ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁହାଶିଳା ପଞ୍ଚାୟତର ଦଲଗକି ଗ୍ରାମରେ ହାତୀ ଉପଦ୍ରବ ; ୫ ଜଣ ଚାଷୀଙ୍କ ଧାନକ୍ଷେତ ନଷ୍ଟ

ଲୁହାଶିଳା ପଞ୍ଚାୟତର ଦଲଗକି ଗ୍ରାମରେ ହାତୀ ଉପଦ୍ରବ ; ୫ ଜଣ ଚାଷୀଙ୍କ ଧାନକ୍ଷେତ ନଷ୍ଟ

ମୟୂୟଭଂଜ – ୨୫/୦୮ — ମୟୂରଭଂଜ ଜିଲ୍ଲାର ପଛୁଆ ବିଜାତଳା ବ୍ଳକର,ଲୁହାଶିଳା ପଞ୍ଚାୟତର ଦଲକି ଗ୍ରାମର‌ଦେହୂରୀ ସାହିରେ ହାତୀ ୫ ଜଣ ଚାଷୀଙ୍କ ଧାନ କ୍ଷେତ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଦୁର୍ଗମ ବଣ ଜଙ୍ଗଲରେ ଆଶ୍ରା ନେଇଛନ୍ତି ହାତୀପଲ ।ଚାଷ ଋତୁ ଚାଲିଛି ।ବର୍ଷା ଯୋଗୁଁ ଚାଷ ଭାଦ୍ରବ ମାସରେ ଚାଷ କାମ ପଛେଇ ଯାଇଛି ।ଚାଷୀମାନେ ତରତର ହୋଇ ବିଲରେ ଧାନ ରୁଆ କରିବା ସହ ସାର ପକାଇ ସବୁଜ କରିବାକୁ ବସିଥିବାବେଳେ ଜଙ୍ଗଲୀ ହାତୀ ରାତି ଅଧରେ ଚୁପେ ଚୁପେ ଆସି ଧାନ କିଆରୀରେ ଧାନ କ୍ଷେତକୁ ଉଚ୍ଚ ଦଳି ଚକଟି ଦେଉଛି ।ବିଚରା ଚାଷୀ ମୁଣ୍ଡରେ ହାତ ମାରି ବସିଛି ।ସୂଚନାଯୋଗ୍ୟ ରବିବାର ରାତିରେ ଏକ ଦନ୍ତା ହାତୀ, ଏକ ମାକନା ହାତୀ ଲୁହାଶିଳା ପଞ୍ଚାୟତର ଦଲକି ଗ୍ରାମର ଦେହୂରୀ ସାହିର ୫ ଜଣ ଚାଷୀଙ୍କ ଚାଷକ୍ଷେତ ନଷ୍ଟ କରି ଦେଇଛି । ଚାଷୀମାନେ ହେଲେ ଗଣେଶ୍ୱର ଦେହୂରୀ,ନାଥ ଦେହୂୟରୀ,ସମ୍ଭାଳି ଦେହୂରୀ,ଗୁରୁବା ଦେହୂରୀ,ଭାଲ ଟୁଡୁ ର ସବୁଜ ଦିନ କ୍ଷେତକୁ ନଷ୍ଟ କରି ଦେଇଛି ।ଆଜି ସକାଳେ ବିଲରେ ନଷ୍ଟ ଧାନ କ୍ଷେତକୁ ଦେଖି ମନ ଦୁଃଖରେ ବସିଛନ୍ତି ଚାଷୀ ଭାଇ ।ତେଣୁ ପ୍ରଶାସନ କ୍ଷେତ୍ର ପରିଦର୍ଶନ କରି ସହାୟତା ରାଶି ଦେବା ପାଇଁ ଦାଵି କରୁଛନ୍ତି ।ଗ୍ରାମବାସୀମାନେ ଦନ୍ତା ଓ ମାକନା ହାତୀ ଡରରେ ଭୟଭୀତ ହୋଇ ରହିଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ରାୟଗଡ ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ 

masiha

ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ

masiha

ଉତ୍କଳ ସ୍ନେହୀ ମହିଳା ସମିତିର ହବିଷିଆଳୀ ମାନଙ୍କ ପାଇଁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!