ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାୟୋବୃଦ୍ଧ ପୁରୋହିତ ରାମଚନ୍ଦ୍ର ଦାସ ଙ୍କର ପରଲୋକ

ବାୟୋବୃଦ୍ଧ ପୁରୋହିତ ରାମଚନ୍ଦ୍ର ଦାସ ଙ୍କର ପରଲୋକ

ଧର୍ମଗଡ଼ ଅଞ୍ଚଳର ସମସ୍ତଙ୍କ ର ପ୍ରିୟ ପୁରୋହିତ ରାମଚନ୍ଦ୍ର ଦାସ ଙ୍କ ର ଆଜି ଦିବା ଘ୧୧.୩୦ ମିନିଟ ସମୟରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥଲା।ଧର୍ମଗଡ ଭିମଖୋଜ ପଡାରେ ରହୁଥିବା ସ୍ୱର୍ଗତ ଦାସ ଅଞ୍ଚଳରେ ଜଣେ ପୁରୋହିତ ଭାବେ ସେ ବେଶ ଆଦୃତ ଥିଲେ। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ କିଛି ମାସ ହେଲା ଶଯ୍ୟାଶାୟୀ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ପାଖରେ ପତ୍ନୀ ଅନୁସୁୟା ଦାସ,ବଡପୁଅ କବିରାଜ ଦାସ, ଦେବରାଜ ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, ଭୃଙ୍ଗରାଜ ଦାସ , ବୋହୁ ଓ ନାତି ଶରତ ଦାସ, ମନୋଜ ଦାସ ଓ ନିକଟ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ। ବଡପୁଅ କବିରାଜ ଦାସ ମୁଖାଗ୍ନି ଦେଇଥିଲେ। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସରଂକ୍ଷିତ ଜଙ୍ଗଲ ରୁ ନିଖୋଜ ବୃଦ୍ଧ ଙ୍କ କଙ୍କାଳ ଠାବ, ହାତୀ ଆକ୍ରମଣ ରେ ମୃତ୍ୟୁ ହୋଇଥିବା ଅନୁମାନ

Sunil Chandra Nayak

ରାୟଗଡ଼ା ସ୍ୱଳ୍ପ ସଞ୍ଚୟ ସଂସ୍ଥା ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ 

masiha

ଜୁନାଗଡ଼ରେ ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ୱଛତା ସଚେତନତା ରେଲି

Sunil Chandra Nayak

Leave a Comment

error: Content is protected !!