ସାହିତ୍ୟ ଅଗଣାଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା l l l ନିଶା l l l by Sunil Chandra NayakDecember 27, 2022062 Share0 l l l ନିଶା l l l ଶ୍ଯାମା ପ୍ରସାଦ୍ ବୋଷ୍ ନିଶାରେ ନିଶା ର ପ୍ରକାର ଭେଦ ର ଭିନ୍ନତା ରହିଛି ଯେତେ ନିଶା ଆଧାରରେ ବିଭିନ୍ନ କ୍ଷେତ୍ରରେ ନିଶା ରହିଅଛି କେତେ । କିଏ ନିଶା କରେ ମାଦକ ଦ୍ରବ୍ୟର ନିଶା ରେ ତା ଦିନ ବିତେ କିଏ ନିଶା କରେ ଅର୍ଥ ରୋଜଗାରେ ଯେତେ ପାଏ ବଢେ ସେତେ । ପ୍ରେମ ନିଶା ପୁଣି କାହାକୁ ଘାରଇ ପ୍ରେମରେ ପାଗଳ ସତେ ପ୍ରେମ ପାଇବାର ନିଶାରେ ଡୁବି ସେ କୁ ପଥେ ପସ୍ତାଏ ଗତେ । ପଠନ ନିଶାଟି ଯାହାର ବଢଇ ବିଦ୍ଯା ଅରଜନ ସାଥେ ଅଧିକ ରୁ ପୁଣି ଅଧିକ ଜ୍ଞାନ କୁ କରଇ ନିଜ ଆୟତ୍ତେ । ଚାଷିର ନିଶା ଟି ଚାଷ କାର୍ଯ୍ୟେ ବଢେ ଉତ୍ତମ ଫସଲ ପ୍ରାପ୍ତେ ଦିନ ରାତି ତାକୁ ଜଣା ପଡେ ନାହିଁ ଚାଷ ନିଶା ବଢେ ଯେତେ । ସମାଜ ସେବାରେ ନିଶା ଯାର ବଢେ ସମାଜ ସେବୀ ର ବ୍ରତେ ଆପଣା ଜୀବନ ଉତ୍ସର୍ଗ କରଇ ସେବା ନିଶା ଘାରେ ଏତେ । ଭକତ ର ନିଶା ପ୍ରଭୁ ଭକତିରେ ପ୍ରଭୁ ପ୍ରେମେ ଭାବ ମତେ ଭକତି ମାର୍ଗ ରେ ତଲ୍ଲୀନ ବିଲ୍ଲୀନ ଭଜନ କୀର୍ତ୍ତନେ ବିତେ । ରାଜନୀତିଆ ଙ୍କ ପଦବୀ ର ନିଶା ମିଛ ପ୍ରତିଶୃତି ଯେତେ ଅର୍ଥ ବାହୁବଳ କଳେ ବଳେ ଛଳେ ହାସଲ କରନ୍ତି ଘତେ । ଖେଳ କସରତ ନିଶା ତ ବହୁତ ଜିତିବା ର ନିଶା ଏତେ ଖେଳ ର ନିଶା ରେ ବାରମ୍ବାର ହାରି ଶେଷରେ ନିଶ୍ଚୟ ଜିତେ । ଚୋର ର ନିଶା ଟି ଚୋରି କରିବାରେ ପର ଧନ ଲୁଟି କେତେ ଆପଣା ଅମାର ଭରି ଚାଲିଥାଏ ଚୋରି କରି ଧନ ଯେତେ । କବିର ନିଶା ଟି କବିତାରେ ଥାଏ କବିତା ଲେଖଇ ଯେତେ ଲେଖିବା ନିଶାରେ ଡୁବେ ଭାବନାରେ ଶବ୍ଦ ନିଶା ଘାରେ ସେତେ । ନିଶାରେ ନିଶାରେ ଆପଣା ପେଷାରେ ନିଶା ବଢି ଯାଏ ଏତେ ନିଶା ନିବାରଣେ ସତ୍ ଉପଦେଶ ନିଶାଖୋର ବୁଝେ କେତେ ?। ଦୁଇ ଗୋଟି ମାର୍ଗେ ନିଶା ବଢୁଥାଏ କୁ ପଥ ସୁ ପଥ ସତେ କୁ ପଥ ର ନିଶା ନର୍କ ଗାମୀ କରେ ସୁପଥେ ଧରମ ଯେତେ । ମାଦକ ଦ୍ରବ୍ୟ ର ନିଶା ଟି କୁକର୍ମ କରାଇ ଥାଏ ଟି ଯେତେ ହିତା ହିତ ଭୁଲି କୁକର୍ମ କରାଏ ନିଶା ଛାଡିଗଲେ ଚେତେ । ନିଶା ତ ଅନେକ ପ୍ରକାର ରହିଛି ନିଶା ର ଭିନ୍ନତା ଯେତେ ନିଶା କଥା ଆଉ ଲେଖିଲେ ସରୁନି ନିଶା ରହିଯାଏ କେତେ । ଲେଖିବା ନିଶାରେ ନିଶା ର ନିଶା କୁ ନିଶାରେ ବଢାଏ ଯେତେ ନିଶା ବଢି ବଢି ନିଶି ପାହିଯିବ ନିଶା ସରିବକି ସତେ ? । ଶ୍ଯାମା ପ୍ରସାଦ୍ ବୋଷ୍ ବେଗୁନିଁଆ , ମଲ୍ଲୀକ୍ ସାହି ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ