ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ବିବିଧ

ବେଣୁଧର ସୂତାର ଙ୍କ କବିତା l l ଦାଦନର ଦୁଃଖ l l

  l l ଦାଦନର ଦୁଃଖ l l

 

     // ବେଣୁଧର ସୂତାର //

ଆଖିରେ ସପନ ହୃଦୟେ କଂପନ
ମନରେ ଅଜଣା ଭୀତି
ଆଜି କିଆଁ ଏତେ ମନେ ପଡୁଅଛି
ମାନମୟୀ ପ୍ରିୟା ପ୍ରୀତି
ତାରୁଣ୍ୟ ତନୁର ତାତି
ଦୂର ଅତୀତ ସେ ସାଇତା ସ୍ଵପ୍ନର
ଜୀବନର ମଧୁ ସ୍ମୃତି ।।
ଅପ ଦେବତାର ଅଭିସଂପାତରେ
ଭାଗ୍ୟ ମୋ ଦେଲାନି ସାହା
ଅଭାବ ରାହୁର ଜଠରେ ହଜିଲା
ବଂଚିବାର ଶେଷ ରାହା
ଜୀବନ ଜୀବିକା ବୃତ୍ତି
ଅର୍ଥପାଇଁ ଆଜି ବିଦେଶ ମାଟିରେ
ଖଟୁଛି ଦାଦନ ଗୋତି ।।
କିଏବା ବୁଝିବ ଦାଦନର ଦୁଃଖ
ଆକୁଳ ପ୍ରାଣର ତୃଷା
ଅଭାବ ଯାହାର ଜୀବନ ଲିପିର
ନୈରାଶ୍ୟ ର ପରିଭାଷା
ଭଗ୍ନ ବୁକୁର କୋହ
ଭାଗ୍ୟ ଭୂଗୋଳର
                ବେଦନା ବଳୟେ
ଉଜୁଡିଛି ପ୍ରାଣ ମୋହ ।।
ଅଭାବି ସଂସାର ଯାତନା ଯଜ୍ଞର
ଲେଲିହାନ ଅଗ୍ନି ଶିଖା
ଭାଗ୍ୟ ଭବିଷ୍ୟର ଅଜଣା ଆତଙ୍କ
ଲଙ୍ଘିଛି ଲକ୍ଷ୍ମଣ ରେଖା
ଲଗାଇ ଜୀବନ ବାଜି
ଦାଦନ ଶ୍ରମିକ ଶୋଷଣ ଜୁଇରେ
ବୟସ ଯାଇଛି ହଜି ।।
ଉଜୁଡା କ୍ଷେତରେ ଲହଡ଼ି ମାରୁଛି
ଭଙ୍ଗା ସପନର ଢେଉ
ଯନ୍ତ୍ରଣା ଅନଳେ ନିତି ମୁହିଁ ଜଳେ
ସହି ନିୟତିର ଦାଉ
ବିଧାତା ଦେଇଛି ଦୁଃଖ
କିଏବା ପଢିବ ଦାଦନ ପ୍ରାଣର 
ବେଦନାର ଅଭିଲେଖ ।।

କେଶଦୁରାପାଳ କେନ୍ଦୁଝର

Related posts

ବେଣୁଧର ସୂତାର ଙ୍କ କବିତା // ବିରହିଣୀ ମନ ତଟେ 

Sunil Chandra Nayak

ଡୁଇଟ ଡେଭିଡ ଫୀଳିପ ଙ୍କ କବିତା// ନୂତନ ବର୍ଷ, ମୃତ୍ୟୁ ଓଢ଼ଣା ଦେଇଛି, ଚେହେରା ପୁରୁଣା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା l l ବୟସ ଯାଇଛି ହଜି

Sunil Chandra Nayak

Leave a Comment

error: Content is protected !!