ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂସଦୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସ୍ଥାୟୀ ସମିତି ର ୬ ଦିନିଆଁ ବିଭିନ୍ନ ରାଜ୍ୟ ଗସ୍ତ, କମିଟି ରେ ଓଡିଶା ରୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସାମିଲ

ସଂସଦୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସ୍ଥାୟୀ ସମିତି ର ୬ ଦିନିଆଁ ବିଭିନ୍ନ ରାଜ୍ୟ ଗସ୍ତ, କମିଟି ରେ ଓଡିଶା ରୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସାମିଲ

ଭୁବନେଶ୍ୱର ତା ୩.୧୧ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସଂସଦୀୟ ସ୍ଥାୟୀ କମିଟି ୬ ଦିନିଆ ଅଧ୍ୟୟନ ଗସ୍ତ କାର୍ଯ୍ୟକ୍ରମ ୩ ନଭେମ୍ବର ରୁ ୯ ନଭେମ୍ବର ମଧ୍ୟରେ ୱେଷ୍ଟ ବେଙ୍ଗଲ, ସିକିମ ,ଆସାମ ରାଜ୍ୟ ଗସ୍ତ କରିବ ବୋଲି ଜଣା ପଡିଛି l ଏହି କମିଟି କେନ୍ଦ୍ର ସରକାର ଙ୍କ ବିଭିନ୍ନ ବିଭାଗ, ବ୍ୟାଙ୍କ, ବୀମା, ରେ କାର୍ଯ୍ୟରତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ ସଙ୍ଗଠନ ର କର୍ମକର୍ତ୍ତା ଙ୍କ ସହିତ ଆଲୋଚନା କରିବ l ଅନୁସୂଚିତ ଜାତି ଏବଂ ଜନଜାତି କର୍ମଚାରୀ ଙ୍କ ପାଇଁ ଉଦ୍ଧିଷ୍ଟ ସଂରକ୍ଷଣ ଆଇନ ସଠିକ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ କମିଟି ସମୀକ୍ଷା କରିବ l ଅନୁସୂଚିତ ଜାତି, ଜନଜାତି ସମ୍ପ୍ରଦାୟ ର ସାମାଜିକ ଅର୍ଥନୈତିକ ସ୍ଥିତି ଅନୁଧ୍ୟାନ କରିବ l ଏହି ସମ୍ପ୍ରଦାୟ ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ବିଭିନ୍ନ ସାମାଜିକ ସଙ୍ଗଠନ, ଅନୁସୂଚିତ ଜାତି, ଜନଜାତି କର୍ମଚାରୀ ସଙ୍ଗଠନ ଗୁଡିକ ସହିତ ଆଲୋଚନା କରିବ l ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ସମୁଦାୟ ଙ୍କ କଲ୍ୟାଣ ପାଇଁ କେନ୍ଦ୍ର ଶାସିତ ଅଞ୍ଚଳ କତ୍ତୃପକ୍ଷ ଏବଂ ଆସାମ, ସିକିମ, ୱେଷ୍ଟ ବେଙ୍ଗଲ ରାଜ୍ୟ ସରକାର ଙ୍କ ବିଭାଗୀୟ କତ୍ତୃପକ୍ଷ ଙ୍କ ସହିତ ଆଲୋଚନା କରିବେ l ବିଭିନ୍ନ ବ୍ୟାଙ୍କ, ହିନ୍ଦୁସ୍ତାନ ପେଟ୍ରୋଲିୟମ ନିଗମ, ଭାରତ ପେଟ୍ରୋଲିୟମ ନିଗମ,କର୍ତ୍ତୃପକ୍ଷ ଙ୍କ ସହିତ ମଧ୍ୟ ପାର୍ଲିଆମେଣ୍ଟରୀ କମିଟି ଆଲୋଚନା କରିବl କାର୍ଯ୍ୟକ୍ରମ ରହିଛି l ସମୀକ୍ଷା କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସାମିଲ ଅଛନ୍ତି l

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ଉତ୍ସବ ପାଳନ

masiha

କସ୍ତୁରୀ ସାଂସ୍କୃତିକ ମହୋତ୍ସବ ଆସନ୍ତା ୧୩ ରୁ ୧୫……. ସମ୍ମାନିତ ହେବେ ଚିନ୍ମୟୀ ଷଡ଼ଙ୍ଗୀ, ଡ଼ଃ ସମର ମୁଦାଲି,ଦ୍ବୀପନ୍ବିତ ଦାଶ ମହାପାତ୍ର ଓ ପ୍ରଶାନ୍ତ ସେଠୀ 

masiha

Leave a Comment

error: Content is protected !!