ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାର ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଏବଂ ଅନୁଷ୍ଠାନର ମୁଖପତ୍ର ଷୋଡ଼ଶ ଶ୍ରୀତୁଳସୀ ପତ୍ରିକା ଉନ୍ମୋଚନ ଉତ୍ସବ -୨୦୨୪ 

ନବରଙ୍ଗପୁର ଜିଲ୍ଲାର ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଏବଂ ଅନୁଷ୍ଠାନର ମୁଖପତ୍ର ଷୋଡ଼ଶ ଶ୍ରୀତୁଳସୀ ପତ୍ରିକା ଉନ୍ମୋଚନ ଉତ୍ସବ -୨୦୨୪ 

ନବରଙ୍ଗପୁର:(୧୭.୦୪.୨୪)(ରବିନାରାୟଣମହାନ୍ତି) ଉତ୍କଳ ସାହିତ୍ୟ ପରିଷଦ କୋଷାଗୁମୁଡା,ନବରଙ୍ଗପୁରର ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଏବଂ ଅନୁଷ୍ଠାନର ମୁଖପତ୍ର ଷୋଡ଼ଶ ଶ୍ରୀତୁଳସୀ ପତ୍ରିକା ଉନ୍ମୋଚନ ଉତ୍ସବ -୨୦୨୪ ମହା ସମାରୋହରେ ସରକାରୀ ଉଚ୍ଚ ବିଦ୍ୟାଳୟ,କୋଷାଗୁମୁଡ଼ା ପରିସରରେ ପାଳିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ପ୍ରଥମ ଅଧିବେଶନ କବିତା ଆସରଟି ବିଶିଷ୍ଟ ସାହିତ୍ୟିକ ଡାକ୍ତର ସୁରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ବଲ୍ଲଭ ରାଉତ ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ନବରଙ୍ଗପୁର ,ମୁଖ୍ୟ ବକ୍ତାଭାବରେ ବିଜୟ କୁମାର ଚୌଧୁରୀ ,ସମ୍ମାନିତ ଅତିଥି ଭାବରେ ଜଗଦୀଶ ତ୍ରିପାଠୀ, ତ୍ରୀପତୀ ବାଲାଜୀ ସାହୁ,ନବରଙ୍ଗପୁର , ପ୍ରଭଞ୍ଜନ ତ୍ରିପାଠୀ, କେଦାରଶ୍ବର ପଟ୍ଟନାୟକ ଧୋଡ୍ରା ପ୍ରଭୃତି ଯୋଗ ଦେଇଥିଲେ।କବିତା ଆସରଟିକୁ ସଂଯୋଜନା କରିଥିଲେ ଶ୍ରୀମତୀ ସ୍ଵର୍ଣ୍ଣଲତା ପଟ୍ଟନାୟକ,ନବରଙ୍ଗପୁର, ଶୁଭେନ୍ଦୁ କୁମାର ଦାସ, ସାଗର କୁମାର ପରିଡ଼ା,ରାଇଘର ।କବିତା ଆସରଟିରେ ମୋଟ ୭୨ ଜଣ କବି,କବୟିତ୍ରୀ କବିତା ପାଠ କରିଥିଲେ , ଶେଷରେ ଧନ୍ୟବାଦ ଦେଇଥିଲେ ଶ୍ରୀଯୁକ୍ତ ପ୍ରଦିପ୍ତ କୁମାର ବେହେରା ।

ଠିକ୍ ସେହିପରି ଦ୍ବିତୀୟ ଅଧିବେଶନଟି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଇଂ ଭରତ ଚରଣ ବେହେରା,ବରିଷ୍ଠ ଅଧିକାରୀ, ଓଡ଼ିଶା ଖଣି ନିଗମ ,ଭୁବନେଶ୍ୱର ଯୋଗ ଦେଇଥିଲେ । ସଂପାଦକୀୟ ବିବରଣୀ ପଠନ କରିଥିଲେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ସହଦେବ ପରିଡ଼ା ।ଅନୁଷ୍ଠାନର ମୁଖପତ୍ର ଷୋଡ଼ଶ ଶ୍ରୀତୁଳସୀ ପତ୍ରିକାର ଲୋକାର୍ପଣ ପରେ ,ଓଡ଼ିଆ ସାହିତ୍ୟରେ ମହାକାବ୍ୟ ରାମାୟଣ ଶୀର୍ଷକ ଆଲୋଚନା ଚକ୍ରରେ ବିଶିଷ୍ଟ ସାହିତ୍ୟିକ ନାରାୟଣ ପଣ୍ଡା, ଡଃ ବିଜୟ କୁମାର ମିଶ୍ର, ଡଃ ପ୍ରଦୀପ କୁମାର ମିଶ୍ର, ଓକିଲ ଶ୍ରୀ କୁଞ୍ଜ ବିହାରୀ ଦାସ, ପ୍ରଧାନ ଶିକ୍ଷକ ପବିତ୍ର ହାଲଦାର,ସାହିତ୍ୟିକ ଦୁର୍ଗା ପ୍ରସାଦ ପାଢ଼ୀ ପ୍ରଭୁତି ଆଲୋଚକ ବୃନ୍ଦ ନିଜ ନିଜର ମତ ରଖିଥିଲେ । କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ଅଧ୍ୟାପିକା ସ୍ବପ୍ନା ମହାନ୍ତି ଏବଂ ନଳିନୀକାନ୍ତ ପାତ୍ର। ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମିନ୍ତ ଶ୍ରୀଯୁକ୍ତ ବଲ୍ଲଭ ରାଉତ, ଶ୍ରୀଯୁକ୍ତ ପ୍ରଦୀପ ମିଶ୍ର, ରାମ ପ୍ରସାଦ ପାତ୍ର, ବିବେକାନନ୍ଦ ପଟ୍ଟନାୟକ, ଶ୍ରୀମତୀ ସବିତା ଶତପଥୀ,ଶ୍ରୀମତୀ ମିନତୀ ନାୟକ,ଶ୍ରୀମତୀ ବାସନ୍ତିଲତା ଜେନା, କୋନ ବନେଗା କରୋଡ ପତି ରେ ଭାଗ ନେଇ ତେର ଲକ୍ଷ ଟଙ୍କା ପାଇଥିବା ନବରଙ୍ଗପୁର ଜିଲ୍ଲାର ତେର ବର୍ଷ ର ବାଳକ ଶାଶ୍ବତ ପଟ୍ଟନାୟକଙ୍କୁ ମଧ୍ଯ ସମର୍ଦ୍ଧିତ କରାଯାଇଥିଲା,ଏହା ସହିତ ଓଡ଼ିଆ ଭାଷାର ପ୍ରସାର ପ୍ରଚାରରେ ଉଲ୍ଲେଖନୀୟ ଅବଦାନ ନିମିତ୍ତ ୧୫ ଜଣଙ୍କୁ ଓଡ଼ିଆ ଭାଷା ସେବା ସମ୍ମାନ -୨୦୨୪ ପ୍ରଦାନ କରାଯାଇଥିଲା।ଶେଷରେ ସହ ସମ୍ପାଦକ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଦେଇଥିଲେ।ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସଂଗ୍ରାମୀ ସାରଙ୍ଗଧର ଦାସଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

masiha

ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟ ରେ ଆଦର୍ଶ ବିବାହ

masiha

୪୨ ମୌଜା ବାଣିଜ୍ୟ ମେଳାରେ ସାଂସ୍କୃତିକ କାର୍ଯକ୍ରମ ଓ ସମ୍ବର୍ଧନା ସଭା 

Sunil Chandra Nayak

Leave a Comment

error: Content is protected !!