ସଂସଦୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସ୍ଥାୟୀ ସମିତି ର ୬ ଦିନିଆଁ ବିଭିନ୍ନ ରାଜ୍ୟ ଗସ୍ତ, କମିଟି ରେ ଓଡିଶା ରୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସାମିଲ
ଭୁବନେଶ୍ୱର ତା ୩.୧୧ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସଂସଦୀୟ ସ୍ଥାୟୀ କମିଟି ୬ ଦିନିଆ ଅଧ୍ୟୟନ ଗସ୍ତ କାର୍ଯ୍ୟକ୍ରମ ୩ ନଭେମ୍ବର ରୁ ୯ ନଭେମ୍ବର ମଧ୍ୟରେ ୱେଷ୍ଟ ବେଙ୍ଗଲ, ସିକିମ ,ଆସାମ ରାଜ୍ୟ ଗସ୍ତ କରିବ ବୋଲି ଜଣା ପଡିଛି l ଏହି କମିଟି କେନ୍ଦ୍ର ସରକାର ଙ୍କ ବିଭିନ୍ନ ବିଭାଗ, ବ୍ୟାଙ୍କ, ବୀମା, ରେ କାର୍ଯ୍ୟରତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ ସଙ୍ଗଠନ ର କର୍ମକର୍ତ୍ତା ଙ୍କ ସହିତ ଆଲୋଚନା କରିବ l ଅନୁସୂଚିତ ଜାତି ଏବଂ ଜନଜାତି କର୍ମଚାରୀ ଙ୍କ ପାଇଁ ଉଦ୍ଧିଷ୍ଟ ସଂରକ୍ଷଣ ଆଇନ ସଠିକ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ କମିଟି ସମୀକ୍ଷା କରିବ l ଅନୁସୂଚିତ ଜାତି, ଜନଜାତି ସମ୍ପ୍ରଦାୟ ର ସାମାଜିକ ଅର୍ଥନୈତିକ ସ୍ଥିତି ଅନୁଧ୍ୟାନ କରିବ l ଏହି ସମ୍ପ୍ରଦାୟ ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ବିଭିନ୍ନ ସାମାଜିକ ସଙ୍ଗଠନ, ଅନୁସୂଚିତ ଜାତି, ଜନଜାତି କର୍ମଚାରୀ ସଙ୍ଗଠନ ଗୁଡିକ ସହିତ ଆଲୋଚନା କରିବ l ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ସମୁଦାୟ ଙ୍କ କଲ୍ୟାଣ ପାଇଁ କେନ୍ଦ୍ର ଶାସିତ ଅଞ୍ଚଳ କତ୍ତୃପକ୍ଷ ଏବଂ ଆସାମ, ସିକିମ, ୱେଷ୍ଟ ବେଙ୍ଗଲ ରାଜ୍ୟ ସରକାର ଙ୍କ ବିଭାଗୀୟ କତ୍ତୃପକ୍ଷ ଙ୍କ ସହିତ ଆଲୋଚନା କରିବେ l ବିଭିନ୍ନ ବ୍ୟାଙ୍କ, ହିନ୍ଦୁସ୍ତାନ ପେଟ୍ରୋଲିୟମ ନିଗମ, ଭାରତ ପେଟ୍ରୋଲିୟମ ନିଗମ,କର୍ତ୍ତୃପକ୍ଷ ଙ୍କ ସହିତ ମଧ୍ୟ ପାର୍ଲିଆମେଣ୍ଟରୀ କମିଟି ଆଲୋଚନା କରିବl କାର୍ଯ୍ୟକ୍ରମ ରହିଛି l ସମୀକ୍ଷା କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସାମିଲ ଅଛନ୍ତି l