ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଆରଏସ୍ ଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କ ବଦଳୀକୁ ନେଇ ବିଡ଼ିଓଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଲାଞ୍ଜିଗଡ, (11/06/23):ଲାଞ୍ଜିଗଡ଼ ବ୍ଳକ କାନକୁଟୁରୁ ପଞ୍ଚାୟତ ଜିଆରଏସ୍ ଭାଗବତ ପ୍ରସାଦ ସାହୁ(ମଣ୍ଟୁ)ଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କ ବଦଳୀକୁ ନେଇ କାନକୁଟୁରୁ ପଞ୍ଚାୟତ ସରପଞ୍ଚ ବନମାଳୀ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟକୁ ଆସି ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଆରଏସ୍ ଶ୍ରୀ ସାହୁ ନିଜ କାମରେ ଅବହେଳା ଯୋଗୁଁ ମନରେଗା ଯୋଜନାରେ କାମ କରୁଥିବା ଶ୍ରମିକ ମାନଙ୍କୁ ମାସ ମାସ ଧରି ନିଜ ମଜୁରୀ ପାଇପାରୁ ନାହାନ୍ତି।ଯାହା ଫଳରେ ଗାଁ ସାଥୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହାକୁ ନେଇ ଗତ କାଲି କାନକୁଟୁରୁ ପଞ୍ଚାୟତ ସରପଞ୍ଚ ଶ୍ରୀ ମାଝୀ, ସମସ୍ତ ୱାଡ଼ ମେମ୍ବର,ଗାଁ ସାଥି ଓ ଶ୍ରମିକ ମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଜିଆରଏସ୍ ଶ୍ରୀ ସାହୁ ନିଜ ବ୍ୟକ୍ତିଗତ କାମ କରିବା ସହିତ ଅନ୍ୟ ପଞ୍ଚାୟତ ମାନଙ୍କରେ ଲକ୍ଷ ଲକ୍ଷ ଟଙ୍କାର ଠିକା କାମ କରୁଥିବା ବେଳେ ସର୍ବଦା ନିଜ କାମରେ ଅନୁପସ୍ଥିତ ଯୋଗୁଁ ବ୍ଳକ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କହିବା ସତ୍ତ୍ୱେ ମଧ୍ୟ ଶୁଣୁନାହାନ୍ତି।ଏଣୁ ମନରେଗା ଯୋଜନାରେ ଲୋକେ କାମ କରି ମାସ ମାସ ଧରି ନିଜ ମଜୁରୀ ପାଇବାରୁ ବଞ୍ଚିତ ରହୁଥିବା ବେଳେ ଜିଆରଏସ୍ ଙ୍କୁ ନିଜ ପଞ୍ଚାୟତରୁ ବଦଳି କରିବା ପାଇଁ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା। ଆଜି ସରପଞ୍ଚ ଶ୍ରୀ ମାଝୀ,ନିକକଣ୍ଠ ବିଭାର, ନବୀନ ମାଝୀ,ନରସିଂହ ବିଶି ସମେତ ସମସ୍ତ ୱାଡ଼ ମେମ୍ବର, ଗାଁ ସାଥୀ ଆଜି ଲାଞ୍ଜିଗଡ଼ ବିଡ଼ିଓ ଶ୍ରୀ ମିଶ୍ରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।ଏହାର କୌଣସି ସୁ ବିଚାର କରାନଗଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବୁ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।ସୂଚନା ଯୋଗ୍ୟ ଯେ, ଉକ୍ତ ପଞ୍ଚାୟତରେ ମନରେଗା ଯୋଜନାରେ କାମ କରି ଠିକ ସମୟରେ ନିଜ ମଜୁରୀ ନମିଳିବାରୁ ୩୦ରୁ ଉର୍ଦ୍ଧ୍ବ ଯୁବତୀ ଦଲାଲ ଦ୍ବାରା ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇ ସେଠାରେ ନିର୍ଯ୍ୟାତନାର ଶିକାର ହୋଇଥିଲେ ଓ ସେଠାରୁ ଲୁଚିକି ଗାଁ କୁ ଫେରି ଥିଲେ।ଗତ ଏପ୍ରିଲ ୨୮ ତାରିଖରେ କଳାହାଣ୍ଡି ଏସପି ଙ୍କ ଦ୍ଵାରସ୍ତ ହୋଇଥିଲେ।ଏହାପରେ ଏସ ପି ଘଟଣାଟିକୁ ଗୁରୁତର ଭାବେ ନେଇ ବିଶ୍ୱନାଥପୁର ପୋଲିସ ଜରିଆର ୨ ଦଲାଲଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିଲେ।

ଲାଞ୍ଜିଗଡ ବ୍ଲକ ରୁ ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ,

Related posts

କାର୍ଯ୍ୟରେ ଯୋଗଦେଲେ ଶିକ୍ଷକ

masiha

ବିଜାତଳା ବିଡ଼ିଓଙ୍କ ପ୍ରକଳ୍ପ ଅନୁଦାନ ପାଣ୍ଠି ବିନିଯୋଗର ପାତର ଅନ୍ତର ନେଇ ଜନପ୍ରତିନିଧିଙ୍କ ଅସନ୍ତୋଷ ! ବିଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଅସନ୍ତୋଷ ଜନପ୍ରତିନିଧି

Sunil Chandra Nayak

ଜନନାଟ୍ୟ ମଞ୍ଚ ର ବିଶ୍ବ ନାଟ୍ୟ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!