ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଷତ୍ରିୟ ଖଣ୍ଡାୟତ ମହାସଭାର ବୈଠକ

କ୍ଷତ୍ରିୟ ଖଣ୍ଡାୟତ ମହାସଭାର ବୈଠକ

ରାଉରକେଲା,: ନିଖିଳ ଉତ୍କଳ କ୍ଷତ୍ରିୟ ଖଣ୍ଡାୟତ ମହାସଭାର ଇସ୍ପାତ ନଗର କମିଟିର କାର୍ଯ୍ୟକାରୀ କମିଟି ବୈଠକ ସେକ୍ଟର ୩ ଖଡ଼ଗ ମନ୍ଦିରରେ ଉପେନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୬ଟି ଜୋନର ପ୍ରତିନିଧିମାନେ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ସାଧାରଣ ସମ୍ପାଦକ ଶଶଧର ପାତ୍ର ଆଗାମୀ ଦଶହରା ପାଳନ, ଖଡ଼ଗ ଶୋଭାଯାତ୍ରା, ଖଡ଼ଗ ମନ୍ଦିରର ମରାମତି ବିଷୟରେ ବିଶଦ ବିବରଣୀ ପ୍ରଦାନ କରିଥିଲେ। ଏହି ବୈଠକରେ ନାରାୟଣ ସାମଲ, ଚନ୍ଦ୍ରମଣି ବେହୁରିଆ, ଜଗନ୍ନାଥ ରାଉତ, ଶମ୍ଭୁନାଥ ପରିଡ଼ା, ରବିନ୍ଦ୍ର ପରିଡ଼ା, ନିରୋଦ କୁମାର ରାଉତ, ସନ୍ତୋଷ ପ୍ରଧାନ, ଗଙ୍ଗାଧର ନାୟକ, ଉଗ୍ରସେନ ବିଶ୍ଵାଳ, ରଥିନ୍ଦ୍ର ପ୍ରଧାନ, ସୁବ୍ରତ ମଲ୍ଲିକ , ଗଣେଶ ଜୟସିଂହ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଶେଷରେ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା । ଉପସଭାପତି ରବିନ୍ଦ୍ର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଆଜି ଖଣ୍ଡାୟତ କ୍ଷତ୍ରିୟ ମହିଳା ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବହୁ ସଦସ୍ୟା ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମ ତଥା ଦଶହରା ଦିନ ଖଡ୍ଗ ଶୋଭାଯାତ୍ରା କିପରି ସଫଳ ହେବ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ହାଇସ୍କୁଲରେ ସମ୍ଵିଧାନ ଦିବସ ପାଳିତ

masiha

ନବରଙ୍ଗପୁର ଠାରେ ବିଶ୍ଵ ନିମୋନିଆ ଦିବସ ପାଳିତ 

masiha

ରଜକୁଇନ ୨୦୨୩ ମୁକୁଟ ପିନ୍ଧିଲେ ଜଗତପୁର ସାନିଆ

Sunil Chandra Nayak

Leave a Comment

error: Content is protected !!