ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ପକ୍ଷପାଳନ ଅବସରରେ ଜିଲ୍ଲାସ୍ତରୀୟ ଯୋଗ ଏବଂ ରକ୍ତ ଦାନ ଶିବିର 

ଓଡିଆ ପକ୍ଷପାଳନ ଅବସରରେ ଜିଲ୍ଲାସ୍ତରୀୟ ଯୋଗ ଏବଂ ରକ୍ତ ଦାନ ଶିବିର 

ଭବାନୀପାଟଣା : ତା. ୦୮.୦୪.୨୦୨୬ – ଓଡିଆ ପକ୍ଷପାଳନ ଅବସରରେ ଆଜି ଜିଲ୍ଲାପାଳ କଳାହାଣ୍ଡି ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କ୍ରିଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ଅଧ୍ୟାପକ ପରମେଶ୍ଵର ମୁଣ୍ଡ, ପତଞ୍ଜଳୀ ଯୋଗ ଶିବିରର କର୍ମକର୍ତ୍ତା ଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକ ପ୍ରମୁଖ ଯୋଗଦେଇଥଲେ । ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ପଣ୍ଡା ଏହି ଶିବିରରେ ସମସ୍ତଙ୍କୁ ଯୋଗ ଶିକ୍ଷା ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ଓଡିଆ ପକ୍ଷ ପାଳନ ସମ୍ପର୍କରେ ସୂଚନା ଦେଇ ଯୋଗାଭ୍ୟାସ ଉପକାରିତା ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ଶ୍ରୀ ମୁଣ୍ଡ ଓଡିଆ ଅସ୍ମିତା ସମ୍ପକରେ ଉଲ୍ଲେଖ କରି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମହାନନ୍ଦ ଏପ୍ରିଲ ପାହିଲାରୁ ୧୪ ଦିନ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ଓଡିଆ ପକ୍ଷ ପାଳନ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

ଏହି ଅବସରରେ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଉକ୍ତ ବିଶ୍ଵବିଦ୍ୟାଳୟର ଭାରପ୍ରାପ୍ତ ଭି.ସି. ଡ. ନିବେଦିତା ନାଥ, ଡେପୁଟି ରେଜିଷ୍ଟ୍ରାର ଜୟଦେବ ସାହୁ, ଅତିରିକ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକରି ଡଃ. ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କ୍ରିଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ଶିକ୍ଷାବିତ ଡ. ଉମେଶ ଚନ୍ଦ୍ର ଶତପଥି ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିରର ଶୁଭ ଉଦଘାଟନ କରି ରକ୍ତଦାନ ମହାପୁଣ୍ୟ ଉପରେ ଉଲ୍ଲେଖ କରି ସ୍ଵେଚ୍ଛାକୃତ ରକ୍ତଦାନ କରି ଅମୂଲ୍ୟ ଜୀବନକୁ ବଞ୍ଚାଇବାରେ ସହାୟକ ହେବା ପାଇଁ ଆହ୍ଵାନ ଦେଇଥିଲେ ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ପ୍ଲାଷ୍ଟିକ ମୁକ୍ତ ନୂଆପଡା ନିର୍ମାଣ ଦିଗରେ ଆଉ ଏକ ପଦକ୍ଷେପ l ଜିଲ୍ଲାର ଦ୍ଵିତୀୟ ଶିଆଳି ଖଲି ଦନା ନିର୍ମାଣ ୟୁନିଟ୍ କୁ ଉଦ୍ଘାଟନ କଲେ ଜିଲ୍ଲାପାଳ l ପ୍ରତି ପଞ୍ଚାୟତରେ ଏଭଳି କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ହେବ – ଜିଲ୍ଲାପାଳ 

Sunil Chandra Nayak

ଖଣ୍ଡାୟତ କ୍ଷତ୍ରିୟ ଚଷା ପାଇକ ସମାଜର ଜାତୀୟ ସମାବେଶ  ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଭାତୃତ୍ବଭାବ ସୃଷ୍ଟି ପାଇଁ ଗୁରୁତ୍ୱାରୋପ 

masiha

ସାମ୍ବାଦିକ ଙ୍କ ଅକାଳ ବିୟୋଗ ରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ ଶୋକ ପ୍ରକାଶ 

masiha

Leave a Comment

error: Content is protected !!