ଦେଶର ପ୍ରଥମ ସିନ୍ଥେଟିକ ରାସ୍ତା କାମାକ୍ଷାନଗରରେ
କାମାକ୍ଷାନଗର (ମନିସ )13/12/24 // କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଦ୍ୟୁତ ଛକ ଠାରୁ ରେଙ୍ଗାଲି କଲୋନୀ ପର୍ଯ୍ୟନ୍ତ ଦେଶର ପ୍ରଥମ ସିନ୍ଥେଟିକ ରାସ୍ତା ଶୁକ୍ରବାର ଆରମ୍ଭ ହୋଇଛି l ପୂର୍ତ୍ତ ବିଭାଗ ପକ୍ଷରୁ ଜର୍ମାନ ଟେକନୋଲୋଜିରେ ନିର୍ମାଣ କରାଯାଉଥିବା ୭ ସହ ମିଟର ଏହି ରାସ୍ତାରେ ପ୍ରଥମେ ଏକ ଚାଦର ବିଛାଯାଇଥିଲା l ପରେ ଚିପ୍ସ ଓ ପିଚୁ କୁ ଫେଭର ମେସିନ ରେ ଚାଦର ଉପରେ ପକାଯାଇ ରୋଲିଂ କରାଯାଇଥିଲା l ଏହି ରାସ୍ତା ର ସ୍ଥାୟିତ୍ୱ ନେଇ ଆଶାବାଦୀ ଅଛନ୍ତି ପୂର୍ତ୍ତ ବିଭାଗ ଯନ୍ତ୍ରୀ l ସାଧାରଣତଃ ପିଚୁ ରାସ୍ତା ନିର୍ମାଣ କରାଯିବା ର କିଛି ବର୍ଷ କିମ୍ବା କିଛି ମାସ ମଧ୍ୟରେ ରାସ୍ତାରେ ଭାରୀଯାନ ଚଳାଚଳରେ ଗର୍ତ୍ତ ସୃଷ୍ଟି ହୋଇଥାଏ l ଫଳରେ ବିଭାଗୀୟ ସ୍ତରରେ ସେଥିରେ ବାରମ୍ବାର ମରାମତିର ଆବଶ୍ୟକତା ରହିଥାଏ l କିନ୍ତୁ ଏହି ଚାଦର ବିଛାଇବା ପରେ ପିଚୁ କାମ ହେଉଥିବାରୁ ଏଥିରେ କୌଣସି ଗର୍ତ୍ତ ସୃଷ୍ଟି ହବାର ସଂମ୍ଭାବନା ନାହିଁ l ଦେଶର ପ୍ରଥମ କରି କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବିଦ୍ୟୁତ ଛକ ଠାରୁ ରେଙ୍ଗାଲି କଲୋନୀ ପର୍ଯ୍ୟନ୍ତ ପରୀକ୍ଷା ମୂଳକ ଭାବେ ରାସ୍ତା ନିର୍ମାଣ କରାଯାଇଛି l ଏହି ରାସ୍ତାର ସ୍ଥାୟିତ୍ୱ ନେଇ ଆଶାବାଦୀ ରହିଛନ୍ତି ଢେଙ୍କାନାଳ ଅଧିକ୍ଷଣ ଯନ୍ତ୍ରୀ ଜୟନ୍ତ କୁମାର ନାୟକ l ପୂର୍ତ୍ତ ବିଭାଗ ସ୍ଥାନୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସେଠି, ସହକାରୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ମଲ୍ଲିକ ଏହି ରାସ୍ତା ଦାୟିତ୍ୱରେ ରହି ତଦାରଖ କରୁଛନ୍ତି l
ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

