ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୀଳାଚଳ ପରିଷଦର ସରସ୍ଵତୀ ପୂଜା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ 

ନୀଳାଚଳ ପରିଷଦର ସରସ୍ଵତୀ ପୂଜା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ 

ରାଉରକେଲା: କୋଏଲ ନଗର ସି ବ୍ଲକ ସ୍ଥିତ ନୀଳାଚଳ ପରିଷଦ ତରଫରୁ ଶ୍ରୀ ସରସ୍ଵତୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଚାରିଦିନ ଧରି ଚାଲିଥିବା ଏହି ପୂଜାରେ କୈବଲ୍ୟ ନନା ପୂଜକ ଭାବେ ଓ ରାଜେଶ ମହାରଣା କର୍ତ୍ତା ଭାବେ ଦାୟିତ୍ବ ତୁଲାଇଥିଲେ। ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବେଦବ୍ୟାସ ମନ୍ଦିର ଟ୍ରଷ୍ଟି ପ୍ରମୋଦ ପ୍ରଧାନ ଅତିଥି ଭାବେ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା ରେ ସର୍ବଶ୍ରୀ ଦେବଦତ୍ତ ସାହୁ, ବାବୁଲି ମହାରଣା, ସମୀର ପଟ୍ଟନାୟକ, କ୍ରିଷ୍ଣା ମହାରଣା, ବିଜୟଲକ୍ଷ୍ମୀ ମହାରଣା, ପ୍ରିୟଦର୍ଶିନୀ,ବିନୀତା, ଅପର୍ଣ୍ଣା, ନିକିତା, ନମ୍ରତା, ସନ୍ତୋଷିନୀ, ଦୀପିକା,ରୂଦ୍ରପ୍ରସନ୍ନ ସାମଲ, ସସ୍ମିତା ସାମଲ, ରାହୁଲ ନାୟକ, ପ୍ରଭାତ ମହାରଣା,ପ୍ରିୟାଂଶୁ, ଆଦିତ୍ୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ପ୍ରସାଦ ସେବନ କରିଥିଲେ। ଶେଷରେ ଦେବଦତ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ଜାତୀୟ ଭୋଟର ଦିବସ ପାଳିତ 

masiha

ପାଞ୍ଚ ପୁଟ ଲମ୍ବାର ଦାମଣା ସାପ ଉଦ୍ଧାର, ଜଙ୍ଗଲ ବିଭାଗଙ୍କ ଉପସ୍ଥିତିରେ ଜଙ୍ଗଲରେ ଛଡ଼ା ଗଲା 

masiha

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!