ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ବନୋତ୍ସବ ପାଳିତ

ନବରଙ୍ଗପୁର (ମସିହା) ବନବାସୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ୧୯୯୪ ମସିହାରୁ ଅନୁଷ୍ଠିତ ହୋଇ ଆସୁ ଥିବା ରଶ୍ମି ରଞ୍ଜନ ସିଦ୍ଧାଶ୍ରମ,ତାରାଗାଁ।ନବରଙ୍ଗପୁରର ଚଳିତ ବର୍ଷର ବନୋତ୍ସବ କୋରାପୁଟ ଜିଲ୍ଲାର ନନ୍ଦପୁର ସ୍ଥିତ  ରାଣୀ ଡୁଡୁମାର  ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଝରଣା,ଜଳ ପ୍ରପାତ,ବଣ,ପାହାଡ ପରିବେଷ୍ଟିତ ଜୀବନ୍ତ ଓ ସ୍ୱର୍ଗୀୟ ପରିବେଶ ମଧ୍ୟରେ ଆଶ୍ରମର ଶତାଧିକ ଶ୍ରଦ୍ଧାଳୁ ଭକ୍ତ ତଥା ନନ୍ଦପୁର ଅଞ୍ଚଳର ବନବାସୀ ଗଣଙ୍କ ଆନନ୍ଦମୟ ଉପସ୍ଥିତିରେ ହର୍ଷ ଉଲ୍ଲାସର ସହ ଅନୁଷ୍ଠିତ ହୋଇ ଯାଇ ଅଛି । ପୂର୍ବାହ୍ନରେ ଆଶ୍ରମରୁ ଦୁଇ ଗୋଟି ବସ୍ ଯାନ ଓ କିଛି ନିଜସ୍ଵ ଯାନରେ ଯାତ୍ରାରମ୍ଭ କରି ବାଟରେ କୋଲାବ ଜଳ ଭଣ୍ଡାର ପରିଦର୍ଶନ ପରେ ରାଣୀ ଡୁଡୁମାର ନାଟ ମଣ୍ଡପରେ ବନୋତ୍ସବର ସତ୍ସଙ୍ଗ କାର୍ଯ୍ୟ କ୍ରମ ଓ ପରେ ପରେ ବନବାସୀ ଗଣଙ୍କ ସହ ବଣ ଭୋଜିର ସାମୂହିକ ଆନନ୍ଦ ବଜାରର ସ୍ବାଦିଷ୍ଟ ପ୍ରସାଦ ସେବନ କରା ଯାଇ ଥିଲା।ପରେ ରାଣୀ ଡୁଡୁମା ଅଞ୍ଚଳରେ ଭାବୁକତାର ସହ ପରିଭ୍ରମଣ,ବତ୍ରିଶ ସିଂହାସନ ଦର୍ଶନ ଓ ଫେରିବା ବାଟରେ କୋରାପୁଟ ସହର ସ୍ଥିତ  ଶାବର ଶ୍ରୀ କ୍ଷେତ୍ର ଦର୍ଶନ ପରେ ଶେଷରେ ଆଶ୍ରମକୁ ପ୍ରତ୍ୟାବର୍ତ୍ତନ ।

ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଡାବୁଗାଁ ରେଞ୍ଜ୍ ର ପ୍ରାପ୍ତାବସର ବନାଧିକାରୀ ତଥା ଅନେକ ଭାଗବତ ଟୁଙ୍ଗିର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଜଗନ୍ନାଥ ଶତପଥୀ “ବନ ଓ ବନବାସୀଙ୍କ ମହତ୍ତ୍ଵ ତଥା ବନବାସୀ ଗୋପୀ ଗଣଙ୍କର ଭଗବାନ ଶ୍ରୀକୃଷ୍ଣଙ୍କ ନିରାମୟ ସ୍ବାସ୍ଥ୍ୟ ନିମନ୍ତେ ନିଜ ନିଜ ଜୀବନ ସମର୍ପଣର ଅସାଧାରଣ କ୍ରାନ୍ତିକାରୀ ର ତ୍ୟାଗ ଭାବ” ବିଷୟରେ ମନଛୁଆଁ ଭାଷାରେ ବ୍ୟକ୍ତ କରି ଉପସ୍ଥିତଙ୍କୁ ଉଦବୁଦ୍ଧ କରି ଥିଲେ। ଆଶ୍ରମ ଅଧ୍ୟକ୍ଷ ଶ୍ରୀ ରଶ୍ମି ପ୍ରସାଦ ଡ଼: ନୀଳ କଣ୍ଠ ପାଢ଼ୀ ବନୋତ୍ସବର ମହତ୍ ଉଦ୍ଦେଶ୍ୟ ଓ ବନ ତଥା ଦେବ ତୁଲ୍ୟ ବନବାସୀଙ୍କ ସୁରକ୍ଷା ଦିଗରେ ବିଭିନ୍ନ ବେସରକାରୀ ଓ ସରକାରୀ ଅନୁଷ୍ଠାନ ତଥା ଆଧ୍ୟାତ୍ମିକ ସଂସ୍ଥାନ ମାନଙ୍କ ପୃଷ୍ଠପୋଷକତାର ଆବଶ୍ୟକତା ସାଙ୍ଗକୁ ଜନ ସଚେତନତାର ପ୍ରମୁଖ ଆବଶ୍ୟକତା ରହିଛି ବୋଲି ଉପସ୍ଥିତଙ୍କୁ ଦିଗ୍ ଦର୍ଶନ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମକୁ ସଂଗଠିତ କରିଛନ୍ତି – ଶ୍ରୀ ଶିବ ଶଙ୍କର ପାତ୍ର,ନିର୍ମଳ ଭଟ୍ଟାଚାର୍ଯ୍ୟ,ଟୁଟୁ ମହାନ୍ତି, ସନ୍ତୋଷ କୁମାର ପୁଜାରୀ,ଇନ୍ଦୁମତୀ ପାଢ଼ୀ, ଉମାଶଙ୍କର ଜେନା, ଜ୍ୟୋତି ପଟ୍ଟନାୟକ,ସସ୍ମିତା ପାତ୍ର। ପରିଚାଳନାରେ ସହଯୋଗ କରିଛନ୍ତି – ରଘୁମଣି ଗୈ।ଡ଼,ଦଶମୁ ପାତ୍ର, ପ୍ରଦ୍ୟୁମ୍ନ କୁମାର ଚଲାଣ,ପ୍ରଶାନ୍ତ ସରାବୁ,ମଙ୍ଗରୁ ଭତ୍ରା,ନବୀନା ଗୈ।ଡ଼,ଗୁଡ଼୍ଡି ତିର୍କୀ ,ଏନ୍ ଶଙ୍କର,ଶାମ୍ବା ଶିବା ରାଓ ପ୍ରମୁଖ।         

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

କୁମଝର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ତାଲା ଠୂକିଲେ ଗ୍ରାମ ବାସୀ     

Sunil Chandra Nayak

ସମାଜସେବୀ ତଥା ଧର୍ମପରାୟଣ ମହିଳାଙ୍କ ବିୟୋଗରେ ସ୍ମୃତି ଚାରଣ ସଭା 

Sunil Chandra Nayak

ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!