ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଯାତ୍ରା 

କୋକସରା,୧୨/୧- ଭାରତୀୟ ସ୍ଵାଧିନତା ସଂଗ୍ରାମର ମହାନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଦେଶପାଇଁ ଅବଦାନ ଅତୁଳନୀୟ । ନେତାଜୀଙ୍କର ଏହି ମହାନ୍ ଆଦର୍ଶକୁ ପାଥେୟ କରି ଜନସାଧାରଣଙ୍କ ମଧ୍ୟରେ କ୍ରାନ୍ତିକାରୀ ଚେତନା ଜାଗ୍ରତ ନିମନ୍ତେ ପ୍ରୟାସ କରୁଛି କଳାହାଣ୍ଡି ବିକାଶ ପରିଷଦ ।ଚଳିତ ଡିସେମ୍ବର ୩୦ ତାରିଖଠାରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ପରିଷଦ ପକ୍ଷରୁ କ୍ରାନ୍ତି ଦିବସ ପାଳନ କରିବା ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ଏହି ଦିନ ଠାରୁ କ୍ରାନ୍ତିଯାତ୍ରା ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ୧୮ଟି ବ୍ଲକକୁ ପରିକ୍ରମା କରୁଛି । ଏହା ଜନସାଧାରଣଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରାଇବ ।ଯେଉଁଥିରେ ସମସ୍ତେ ସକ୍ରିୟ ସହଭାଗିତା ଜଣେ ସଚେତନ ନାଗରିକ ଭାବରେ ଯୋଗଦେଇ ପାରିବେ । ବୁଧବାର କୋକସରା ବ୍ଲକ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଡ଼. ସୁନୀତି ମୁଣ୍ଡଙ୍କ ଅଧ୍ୟକ୍ଷତାରେ କଲେଜର ଅଧ୍ୟକ୍ଷ ଗୁଣାକାର ପଣ୍ଡା, ଅଧ୍ୟାପକ ପୁଷ୍ପରାଜ ମେହେର, ସୁବ୍ରତ ବେହେରା, ଅଇରୀ ନାସନ ଚିନ୍ଦା ସମେତ ଛାତ୍ରଛାତ୍ରୀ ଉପସ୍ଥିତ ରହି କ୍ରାନ୍ତି ଯାତ୍ରାକୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ମହାବିଦ୍ୟାଳୟରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କ୍ରାନ୍ତି ଯାତ୍ରା ସହର ପରିକ୍ରମା କରିଥିବା ବେଳେ କଲାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡ.ସୁନୀତି ମୁଣ୍ଡଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା। ଜାନୁୟାରୀ ୨୩ ତାରିଖରେ ଉଦଯାପିତ ହେବ ବୋଲି ପରିଷଦ ପକ୍ଷରୁ ସୁଚନା ମିଳିଛି । ଏହି କ୍ରାନ୍ତିଯାତ୍ରାରେ କୋକସରା ବ୍ଲକର ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକର  ଗୌରବ ଆଣିଥିବା ବିଶ୍ଵଜିତ କୁ ସମ୍ବର୍ଦ୍ଧନା

Sunil Chandra Nayak

ଭତ୍ତା ଟଙ୍କା ନପାଇ ଫଚାୟତରେ ତାଲା ପକାଇଲେ ହିତାଧୁକାରୀ

Sunil Chandra Nayak

ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତିଙ୍କ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ଓ ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗଦାନ 

masiha

Leave a Comment

error: Content is protected !!