ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିନ୍ନକ୍ଷମ ନିହାରିକାକୁ ସରକାରୀ ସହାୟତା ମିଳିବ କେବେ  ?

ଭିନ୍ନକ୍ଷମ ନିହାରିକାକୁ ସରକାରୀ ସହାୟତା ମିଳିବ କେବେ ?

ବୌଦ୍ଧ -୦୩-୧୧- (ହୃଦାନନ୍ଦ ମେହେର)-ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ଜଗତୀ ଗ୍ରାମରେ ରୁହନ୍ତି ଆଦିତ୍ୟ ବେହେରା।ଆଦିତ୍ୟ ବେହେରାଙ୍କ ପରିବାର କହିଲେ ପାଞ୍ଚ ପ୍ରାଣୀ କୁଟୁମ୍ବ। ସେମାନେ ହେଲେ ଆଦିତ୍ୟ ବେହେରା ବୟସ ୩୦ ଓ ତାଙ୍କ ସ୍ତ୍ରୀ ଅନୁପମା ବେହେରା ଙ୍କ ବୟସ ୨୯ ଏବଂ ତାଙ୍କର ତିନୋଟି ସନ୍ତାନ। ପ୍ରଥମ ଝିଅଟି ଅଙ୍କିତା ବେହେରା ବୟସ ୭ବର୍ଷ, ଦ୍ଵିତୀୟ ଝିଅଟି ନିହାରିକା ବେହେରା ବୟସ ୪ବର୍ଷ ଓ ତୃତୀୟ ପୁତ୍ରଟିର ନାମ ବୃନ୍ଦାବନ ବେହେରା ବୟସ ୪ମାସ। ଯେତେବଳେ ଅନୁପମା ବେହେରାଙ୍କ ପ୍ରସବ ଯନ୍ତ୍ରଣା ହେଲା ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ ସେ ଝିଅ ନିହାରିକା କୁ ଜନ୍ମ ଦେଇଥିଲେ। ଡାକ୍ତରଖାନା ରେ ୫ଦିନ ରହିବା ପରେ ଘରକୁ ଫେରିଥିଲେ। ୬ମାସ ପରେ ଝିଅଟିର ଦେହ ଠିକ୍ ନ ରହିବାରୁ ବୌଦ୍ଧ ଡାକ୍ତରଖାନା କୁ ନେଇ ଥିଲେ। ଡାକ୍ତର ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ପଠାଇଥିଲେ। ବୁର୍ଲା ଡ଼ାକ୍ତରଖାନାକୁ ନେଇ ଦେଖାଇଲା ପରେ ମସ୍ତିଷ୍କ ପରୀକ୍ଷା (BRAIN MRI) କରିଥିଲେ। ସେଠାରୁ ପୁଣି ଡାକ୍ତର ତାଙ୍କୁ କଟକ ଡାକ୍ତରଖାନା ପଠାଇଥିଲେ। ଆଦିତ୍ୟ ବେହେରା ମାସେ ପରେ କଟକ ଶିଶୁଭବନରେ ଚିକିତ୍ସା କରିଥିଲେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁଟି କଥା କହି ପାରୁନାହିଁ କି ଚାଲି ପାରୁନାହିଁ । ଆଦିତ୍ୟ ବେହେରା ହେଉଛନ୍ତି ଗରିବ ପରିବାରର । ମାଛ ମାରି ପରିବାର ପ୍ରତିପୋଷଣ କରିଥାନ୍ତି। ସେଥିପାଇଁ ଝିଅର ଚିକିତ୍ସା କରିପାରୁ ନାହାଁନ୍ତି। ତାଙ୍କର ସ୍ତ୍ରୀ ଓ ୩ଟି ସନ୍ତାନର ନାମ ରାସନକାର୍ଡରୁ ବାଦ ପଡ଼ିଛି, ଘର ପାଇନାହାନ୍ତି, ଚାଉଳ ପାଉନାହାନ୍ତି , ଝିଅଟିର ଭିନ୍ନକ୍ଷମ କାର୍ଡ ନାହିଁ ଓ ଭତ୍ତା ମଧ୍ୟ ପାଉନାହାନ୍ତି। ଯଦି ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନିହାରିକା ବେହେରା କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଅନ୍ତି ତାହା ହେଲେ ତାଙ୍କ ପରିବାର ବହୁତ ଉପକୃତ ହେବେ ବୋଲି ଗ୍ରାମବାସୀ ଦାବୀ କରୁଛନ୍ତି ।

ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ପଶ୍ଚିମବାର୍ଡ଼ ମଣ୍ଡଳସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

ମୟୂରଭଂଜ ଜିଲ୍ଲାର ନବ ନିଯୁକ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ଯକ୍ଷ ଡାଃ ବୁଢ଼ାନ ମୁର୍ମୁ ଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ରାଜ୍ୟସ୍ତରୀୟ 70ତମ ଓଡିଶା ଜୁନିଅର ଆଥଲେଟିସ୍କ ଚମ୍ପିୟାନସିପ ପ୍ରତିଯୋଗିତା ରେ ଏଲ ସ୍ନିଗ୍ଧା ଙ୍କୁ ସ୍ଵର୍ଣ ପଦକ

masiha

Leave a Comment

error: Content is protected !!