ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ନବରଙ୍ଗପୁର ଡିଗ୍ରୀ ମହାବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର 

ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ନବରଙ୍ଗପୁର ଡିଗ୍ରୀ ମହାବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର 

ନବରଙ୍ଗପୁର:( ତା ୮.୪.୨୨୬)(ରବି ନାରାୟଣ ମହାନ୍ତି)ଆଜି ନବରଙ୍ଗପୁର ମହାବିଦ୍ୟାଳୟ ପରିସରରେ “ଓଡ଼ିଆ ପକ୍ଷ ୨୦୨୬” ପାଳନ ଅବସରରେ ଏକ ଜିଲ୍ଲାସ୍ତରୀୟ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ କରୁଥିବା ପ୍ରତ୍ୟେକ ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀ ଓ ଜନସାଧାରଣ ରକ୍ତଦାତାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଅତି ଆନ୍ତରିକତାର ସହ ପଚାରି ବୁଝିଥିଲେ।ବିଧାୟକ ନିଜ ବକ୍ତବ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ ଏକ ମହତ କାର୍ଯ୍ୟ ଏବଂ ଏହାର ଆବଶ୍ୟକତା ସବୁବେଳେ ରହିଛି। ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଏବଂ ନିଃସ୍ୱାର୍ଥପର ସମାଜସେବା ରେ ନିଜକୁ ପ୍ରସ୍ତୁତ ଓ ଚେଷ୍ଟା କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।ଶିବିରରେ ନବରଙ୍ଗପୁର ଉପ-ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡି. ଗୋବିନ୍ଦ ରାଓ, ପ୍ରାଧ୍ୟାପକ ପ୍ରବୀଣ ବେହେରା,ପ୍ରାଧ୍ୟାପିକା ସଙ୍ଗୀତା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।ଏନ୍ ଏସ ଏସ କୋର୍ଡିନେଟର ତଥା ଅଧ୍ୟାପିକା ଅନୁପମା ମାଝୀ, ପ୍ରାଧ୍ୟାପକ ଦିଲୀପ ହୋତା ,ପ୍ରାଧ୍ୟାପକ ସମ୍ବୁ ପ୍ରସାଦ ହୋତା ,ପ୍ରାଧ୍ୟାପକ ରହିମ ଖୁରା,ଏନ୍ ସି ସି ଏବଂ ରେଡକ୍ରସ ଛାତ୍ର ଛାତ୍ରୀ , ସ୍ଵାସ୍ଥ୍ୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ନବରଂଗପୁର ମହାବିଦ୍ୟାଳୟ ରେ ଅନୁଷ୍ଠିତ ରକ୍ତଦାନ ଶିବିର ରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ସଂସ୍କୃତି ବିଭାଗ ସହକାରୀ କର୍ମଚାରୀ ଆତ୍ମ ପ୍ରକାଶ ସାହୁ ଏହି ଶିବିରର ସମନ୍ୱୟ ଏବଂ ଦସ୍ତାବିଜ୍ କାର୍ଯ୍ୟରେ ପ୍ରମୁଖ ସହାୟତା କରିଥିଲେ। ଏହି ଅବସରରେ ସୂଚନା ଦିଆଯାଇଛି ଯେ, ଜିଲ୍ଲା ଚିକିତ୍ସାଳୟ ପକ୍ଷରୁ ଏହି ରକ୍ତ ସଂଗ୍ରହ ଅଭିଯାନ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଜାରି ରହିବ।ସେଇଭଳି ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଠିତ ରକ୍ତଦାନ ଶିବିର ରେ ୩୪ ୟୁନିଟ୍ ଏବଂ ରାଇଘର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଜନଗର ରେ ଦିବଙ୍ଗତ ଜନନେତା ନଳିନୀକାନ୍ତ ମହାନ୍ତିଙ୍କ ଦ୍ଵାଦଶ ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ

masiha

ନିଖିଳ ଉତ୍କଳ ପାତ୍ରତନ୍ତୀ କଲ୍ୟାଣ ସମିତି ଜାମଦା ପକ୍ଷରୁ ବାର୍ଷିକ ପତ୍ରିକା ଉନ୍ମୋଚିତ

masiha

ଟ୍ୟାଲେଣ୍ଟ ହଣ୍ଟ୍ ଇଣ୍ଟିଗ୍ରାଲ୍ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!