ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା l l l ନିଶା l l l

l l l ନିଶା l l l

                    ଶ୍ଯାମା ପ୍ରସାଦ୍ ବୋଷ୍ 

ନିଶାରେ ନିଶା ର ପ୍ରକାର ଭେଦ ର 
ଭିନ୍ନତା ରହିଛି ଯେତେ 
ନିଶା ଆଧାରରେ ବିଭିନ୍ନ କ୍ଷେତ୍ରରେ 
ନିଶା ରହିଅଛି କେତେ । 
କିଏ ନିଶା କରେ ମାଦକ ଦ୍ରବ୍ୟର 
ନିଶା ରେ ତା ଦିନ ବିତେ 
କିଏ ନିଶା କରେ ଅର୍ଥ ରୋଜଗାରେ 
ଯେତେ ପାଏ ବଢେ ସେତେ ।   
ପ୍ରେମ ନିଶା ପୁଣି କାହାକୁ ଘାରଇ 
ପ୍ରେମରେ ପାଗଳ ସତେ 
ପ୍ରେମ ପାଇବାର ନିଶାରେ ଡୁବି ସେ 
କୁ ପଥେ ପସ୍ତାଏ ଗତେ । 
ପଠନ ନିଶାଟି ଯାହାର ବଢଇ 
ବିଦ୍ଯା ଅରଜନ ସାଥେ 
ଅଧିକ ରୁ ପୁଣି ଅଧିକ ଜ୍ଞାନ କୁ 
କରଇ ନିଜ ଆୟତ୍ତେ । 
ଚାଷିର ନିଶା ଟି ଚାଷ କାର୍ଯ୍ୟେ ବଢେ 
ଉତ୍ତମ ଫସଲ ପ୍ରାପ୍ତେ 
ଦିନ ରାତି ତାକୁ ଜଣା ପଡେ ନାହିଁ 
ଚାଷ ନିଶା ବଢେ ଯେତେ । 
ସମାଜ ସେବାରେ ନିଶା ଯାର ବଢେ 
ସମାଜ ସେବୀ ର ବ୍ରତେ 
ଆପଣା ଜୀବନ ଉତ୍ସର୍ଗ କରଇ 
ସେବା ନିଶା ଘାରେ ଏତେ । 
ଭକତ ର ନିଶା ପ୍ରଭୁ ଭକତିରେ 
ପ୍ରଭୁ ପ୍ରେମେ ଭାବ ମତେ 
ଭକତି ମାର୍ଗ ରେ ତଲ୍ଲୀନ ବିଲ୍ଲୀନ 
ଭଜନ କୀର୍ତ୍ତନେ ବିତେ । 
ରାଜନୀତିଆ ଙ୍କ ପଦବୀ ର ନିଶା 
ମିଛ ପ୍ରତିଶୃତି ଯେତେ 
ଅର୍ଥ ବାହୁବଳ କଳେ ବଳେ ଛଳେ 
ହାସଲ କରନ୍ତି ଘତେ । 
ଖେଳ କସରତ ନିଶା ତ ବହୁତ 
ଜିତିବା ର ନିଶା ଏତେ 
ଖେଳ ର ନିଶା ରେ ବାରମ୍ବାର ହାରି 
ଶେଷରେ ନିଶ୍ଚୟ ଜିତେ । 
ଚୋର ର ନିଶା ଟି ଚୋରି କରିବାରେ 
ପର ଧନ ଲୁଟି କେତେ 
ଆପଣା ଅମାର ଭରି ଚାଲିଥାଏ 
ଚୋରି କରି ଧନ ଯେତେ । 
କବିର ନିଶା ଟି କବିତାରେ ଥାଏ 
କବିତା ଲେଖଇ ଯେତେ 
ଲେଖିବା ନିଶାରେ ଡୁବେ ଭାବନାରେ 
ଶବ୍ଦ ନିଶା ଘାରେ ସେତେ । 
ନିଶାରେ ନିଶାରେ ଆପଣା ପେଷାରେ 
ନିଶା ବଢି ଯାଏ ଏତେ 
ନିଶା ନିବାରଣେ ସତ୍ ଉପଦେଶ 
ନିଶାଖୋର ବୁଝେ କେତେ ?। 
ଦୁଇ ଗୋଟି ମାର୍ଗେ ନିଶା ବଢୁଥାଏ 
କୁ ପଥ ସୁ ପଥ ସତେ 
କୁ ପଥ ର ନିଶା ନର୍କ ଗାମୀ କରେ 
ସୁପଥେ ଧରମ ଯେତେ । 
ମାଦକ ଦ୍ରବ୍ୟ ର ନିଶା ଟି କୁକର୍ମ 
କରାଇ ଥାଏ ଟି ଯେତେ 
ହିତା ହିତ ଭୁଲି କୁକର୍ମ କରାଏ 
ନିଶା ଛାଡିଗଲେ ଚେତେ ।  
ନିଶା ତ ଅନେକ ପ୍ରକାର ରହିଛି 
ନିଶା ର ଭିନ୍ନତା ଯେତେ 
ନିଶା କଥା ଆଉ ଲେଖିଲେ ସରୁନି 
ନିଶା ରହିଯାଏ କେତେ । 
ଲେଖିବା ନିଶାରେ ନିଶା ର ନିଶା କୁ 
ନିଶାରେ ବଢାଏ ଯେତେ 
ନିଶା ବଢି ବଢି ନିଶି ପାହିଯିବ 
ନିଶା ସରିବକି ସତେ ? । 

ଶ୍ଯାମା ପ୍ରସାଦ୍ ବୋଷ୍ 

ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ 

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା // କଥା ଦିଅ

Sunil Chandra Nayak

ସିତାଂଶୁ ଜେନା ଙ୍କ କବିତା l l ବିଦାୟ ୨୨ l l

Sunil Chandra Nayak

ମଧୁମିତା ମିଶ୍ର ଙ୍କ କବିତା // କଳିକାଳ ସନେଟ

Sunil Chandra Nayak

Leave a Comment

error: Content is protected !!