ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ବଡବିଲ ଶାଖା ତରଫରୁ ବିଶାଳ ରକ୍ତଦାନ ଶିବିର ଆୟୋଜନ

ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ବଡବିଲ ଶାଖା ତରଫରୁ ବିଶାଳ ରକ୍ତଦାନ ଶିବିର ଆୟୋଜନ

ବଡବିଲ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରପାଲିକା ଠାରେ ଆଜି ବିଶ୍ୱ ଭ୍ରାତୃତ୍ୱ ଦିବସ ଅବସରରେ ବ୍ରହ୍ମାକୁମାରୀ ସଂଗଠନର ପୂର୍ବତନ ମୁଖ୍ୟ ପ୍ରଶାସିକା ଦାଦି ପ୍ରକାଶମଣି ଜୀ ଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳନ ଅବସର ରେ ବଡବିଲରେ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ବଡବିଲ ଶାଖା ତରଫରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ SDPO ଶ୍ରୀ ଦେବେନ୍ଦ୍ର ପିଙ୍ଗୁଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ବଡବିଲ ସଦର ମୁଖ୍ୟ ଚିକିତ୍ସାଳୟର ଡା. ସୌଭାଗ୍ୟ ରଶ୍ମି ରଞ୍ଜନ ସାମଲ ମଧ୍ୟ ବିଶେଷ ଅତିଥି ଭାବେ ଉପସ୍ଥିତ ଥିଲେ।

ରକ୍ତ ସଙ୍ଗ୍ରହ ପାଇଁ ରେଡ୍‌କ୍ରସ୍ ସଂସ୍ଥା ତରଫରୁ ଡା. ଜ୍ୟୋତିରଞ୍ଜନ ମାଲିକଙ୍କ ନେତୃତ୍ୱରେ ଟିମ୍ ଉପସ୍ଥିତ ଥିଲେ, ଯେଉଁଥିରେ ତିୱାରୀ ନାୟକ, ଗିରିଜା ନନ୍ଦିନୀ ମହାନ୍ତ, ବିଜୟ କୁମାର ରାୱତ ଆଦି ସମିଳିତ ଥିଲେ।

ବ୍ରହ୍ମାକୁମାରୀ ପରିବାର ପକ୍ଷରୁ ବ୍ରହ୍ମାକୁମାରୀ ଜୟନ୍ତୀ (ବଡବିଲ ସେଣ୍ଟର ମୁଖ୍ୟ ସଂଚାରିକା), ବ୍ରହ୍ମାକୁମାରୀ ମଞ୍ଜୁ, ବ୍ରହ୍ମାକୁମାର ଅଞ୍ଜନ ଇତ୍ୟାଦି ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସହଭାଗୀ ହୋଇଥିଲେ।

ଯେଉଁଥିରେ ପ୍ରାୟ ୫୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ ଯାହା ଦ୍ୱାରା ଅସହାୟଙ୍କ ରକ୍ତ ଆବଶ୍ୟକତା ପୂରଣ ହୋଇପାରିବ ଏବଂ ଏହି ଭ୍ରାତୃତ୍ୱ ଦିବସରେ ସମସ୍ତଙ୍କ ମଧ୍ୟରେ ଭାଇଚାରା ହେଉ ଏବଂ ଜାତି ଧର୍ମ ବର୍ଣ୍ଣ ନି୍ବିଶେଷରେ ପରମପିତା ପରମାତ୍ମା ଙ୍କର ସମସ୍ତେ ସନ୍ତାନ ଏହି ବିଶ୍ୱ ଗୋଟିଏ ପରିବାର ଏହି ବାର୍ତ୍ତା ପ୍ରସାର କରିବା ଉଦ୍ଦେଶ୍ୟରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ କାର୍ଯ୍ୟକ୍ରମ ସାରା ଭାରତରେ ବିଭିନ୍ନ ସେବାସ୍ଥଳରେ ଆୟୋଜନ କରାଯାଇଥିଲା। 

ଯୋଡ଼ା ରୁ ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଭାଗବତ କଥାମୃତ ପ୍ରବଚନ ସଭା ଉଦଘାଟିତ

masiha

ମର୍ମନ୍ତୁଦ ବାଇକ ଦୁର୍ଘଟଣା ରେ ୨ମୃତ,୨ଗୁରୁତର

masiha

ଆରକ୍ଷୀ ଅଧିକ୍ଷକଙ୍କ ସହ କିନ୍ନର ସଂଘର ଆଲୋଚନା

masiha

Leave a Comment

error: Content is protected !!