ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଭାୟା ମ. ରାମପୁର ରାଜ୍ୟ ରାଜପଥର ବାଗପୁର ତାରିଣୀ ମନ୍ଦିର ଛକ ନିକଟରେ ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ୬ ଗୁରୁତର 

ରୁପ୍ରା, ୨୭/୧୨ (ମନିସ ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ନର୍ଲା ଭାୟା ମ. ରାମପୁର ଦେଇ ଯାଇଥିବା ରାଜ୍ୟ ରାଜପଥର ବାଗପୁର ତାରିଣୀ ମନ୍ଦିର ଛକ ନିକଟରେ ଆଜି ଦିନ ପ୍ରାୟ ୧୨ ଘଣ୍ଟା ସମୟରେ ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବୋଲେରୋ ରେ ଯାଉଥିବା ଗୋଟିଏ ପରିବାରର ଗୋଟିଏ ଛୋଟ ଶିଶୁ ସମେତ ୬ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି, ସେମାନେ ହେଲେ ବୋଲେରୋ ଡ୍ରାଇଭରଙ୍କ ସମେତ ବାପା, ମା’ ଓ ତାଙ୍କ ଦୁଇ ଝିଅ ଓ ଛୋଟ ଶିଶୁ ରହିଛନ୍ତି । ଠିକ୍ ଏହି ସମୟରେ ଉକ୍ତ ରାସ୍ତା ଦେଇ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ନିଜ ବ୍ୟକ୍ତିଗତ ଗାଡିରେ ଭବାନୀପାଟଣା ଯାଉଥିବା ବେଳେ ଗୁରୁତର ଆହତ ମାନଙ୍କୁ ସମାଜସେବୀ ଲୋଚନ ସାହୁ, ନରେନ୍ଦ୍ର ସାହୁ ଓ ରୋହିତ ସାହୁଙ୍କ ସମେତ ଗ୍ରାମବାସୀ ମାନଙ୍କ ସହଯୋଗ କ୍ରମେ ଦୁର୍ଘଟଣା ଗ୍ରସ୍ତ ବୋଲେରୋ ରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ବୋଲେରୋ ଟି ମ. ରାମପୁର ପଟରୁ ଆସୁଥିବା ବେଳେ ଟ୍ରକ୍ ନର୍ଲା ପଟରୁ ଆସୁଥିବା ଜଣାପଡିଛି। ଟ୍ରକ୍ ରେ କୌଣସି ଡଷ୍ଟ୍ ଲୋଡ୍ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଦୁର୍ଘଟଣା ପରେ ନର୍ଲା ପୁଲିସ୍ ଆଇଆଇସି ଗଙ୍ଗାଧର ମେହେର ପହଞ୍ଚି ତଦନ୍ତ କରୁଛନ୍ତି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ତେରେସିଂହା ରେ ରୋଗୀବଲା ଯାତ୍ରା

Sunil Chandra Nayak

ରାସୋଳରେ ପଞ୍ଚାୟତ ସ୍ତରୀୟ ଆଲୋକୀକରଣ ବ୍ୟବସ୍ଥା ର ନଗ୍ନ ଚିତ୍ର।ରାସ୍ତା ଘାଟ ରେ ବିଜେ କରୁଛି ଅନ୍ଧକାର

ବେଦାନ୍ତ ଲିମିଟେଡ଼ ପକ୍ଷରୁ ଜାତୀୟ କର୍କଟ ସଚେତନତା ସପ୍ତାହ ପାଳିତ

masiha

Leave a Comment

error: Content is protected !!