ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ଙ୍ଗାମୁଣ୍ଡି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୁତଳ କେନାଲ ଯୋଜନା ଭର୍ଚୁଆଲ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଡ଼ଙ୍ଗାମୁଣ୍ଡି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୁତଳ କେନାଲ ଯୋଜନା ଭର୍ଚୁଆଲ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ରାୟଗଡା -୨/୩ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ କଲ୍ୟାଣୀ ନଦୀ ଉପରେ ଡ଼ଙ୍ଗାମୁଣ୍ଡି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୁତଳ କେନାଲ ଯୋଜନାକୁ ଭର୍ଚୁଆଲ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଓଡି଼ଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ l

ଜଳ ସମ୍ପଦ ବିଭାଗ ଦ୍ଵାରା ଡ଼ଙ୍ଗାମୁଣ୍ଡି ଠାରେ କରାଯାଇଥିବା କଲ୍ୟାଣୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ନୂତନ ଭୁତଳ କେନାଲ ଯୋଜନାରେ ଜଳସେଚନ କରାଯିବା ନିମନ୍ତେ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ l

 ଜିଲାପାଳ ମୋନଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ,ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ବିଜୁ ସ୍ୱାସ୍ଥ୍ୟ ଯୋଜନା ବୋର୍ଡ ର ଉପଦେଷ୍ଟା ସୁଧୀର ଦାସ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି,ଜିଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର,ଆମ ଓଡିଶା ନବୀନ ଓଡିଶା ଜିଲ୍ଳା ସଂଯୋଜକ ପି.ଗୈାରୀ ଶଙ୍କର ରାଓ,ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା,ଉପାଧ୍ୟକ୍ଷ ଡମ୍ବରୁ କଞ୍ଜ।କା,ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପସଭାପତି ବନମାଳୀ କାଡ୍ରାକା, କ ଜୋନର ଜିଲାପରିଷଦ ସଦସ୍ୟ ବାରାଟମ ୱାରା ପ୍ରସାଦ ରାଓ ,ଖ ଜୋନ ର ଜିଲା ପରିଷଦ ସଦସ୍ୟ ଭୂମି ଗୌରୀ ଦେବୀ ,ବିଡ଼ିଓ ରାଜୀବ ଦାସ, ତହସିଲଦାର ରଞ୍ଜନ ମାନସେଠ, କ୍ଷୁଦ୍ର ଜଳସେଚନ ବିଭାଗ ର ଜିଲା ନିର୍ବାହୀ ଯନ୍ତ୍ରୀ କୁମାର ସୁଧାକର, କୋଲନରା ଜିଲାପରିଷଦ ଧବଳେଶ୍ବର ନାଇଡୁ, ଏସ ଡି ପି ଓ ରଶ୍ମିରଞ୍ଜନ ସେନାପତି ,ଥାନା ଅଧିକାରୀ ସୁମନ୍ତି ମହାନ୍ତି । ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ଉକ୍ତ କଲ୍ୟାଣୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରେ ନୂତନ ପାଇପ ଲାଇନ ଜଳସେଚନ ଦ୍ୱାରା ଡାହାଣ ପାର୍ଶ୍ୱ କେନାଲରୁ ରାୟଗଡା ଜିଲାର ବାରିଭଟା, ଖାଡ଼ଗୁଡ଼ା, ମୁଣ୍ଡିଗୁଡା, ପ୍ରଧାନୀପଡା, ଟେନଟିକିରି, ଶିଙ୍ଗାରି, ଛାତପଦାର, ଆରିଶାକେନ୍ଦୁ, ସାନବାମନାଗୁଡ଼ା, ବାଗୁଡା, ବଡ଼ ଵାମନଗୁଡ଼l,ଢ଼େପlଗୁଡା, ଗୁଣ୍ଡାରୀଗୁଡା, ଆଡ଼ବାଡ଼ି ଆଦି ୧୪ଟି ଗାଁର ୫୭୨ହେକ୍ଟର ଜମି ଓ କଳାହାଣ୍ଡିର ଡ଼ଙ୍ଗାମୁଣ୍ଡି ଓ଼ କଳକୂପl ୨ଟି ଗ୍ରାମର ୧୪୩ହେକ୍ଟର ଜମିରେ ଜଳସେଚନ ହେଲେ ଏହି ଅଂଚଳର ଚାଷୀ ବିଶେଷ ଉପକୃତ ହୋଇପାରିବେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜାତୀୟ ଆଇନ ସେବା ଦିବସ ପାଳିତ

Sunil Chandra Nayak

ଶ୍ରୀ ଧିମନ୍ ଚକମା, ଆଇଏଏସ ଧର୍ମଗଡ ର ନୂତନ ଉପଜିଲ୍ଲାପାଳ

masiha

ଓଡ଼ିଆ ଭାଷା ବିକାଶ ମଂଚ – ସ୍ଵଭାବକବି ଗଙ୍ଗାଧର ମେହେରଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

Leave a Comment

error: Content is protected !!