ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ାବୁଗାଁ ବ୍ଲକ ରେ ସ୍ଵତନ୍ତ୍ର ପିତା ମାତା ଅଭିଭାବକ ତଥା ଶିକ୍ଷକ ସମ୍ମିଳନୀ  

ଡ଼ାବୁଗାଁ ବ୍ଲକ ରେ ସ୍ଵତନ୍ତ୍ର ପିତା ମାତା ଅଭିଭାବକ ତଥା ଶିକ୍ଷକ ସମ୍ମିଳନୀ  

ଡ଼ାବୁଗାଁ ,୧୬/୮ (ମ. ନି. ସ.) – ବିଦ୍ୟାଳୟର ବାହାରେ ଥିବା ଓ ଆଦୌ ବିଦ୍ୟାଳୟର ରେ ନାମ ଲେଖାଇ ନଥିବା ୫ ରୁ ୧୮ ବର୍ଷ ବୟସର ପ୍ରତ୍ୟେକ ପିଲାଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ଶନିବାର ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ର ସମସ୍ତ ବିଦ୍ୟାଳୟ ରେ ସ୍ଵତନ୍ତ୍ର ପି .ଟି. ଏମ ବା ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲା ଶିକ୍ଷାଧିକାରୀ ଛତ୍ରପତି ସାହୁ , ଡାବୁଗାଁ ବିଡ଼ିଓ ଶରତ ମାଝୀ, ଡ଼ାବୁଗାଁ ବ୍ଲକ ଶିକ୍ଷାଧିକାରୀ ରଶ୍ମିତା ନେତମ, ପିରାମଲ ଫାଉଣ୍ଡେସନ ର ବିକ୍ରମ କେଶରୀ ରାଣା, ସହକାରୀ ବ୍ଲକ ଶିକ୍ଷାଧିକାରୀ ଭଗବାନ ମାଝୀ, ସି ଆର ସି ସି ପ୍ରସନ୍ନ କୁମାର ଦଣ୍ଡସେନା, ହେମନ୍ତ କୁମାର ପଣ୍ଡା , ସରକାରୀ ଉନ୍ନତି ପ୍ରାଥମିକ ବିଦ୍ୟାଳୟ ଚିକିଲି ଓ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ଘୋଡ଼ାଖୁଣ୍ଟା ପରିଦର୍ଶନ ରେ ଯାଇ ପି ଟି ଏମ ବୈଠକ ରେ ଯୋଗଦେଇଥିଲେ। ବୈଠକ ରେ ଉପସ୍ଥିତ ସମସ୍ତ ପିତା ମାତା ଓ ଅବିଭାବକ ମାନଙ୍କୁ ଡ୍ରପ ଆଉଟ୍ ଥିବା ପିଲାଙ୍କୁ ସେମାନଙ୍କ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀ ରେ ନାମ ଲେଖାଇବା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ରେ ନାମ ଲେଖାଇବା ଧନ୍ଦା ମୂଳକ ଶିକ୍ଷାନୁଷ୍ଠାନ କିମ୍ବା ଶିଳ୍ପ ତାଲିମ ଅନୁଷ୍ଠାନ ଇତ୍ୟାଦି ରେ ନାମ ଲେଖାଇବା ପାଇଁ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ । ବୈଠକ ରେ ଯୋଗଦେଇଥିବା ସମସ୍ତ ଅଧିକାରୀ ମାନଙ୍କ ସହ ଉପସ୍ଥିତ ସମସ୍ତ ପିତା ମାତା ଅବିଭାବକ ଶିକ୍ଷୟତ୍ରୀ ଶିକ୍ଷକ ଆସ ସ୍କୁଲ ଯିବା ଅଭିଯାନ ପାଇଁ ଶପଥ ପାଠ କରାଇଥିଲେ। ଡ଼ାବୁଗାଁ ବ୍ଲକ ର ମୋଟ ୧୦୮୨ ଜଣ ଡ୍ରପ ଆଉଟ୍ ପିଲାଙ୍କ ମଧ୍ୟ ରୁ ଆଜିସୁଦ୍ଧା ୩୫ ଜଣ ପିଲା ବିଦ୍ୟାଳୟର ରେ ନାମ ଲେଖାଇ ସାରିଛନ୍ତି । ଚିକିଲି ଓ ଘୋଡକୁଣ୍ଟା ପି ଟି ଏମ ବୈଠକ ଅଭିଭାବକ ମାନେ ଜିଲା ଶିକ୍ଷାଧିକାରୀ ଙ୍କୁ ୪୦ ଜଣ ପିଲା ଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଲୟ ରେ ନାମ ଲେଖାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ଅଧିକାରୀ ମାନେ ଘୋଡ଼ାଖୁଣ୍ଟା ଉନ୍ନତି ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ କରିଥିଲେ। ସେହିପରି ଡ଼ାବୁଗାଁ ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସନ୍ତୋଷ କୁମାର ସାହୁ , ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉମୁରାହାଣ୍ଡି ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାଇଗାଁରେ ଅନୁଷ୍ଠିତ ପି ଟି ଏମ ରେ ଯୋଗଦେଇ ଉପସ୍ଥିତ ପିତା ମାତା ଙ୍କୁ ଆସ ସ୍କୁଲ୍ ଯିବା ଅଭିଯାନ ସମ୍ପର୍କରେ ପରାମର୍ଶ ଦେଇଥିଲେ ।

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

 

Related posts

ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

masiha

ଶିକ୍ଷୟିତ୍ରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

masiha

ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଅ’ ପତ୍ରିକାକୁ ଶ୍ରେଷ୍ଠ ମାସିକ ଇ-ପତ୍ରିକା ସମ୍ମାନ

Sunil Chandra Nayak

Leave a Comment

error: Content is protected !!