ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ କର୍ମୀ ଶୈଳରାଜ ପାଣିଙ୍କ ନେତୃତ୍ୱରେ ପଶୁପକ୍ଷୀଙ୍କ ପାଇଁ ଜଳଦାନ ସେବା 

ସାମାଜିକ କର୍ମୀ ଶୈଳରାଜ ପାଣିଙ୍କ ନେତୃତ୍ୱରେ ପଶୁପକ୍ଷୀଙ୍କ ପାଇଁ ଜଳଦାନ ସେବା 

କଟକ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପଶୁପକ୍ଷୀ ମାନେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି । ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ,ଓଡ଼ିଶା(ବିସିଟି) କାର୍ଯ୍ୟକର୍ତ୍ତା ରକ୍ତବୀର ଶୈଳରାଜ ପାଣିଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲା ଉପରବରୁଆଁ ଗ୍ରାମ ସ୍ଥିତ ମେଲଣ ପଡିଆରେ ଥିବା ବୃକ୍ଷ ମାନଙ୍କରେ ଜଳ ପାତ୍ର ରଖିବା ଓ ବିଭିନ୍ନ ସ୍ଥାନରେ କୂଅ ନନ୍ଦ ଆଦି ପାଣି କୁଣ୍ଡର ରଖିବାର ବ୍ୟବସ୍ଥା କରାଯାଇଛି । ଏହି ସେବା କାର୍ଯ୍ୟକ୍ରମରେ ଚିରଞ୍ଜିବି ବିଶ୍ବାଳ, ପ୍ରଶାନ୍ତ ବିଶ୍ବାଳ,ଦୁଷ୍ମନ୍ତ ପ୍ରଧାନ , ବିଶ୍ୱଜିତ୍ ବାରିକ,ସୁରେଶ ପରିଡ଼ା, ଦିବ୍ୟଜ୍ୟୋତି ବିଶ୍ବାଳ,ପ୍ରେମ୍ ପ୍ରକାଶ ପାଣି,ସୁଧାଂଶୁ ବିଶ୍ବାଳ,ରିତେଶ ରାଜ ପାଣି,ପ୍ରଶାନ୍ତ ବାରିକ,ଶୁଭମ୍ ସାହୁ,ଗୁଗୁଆ,ରୋହିତ,ତପୁ,ଲିଟୁ, ଲାପି,ଗୁଗୁଲ,ରାହୁଲ୍,ଗୌରା ଆଦି ବହୁ ଯୁବ ସମାଜସେବୀ ବଂଧୁ ବର୍ଗ ସହଯୋଗ କରିଥିଲେ । ସେହିଭଳି କଟକ ସଦର ଅଞ୍ଚଳରେ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ,ଓଡ଼ିଶା ସହ ସମ୍ପାଦକ ଇଂ.ସୁରଜ୍ ବେହେରା ମଧ୍ୟ ଏହି ସେବାକାର୍ଯ୍ୟ ଜାରୀ ରଖିଛନ୍ତି । ଯୁବ ସମାଜସେବୀ ମାନଂକ ଏପରି ମାନବୀୟ କାର୍ଯ୍ୟକୁ ବିସିଟି ଅଧ୍ୟକ୍ଷ ସମାଜସେବୀ ଇଂ.ବିମଳ ଚନ୍ଦ୍ର ଦାସ,ସମ୍ପାଦକ ସାହିତ୍ୟିକ ପ୍ରିନ୍ସ ନନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କଣ ନୂଆଗୁଡା ପ୍ରାଥମିକ ବିଦ୍ୟାଳୟ  ନିର୍ମାଣ ଶେଷ ହେବନି : ଅଭିଯୋଗ କରି ଥକିଗଲେଣି ସ୍ଥନୀୟ ବାସିନ୍ଦା 

Sunil Chandra Nayak

କଳାହାଣ୍ଡି ଜିଲ୍ଲା ରେ ହେବାକୁ ଥିବା ଆଦିବାସୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ମୟୂରଭଞ୍ଜ ଜିଲ୍ଲାରେ ପ୍ରତିଷ୍ଠା ପାଇଁ ମସୁଧା

Sunil Chandra Nayak

ରାଇରଙ୍ଗପୁର ଲାମ୍ପରେ ଧାନମଣ୍ଡି ଉପଜିଲ୍ଲାପାଳଙ୍କ ଦ୍ବାରା ଶୁଭ ଉଦଘାଟିତ ଓ ଧାନକିଣା ଶୁଭାରମ୍ଭ 

masiha

Leave a Comment

error: Content is protected !!