ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ସହରର ସର୍ଵପୁରାତନ ୧୫୦ ଵର୍ଷ ତଳର କୂଅ ପୁନରୁଦ୍ଧାର 

କାମାକ୍ଷାନଗର ( ମ ନି ସ)୧୮/୦୧_କାମାକ୍ଷାନଗର ସହର ତରୁଣ ବଜାର ସ୍ଥିତ ୧୫୦ ବର୍ଷ ତଳର ସର୍ବପୁରାତନ କୂଅ ଯାହା ସହରଵାସୀଙ୍କ ପାଇଁ ଐତିହାସିକ ସହ ସ୍ମୃତି ଅସ୍ମିତା। ୧୮୭୩ ମସିହା ସେ ସମୟରେ ସୁଦୁର ଛତିଆ ରୁ ଆସି କାମାକ୍ଷାନଗରରେ ଵ୍ୟଵସାୟ ଆରମ୍ଭ କରିଥିବା ଵାଞ୍ଛାନିଧି ସାହୁ ଓ କୃଷ୍ଣ ସାହୁ ଏଵଂ ମଢି ସାହିର ହାଡିବନ୍ଧୁ ନାୟକ ଏକ ଟଙ୍କାରେ ହାତରେ ଖୋଳି ଏ କୂଅ ପ୍ରତିଷ୍ଠା କରିଥିଲେ । କାଳକ୍ରମେ ୧୯୫୧ ମସିହା ସମୟରେ ଏ କୂଅ କାମାକ୍ଷାନଗର ପଞ୍ଚାୟତ ଅଧିନକୁ ଆସିଥିଲା l ସେ ସମୟର ସରପଞ୍ଚ ବୃନ୍ଦ ପ୍ରମୋଦ ବିଶ୍ଵାଳ, ବିରଞ୍ଚି ନାରାୟଣ ନନ୍ଦ ଓ ଓ୍ଵାର୍ଡ ମେମ୍ବର ଶ୍ରୀକାନ୍ତ ନାୟକ ୫ ହଜାର ଟଙ୍କା ଖର୍ଚ୍ଚ କରି କୂଅକୁ ପୁନରୁଦ୍ଧାର କରିଥିଲେ । ପରେ ୨୦୨୩ ମସିହାରେ ତରୁଣ ବାଜାର ସଭାପତି ଦୁଷ୍ମନ୍ତ ନନ୍ଦ ଓ ସମ୍ପାଦକ ଵିନୋଦ ବିହାରୀ ସେଠୀ ଙ୍କ ନେତୃତ୍ଵରେ ଵଜାରର ବରିଷ୍ଠ ବ୍ୟବସାୟୀ ବୃନ୍ଦ ବିଜୟ କୁମାର ଶତପଥୀ, ଶ୍ରୀକାନ୍ତ ପାତ୍ର,ବିଭୂତି ଭୂଷଣ ମହାନ୍ତି, ମଣ୍ଟୁ ପ୍ରଧାନ ,ଅର୍ସଦ ଏହମଦ୍ , ସଞ୍ଜୟ ବିଶ୍ଵାଳ, ସୁଶୀଲ ମହାରଣା,ଦିଲ୍ଲିପ ପ୍ରଧାନ,ଦିଲ୍ଲିପ ଵିଶ୍ଵାଳ,ମାନସ ପ୍ରଧାନ,ଦିବ୍ୟସିଂ ପାତ୍ର,ଜୟ କୃଷ୍ଣ ସାହୁ, ଚନ୍ଦ୍ରକାନ୍ତ ମହାପାତ୍ର,ଦୁଆରି ସାହୁ ପ୍ରମୁଖ ସହଯୋଗ ରେ କୂଅ ପୁନରୁଦ୍ଧାର ହେଲା ।ସହରର ସ୍ମୃତି ଅସ୍ମିତା ତରୁଣ ବଜାରର ୧୫୦ ବର୍ଷ ତଳର ପୁନରୁଦ୍ଧାର କୁଅ ଶୁଭ ଉଦ୍ଘାଟନ ସମାରୋହରେ ନଗରପାଳ ଧର୍ମାନନ୍ଦ ପରିଡା ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବରେ ଉପ-ନଗରପାଳ ସକୁନ୍ତଳା ସେଠୀ ଯୋଗଦେଇ ସମାରୋହକୁ ଶୋଭା ଵର୍ଦ୍ଧନ କରିଛନ୍ତି ଏତତ୍ ବ୍ୟତୀତ ସହରର ମାନ୍ୟଗଣ୍ୟ ବ୍ୟକ୍ତି ବୃନ୍ଦ ଯୁଗ ଦେଇଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପାଣି ପାଇଁ ଖାଲି ମାଠିଆ ଧରି ଗ୍ରାମବାସୀଙ୍କ ରାସ୍ତାରୋକ

Sunil Chandra Nayak

ଯୋଗାଣ ବିଭାଗର ସରକାରୀ ସୁଲଭ ମୂଲ୍ୟରେ ଆଳୁ ବିକ୍ରୟ ଆରମ୍ଭ 

masiha

ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୮୦ତମ ସ୍ୱାଧୀନତା ଦିବସ -୨୦୨୬ ପାଳିତ

Sunil Chandra Nayak

Leave a Comment

error: Content is protected !!