ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରିମାସ ବୃଦ୍ଧା ଭତ୍ତା ନ ପାଇବାର ଖବର ପାଇ ବିଡିଓ  ପଠାଇଲେ ଏକ ହଜାର ଟଙ୍କା

ଗୋଳାମୁଣ୍ଡା/୧୧/୬/୨୩/ନିର୍ଭୟ, ନିରପେକ୍ଷ ମସିହା/ ଫରଙ୍ଗ ପଞ୍ଚାୟତର କର୍ମଚାରୀ ମାନଙ୍କ ଉଦାସୀନତା ମନୋଭାବ ଯୋଗୁଁ ବୃଦ୍ଧା ଚାରି ମାସ ହେଲା ଭତ୍ତା ନ ପାଇବାର ଦୁଃଖଦ ଖବର ପାଇ ବିଡିଓ ନିଜ ପକ୍ଷରୁ ଏକ ହଜାର ଟଙ୍କା ବୃଦ୍ଧାଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ଘଟଣା ଆଜି ରବିବାର ଦିନ ଦେଖିବାକୁ ମିଳିଥିଲା କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଫରଙ୍ଗ ପଞ୍ଚାୟତ ଖୋଦ ଫରଙ୍ଗ ଗ୍ରାମରେ,ଏହି ଗ୍ରାମର ଗରୀବ ଅସହାୟ ବିଧବା ବୃଦ୍ଧା ଗୁରୁବାରୀ ହଂସ,√ ସ୍ୱାମୀ,ସାନଟା ହଂସ, ଯାହାର ବୟସ ୯୦ ବର୍ଷ ହେବାକୁ ଯାଉଛି ,ସେ ଏହା ପୂର୍ବରୁ ଭତ୍ତା ପାଇ ଆସୁ ଥିଲେ, କେଉଁ କାରଣରୁ ଚାରି ମାସ ହେଲା ତାଙ୍କର ଭତା ନ ପାଇବାରୁ ସ୍ଥାନୀୟ ବ୍ୟାଙ୍କ ଫରଙ୍ଗ, ଓ ଫରଙ୍ଗ ପଞ୍ଚାୟତ ରେ ଯାଇ ଯାଇ ନୟାନ୍ତ ହେଲା ପରେ, ମସିହା, ଖବରରେ ଗତ ଦୁଇ ମାସ ତଳେ ପ୍ରକାଶ ହୋଇଥିଲା, ତଥାପି ପଞ୍ଚାୟତର କର୍ମଚାରୀ ମାନେ ବୃଦ୍ଧା ପାଇଁ କୌଣସି ଦରଦ ତାଙ୍କର ହୃଦୟରେ ଦେଖା ଦେଲା ନାହିଁ,।ବହୁ ଅସୁବିଧାରେ ଜୀବନ କାଟୁଥିବାରୁ ଗୁରୁବାରି ବୃଦ୍ଧାର ସମ୍ପର୍କରେ ଗ୍ରାମର ଉଦିଆ ନିଆଲ, ଜୟ ବାରିକ ଉଭୟେ ଗୋଳାମୁଣ୍ଡା ବିଡିଓ ଶ୍ରୀ ଧର ପଣ୍ଡା ଙ୍କୁ ଗଣମାଧ୍ୟମ ପ୍ରତିନିଧି ରାମ କୁମାର ସେନାପତି ଙ୍କ ଜରିଆରେ ଫୋନ ଯୋଗେ କହିବାରୁ ସାଙ୍ଗେ ସାଙ୍ଗେ ଏକ ହାଜର ଟଙ୍କା ଉଦିଆ ନିଆଲ ଙ୍କ ଫୋନ ପେ ରେ ପଠାଇ ଥିବାରୁ ତୁରନ୍ତ ସାଥେ ସାଥେ ଏକ ହଜାର ଟଙ୍କା ନେଇ ବୃଦ୍ଧା ଗୁରୁବାରି ହସ୍ତରେ ଉଦିଆ ନିଆଲ, ଜୟବାରିକ,ପ୍ରଦାନ କରିଥିଲେ,ଟଙ୍କା ପାଇ ଛଲ ଛଲ ଆଖିରେ ଲୁହ ଭରି ନତମସ୍ତକ କରିଥିଲେ,ଏଭଳି ଦୃଶ୍ୟ ଦେଖି ଉପସ୍ଥିତ ବ୍ୟକ୍ତି ଙ୍କ ଛାତି ଫାଟି ପଡୁଥାଏ, ସଂମୁଖରେ ଚତୁରଭୁଜ ନାଇକ, ପ୍ରମୁଖ ଉପସ୍ଥିତ ରହି ବିଡିଓ ଶ୍ରୀ ଧର ପଣ୍ଡା ଙ୍କ ମହତ୍ତ୍ୱପୂର୍ଣ୍ଣ ବ୍ୟବହାର ଙ୍କୁ ନେଇ ଧନ୍ୟବାଦ ଅର୍ପଣ ଜଣାଇବା ସହିତ ଅଞ୍ଚଳ ବାସୀ ଭୂରି ଭୂରି ପ୍ରଶଂସା କରିଥିଲେେ ,କିନ୍ତୁ ପଞ୍ଚାୟତ କର୍ମଚାରୀ ଙ୍କ ହୃଦୟରେ ଏ ଯାଏଁ ବୃଦ୍ଧା ଗୁରୁବାରି ପ୍ରତି ସହାନୁଭୂତି ଦେଖିବାକୁ ମିଲି ନ ଥିଲା ବୋଲି ସ୍ଥାନୀୟ ବୁଦ୍ଧି ଯିବି ମହଲରେ କ୍ଷୋଭ ପ୍ରକାଶ ପାଇଛି,।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଜାମଶୂଳୀ ଲକ୍ଷ୍ମୀନାରାୟଣ ମହାବିଦ୍ଯାଳୟ ରେ ନୂଆ – ଓ କାର୍ଯ୍ୟକ୍ରମ ଉଦଯାପିତ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ସହକାରୀ ଶିକ୍ଷକ ସଂଘର ବନ୍ଧୁ ମିଳନ ଓ କାର୍ଯ୍ୟକର୍ତ୍ତା ଚୟନ

masiha

ଓଡିଶା ବ୍ରାହ୍ମଣ ମହାସଭା ଵାମନଘାଟୀ ଶାଖା ତରଫରୁ ରେଳ ଦୁର୍ଘଟଣାରେ ମୃତକଙ୍କ ଉଦେଶ୍ଯରେ ଜଗନ୍ନାଥ ମନ୍ଦିରରେ ଦୀପଦାନ

Leave a Comment

error: Content is protected !!