ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ଡିଜିପି ବିନୟତୋଷ ମିଶ୍ରଙ୍କ ରାଉରକେଲା ଗସ୍ତ : ୩ଟି ପୋଲିସ ଜିଲ୍ଲାର ଅପରାଧ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା

ଓଡିଶା ଡିଜିପି ବିନୟତୋଷ ମିଶ୍ରଙ୍କ ରାଉରକେଲା ଗସ୍ତ : ୩ଟି ପୋଲିସ ଜିଲ୍ଲାର ଅପରାଧ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା

ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜିଙ୍କ କାର୍ଯ୍ୟାଳୟରେ ଓଡିଶା ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ଯୋଗଦାନ

ରାଉରକେଲା ୧୧/୧୧, ଓଡିଶା ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ବିନୟତୋଷ ମିଶ୍ର ମଙ୍ଗଳବାର ଦିନ ଏକ ଦିନିକିଆ ସରକାରୀ ଗସ୍ତରେ ଆସି ରାଉରକେଲାରେ ପହଞ୍ଚି ପଶ୍ଚିମାଞ୍ଚଳ ରେଞ୍ଜ ଡେପୁଟି ଇନ୍ସପେକ୍ଟର ଜେନେରାଲ(ଡିଆଇଜି)ଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

   ଏହି ସମୀକ୍ଷା ବୈଠକରେ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ସମେତ ରାଉରକେଲା ଆରକ୍ଷୀ ଅଧିକ୍ଷକ (ଏସପି) ନିତେଶ ୱାଧୱାନୀ, ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ଅମୃତ ପାଲ କୌର ଏବଂ କେଉଁଝର ଆରକ୍ଷୀ ଅଧିକ୍ଷକ ନୀତିନ କୁସାଲକର ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ।

    ବୈଠକରେ ରାଉରକେଲା, ସୁନ୍ଦରଗଡ ଏବଂ କେଉଁଝର ପୋଲିସ ଜିଲ୍ଲାରେ ଅପରାଧ ପରିସ୍ଥିତି, ଅପରାଧ ନିବାରଣ ଏବଂ ନିୟନ୍ତ୍ରଣ ପଦକ୍ଷେପ, ପୋଲିସ କାର୍ଯ୍ୟ ଏବଂ ସାମଗ୍ରିକ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ସମୀକ୍ଷା ବୈଠକରେ ତିନୋଟି ଜିଲ୍ଲାର ପ୍ରଚଳିତ ସୁରକ୍ଷା ପରିସ୍ଥିତି ଏବଂ ପୋଲିସ ପ୍ରଶାସନର କାର୍ଯ୍ୟକାରିତା ମୂଲ୍ୟାଙ୍କନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। 

    ଏହି ସମୀକ୍ଷା ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍) ଦିନାଃ ଦସ୍ତଗିରଙ୍କ ସମେତ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ୨୬ ତମ ବାର୍ଷିକ ସମ୍ମିଳନୀ  ହୀନମନ୍ୟତା କୁ ଦୂରେଇ ଐକ୍ୟବଦ୍ଧତା କୁ ଗୁରୁତ୍ବ ଦେବାକୁ ହେବ: ଡ଼ ବେହେରା 

Sunil Chandra Nayak

ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ନବରଙ୍ଗପୁର ଡିଗ୍ରୀ ମହାବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର 

Sunil Chandra Nayak

ଧର୍ମଗଡ ଏନଏ ସି ଅଧୀନରେ ଥିବା ଦୋକାନ ଗୃହ ର ଅହେତୁକ ଭଡ଼ା ବୃଦ୍ଧି ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ

masiha

Leave a Comment

error: Content is protected !!