ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଭାୟା ମ. ରାମପୁର ରାଜ୍ୟ ରାଜପଥର ବାଗପୁର ତାରିଣୀ ମନ୍ଦିର ଛକ ନିକଟରେ ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ୬ ଗୁରୁତର 

ରୁପ୍ରା, ୨୭/୧୨ (ମନିସ ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ନର୍ଲା ଭାୟା ମ. ରାମପୁର ଦେଇ ଯାଇଥିବା ରାଜ୍ୟ ରାଜପଥର ବାଗପୁର ତାରିଣୀ ମନ୍ଦିର ଛକ ନିକଟରେ ଆଜି ଦିନ ପ୍ରାୟ ୧୨ ଘଣ୍ଟା ସମୟରେ ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବୋଲେରୋ ରେ ଯାଉଥିବା ଗୋଟିଏ ପରିବାରର ଗୋଟିଏ ଛୋଟ ଶିଶୁ ସମେତ ୬ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି, ସେମାନେ ହେଲେ ବୋଲେରୋ ଡ୍ରାଇଭରଙ୍କ ସମେତ ବାପା, ମା’ ଓ ତାଙ୍କ ଦୁଇ ଝିଅ ଓ ଛୋଟ ଶିଶୁ ରହିଛନ୍ତି । ଠିକ୍ ଏହି ସମୟରେ ଉକ୍ତ ରାସ୍ତା ଦେଇ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ନିଜ ବ୍ୟକ୍ତିଗତ ଗାଡିରେ ଭବାନୀପାଟଣା ଯାଉଥିବା ବେଳେ ଗୁରୁତର ଆହତ ମାନଙ୍କୁ ସମାଜସେବୀ ଲୋଚନ ସାହୁ, ନରେନ୍ଦ୍ର ସାହୁ ଓ ରୋହିତ ସାହୁଙ୍କ ସମେତ ଗ୍ରାମବାସୀ ମାନଙ୍କ ସହଯୋଗ କ୍ରମେ ଦୁର୍ଘଟଣା ଗ୍ରସ୍ତ ବୋଲେରୋ ରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ବୋଲେରୋ ଟି ମ. ରାମପୁର ପଟରୁ ଆସୁଥିବା ବେଳେ ଟ୍ରକ୍ ନର୍ଲା ପଟରୁ ଆସୁଥିବା ଜଣାପଡିଛି। ଟ୍ରକ୍ ରେ କୌଣସି ଡଷ୍ଟ୍ ଲୋଡ୍ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଦୁର୍ଘଟଣା ପରେ ନର୍ଲା ପୁଲିସ୍ ଆଇଆଇସି ଗଙ୍ଗାଧର ମେହେର ପହଞ୍ଚି ତଦନ୍ତ କରୁଛନ୍ତି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ବିଶ୍ଵ ହିନ୍ଦୁ ପରିଷଦ ର ରାମ ଙ୍କ ଜନ୍ମ ଉତ୍ସବ ପାଳନ

masiha

କଣ୍ଟାବାଞ୍ଜି ପ୍ରେସ କ୍ଲବ ଭବନ ପାଇଁ ଭୂମି ପୂଜନ

Sunil Chandra Nayak

ଚାରିଦିନ ହେଲା BSNL ଯୋଗାଯୋଗ ସେବା ଠପ 

Sunil Chandra Nayak

Leave a Comment

error: Content is protected !!