମସ୍ତ ରାଜ୍ୟ ତଥା ଉତ୍ତରପ୍ରଦେଶ, ହରିୟଣା, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼,ବିହାର,ଉତ୍ତରାଖଣ୍ଡ ଭଳି ସମସ୍ତ ରାଜ୍ୟ ରୁ ଚାଷୀ ତଥା ସଂଗଠନ ର କର୍ମକର୍ତ୍ତା ଙ୍କ ସହ ପଦାଧିକାରୀ ସାମିଲ ହୋଇ ନିଜ ନିଜ ରାଜ୍ୟ ର ସମସ୍ୟା ଉପରେ ଆଲୋକପାତ କରିଥିଲେ ଏହି ଶିବିର ରେ ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତ୍ ସାମିଲ ହୋଇ ସୌରୀ କୁମାର ସାହୁ ଙ୍କୁ ଭାରତୀୟ କିଷାନ ୟୁନିଅନ୍ ର ଓଡ଼ିଶା ରାଜ୍ୟ ସଭାପତି ଭାବେ ଘୋଷଣା କରିବା ସହ କହିଥିଲେ ଦେଶ ରେ ଯଦି ଚାଷ ଓ ଚାଷୀ ଙ୍କୁ ବଞ୍ଚିରହିବା କୁ ହେଲେ ଏକତ୍ରିତ ହୋଇ ରହି ନିଜ ହକ ପାଇଁ ଲଢେଇ କରିବାକୁ ପଡ଼ିବ ଦିଲ୍ଲୀ ଆନ୍ଦୋଳନ ଏକ ବର୍ଷ ରୁ ଉର୍ଦ୍ଧ ଚାଲିଲା ଆମେ ସରକାର କୁ ମୁଣ୍ଡ ନୁଆଇଁ ବାକୁ ବାଧ୍ୟ କରିପାରିଲେ କାରଣ ଏକତ୍ରିତ ହୋଇ ଲଢିଥିଲେ ଆଗାମୀ ଦିନ ରେ ଆହୁରି ବଡ ଲଢେଇ ପାଇଁ ସମସ୍ତେ ପ୍ରସ୍ତୁତ ରୁହନ୍ତୁ ବୋଲି ଆହ୍ବାନ କଲେ । ମୋଟ 26 ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇ ଆଗାମୀ ଦିନରେ କାମ କରାଯିବାର ସ୍ଥିରୀକୃତ ହେଇଥିଲା।

ଏ ଶିବିର ରେ ସାମିଲ ହୋଇ ସୌରୀ କୁମାର ସାହୁ କହିଥିଲେ ଓଡ଼ିଶା ରେ ଆଜି ବି ଚାଷୀ ସମାଜ ଅସଂଗଠିତ ହୋଇ ଅଛନ୍ତି । ଆଜି ବି ଗୋଟେ ଚାଷୀ ପରିବାର ର ସମ୍ପୂର୍ଣ ଆୟ ମାତ୍ର 5112 ଟଙ୍କା ଯାହା ଭାରତ ରେ ସବୁ ରାଜ୍ୟ ରୁ କମ୍ ଏ ତଥ୍ୟ କେନ୍ଦ୍ର ସରକାର ଙ୍କ ବୋଲି କହିଥିଲେ ତାସହ କହିଥିଲେ ଓଡ଼ିଶା ରେ ପ୍ରାକୃତିକ ବିପର୍ଜୟ ସହ ସରକାର ଓ ଅମଲା ତନ୍ତ୍ର ର ଶୋଷଣ ଓ ନକଲି ସାର ବିହନ କୀଟନାଶକ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଉଥିବା ବେଳେ ବାଧ୍ୟ କରୁଛି ଚାଷୀଙ୍କୁ ଆତ୍ମହତ୍ୟା କରିବା କୁ ନଚେତ୍ ଚାଷ ଛାଡ଼ି ବାହାର ରାଜ୍ୟ କୁ ଦାଦନ ଯିବା ପାଇଁ ପ୍ରତ୍ୟେକ ମାସ ରେ ଜଣେ ଦୁଇ ଜଣ ଦାଦନ ଶ୍ରମିକ ମୃତ ହୋଇ ଓଡ଼ିଶା ଫେରୁଛନ୍ତି ଏ ଭଳି ଅବସ୍ଥା ରେ ଚାଲିଛି ଓଡ଼ିଶା 25 ବର୍ଷ ର ସ୍ଥାୟୀ ସରକାର ଥାଇ ମଧ୍ୟ କୌଣସି ସୁଫଳ ମିଳିନି ଚାଷୀଙ୍କୁ ଏବେ ଡବଲ୍ ଇଞ୍ଜିନ ସରକାର କହୁଥିବା ବିଜେପି ସରକାର ହୋଇଛି ସେମାନେ ଭୋଟ ପ୍ରଚାର ସମୟ ରେ କହିଥିଲେ ଆମ ସରକାର ହେବା ମାତ୍ରେ 48 ଘଣ୍ଟା ଭିତରେ ଧାନ ୩୧୦୦ ଟଙ୍କା କ୍ୱେଣ୍ଟାଲ କରିବୁ ହେଲେ ଏବେ ରବି ଧାନ କିଣା ଆଉ 10 ଦିନ ଭିତରେ ସରିଯିବ ହେଲେ କଲେ ନାହିଁ । ଶ୍ରୀ ସାହୁ ଓଡ଼ିଶା ଏତେ ବଡ ଗୁରୁ ଦାୟିତ୍ଵ ଦେଇ ଥିବାରୁ କୃତଜ୍ଞତା ଜ୍ଞାପନ ସହ ରାକେଶ ଟିକେତ୍ ଙ୍କୁ ଧନ୍ୟବାଦ୍ ଦେଇ ନିଜ ପୂର୍ଣ୍ଣ ଶକ୍ତି ଓ ସମୟ ରାଜ୍ୟ ର ଚାଷୀ ସମାଜ କୁ ଏକତ୍ରିତ ଓ ସଂଗଠିତ ପାଇଁ ଦେବେ ବୋଲି କହିଥିଲେ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଗୋପବନ୍ଧୁ ପାଠାଗାରର ଦ୍ବାବିଂଶତମ ଦ୍ବିଦିବସୀୟ ବାର୍ଷିକ ଉତ୍ସବ ଉଦଯାପିତ

Sunil Chandra Nayak

କୋମନା ବ୍ଲକରେ ଗ୍ରାମ୍ୟ ଉନ୍ନୟନ ଯୋଜନାର ସମୀକ୍ଷା: ଗୁଣାତ୍ମକ କାର୍ଯ୍ୟାନ୍ୱୟନ ଉପରେ ସିଡିଓଙ୍କ ଗୁରୁତ୍ୱ

Sunil Chandra Nayak

ୟୁପି ଓ ଗଞ୍ଜାମ ଘଟଣାକୁ ନେଇ କଳାହାଣ୍ଡିରେ ତୀବ୍ର ପ୍ରତିକ୍ରିୟା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ମୂଳନିବାସୀ ବହୁଜନ ମିଳିତ ମହାସଂଘ

masiha

Leave a Comment

error: Content is protected !!