ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘନ କୁହୁଡି ଯୋଗୁଁ ପନିପରିବା ଫସଲ ନଷ୍ଟ,ଚିନ୍ତାରେ ଚାଷୀ

ଘନ କୁହୁଡି ଯୋଗୁଁ ପନିପରିବା ଫସଲ ନଷ୍ଟ,ଚିନ୍ତାରେ ଚାଷୀ

ଆସିକା, ୨/୨/୨୫ // ସତେ ଯେପରି ପ୍ରକୃତି ଚାଷୀ ଉପରେ ଦାଉ ସାଧୁଛି। ଆରମ୍ଭରୁ ବେଶ ଭଲ ହୋଇଥିବା ଧାନ ଫସଲ ଅମଳ ବେଳକୁ ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ବର୍ଷକର ଅର୍ଜନ କୁ ନେଇ ଉତ୍ସାହିତ ଥିବା ଚାଷୀର ଆଶା ଆଶାରେ ହିଁ ରହିଯାଇଥିଲା । ଧାନ ଫସଲ ପରେ ମୁଗ ,ବିରି ଫସଲ ମଧ୍ୟ ଠିକ ପାଗରେ ବୁଣି ଥିବା ଯୋଗୁଁ ମୁଗ ଗଛ,ବିରି ଗଛ ସତେଜ ହୋଇ ଫୁଲ ଧରିଥିବା ଯୋଗୁଁ ଏଥିରୁ ଭଲ ଦୁଇ ପଇସା ରୋଜଗାର ହେବାର ଆଶା ରହିଥିଲା । ହେଲେ ଠିକ୍ ସମୟରେ ଘନ କୁହୁଡି ଯୋଗୁଁ ଏବେ ମୁଗ ,ବିରି ଫସଲ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି। ଗତ ଏକ ସପ୍ତାହ ହେଲା ଧରାକୋଟ ବ୍ଲକ ଅଞ୍ଚଳରେ ମଧ୍ୟ ରାତ୍ରରୁ ଘନ କୁହୁଡି ଆରମ୍ଭ ହୋଇ ସକାଳ ଆଠ ଘଣ୍ଟା ପର୍ଯ୍ୟନ୍ତ ବଳ ବତର ରହୁଛି । ରାସ୍ତା ଘାଟ ସକାଳୁ ଅନ୍ଧାର ହୋଇ ରହୁଛି । ରାସ୍ତାରେ ଯାତାୟାତ କରିବା ମୁସ୍କିଲ ହେଉଛି । ଏଣୁ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି। ଠିକ ସେହିପରି ମୁଗ, ବିରି ଗଛ ରେ ଧରିଥିବା ଫୁଲ ପାତ୍ର ଜଉ ପୋକ ଲାଗି ଗଛ ସବୁ ନଷ୍ଟ ହେଲାଣି । ବିଲରେ ଗଛ ଗୁଡ଼ିକରେ ଖାଲି ଡାଳ ସବୁ ରହିଛି । ଏଣୁ ଏହାକୁ ନେଇ ଚାଷୀ ବେସ ଚିନ୍ତିତ । ଠିକ ସେହିପରି କୁହୁଡି ଯୋଗୁଁ ଆମ୍ବ ଗଛରେ ଆସିଥିବା ବଉଳ ସବୁ ନଷ୍ଟ ହେବା କୁ ବସିଲାଣି । ସେହିପରି ପନିପରିବା ଫସଲ ମଧ୍ୟ ପ୍ରଭାବିତ ହେଉଥିବା ଯୋଗୁଁ ବଜାରରେ ମିଳୁଥିବା ପରିବା ଗୁଡ଼ିକର ଧୀରେ ଧୀରେ ଦର ବୃଦ୍ଧି ହେଲାଣି । ଏଣୁ ଖାଉଟି ମାନଙ୍କ ର ଚିନ୍ତା ଦୁଇଗୁଣ ବଢ଼ି ଗଲାଣି । କ୍ଷତି ହୋଇଥିବା ଧାନ ଫସଲ ର କ୍ଷତି ପୂରଣ ଏ ପର୍ଯ୍ୟନ୍ତ ମିଳିନଥିବା ବେଳେ କୁହୁଡି ଜନିତ ଡାଲି ଓ ପନି ପରିବା କ୍ଷତି ଚାଷୀ ମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ଭଳି ହୋଇଛି ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ମୋହନଗିର କୃଷି ସମବାୟ ସମିତି ପକ୍ଷରୁ ୭୮ ତମ ସ୍ବାଧୀନତା ଦିବସ ପାଳିତ

masiha

ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନେ ସମୂହ ଛୁଟିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନବରଙ୍ଗପୁର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମରକୋଟ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା

ଜୀବନ ସୁଖମୟ କିନ୍ତୁ ତଥାସ୍ତୁମୟ ନୁହେଁ… ଧାମରା ସଂଘରେ ଗ୍ରୀଷ୍ମ କବିତା ଆସର…

Sunil Chandra Nayak

Leave a Comment

error: Content is protected !!