ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଙ୍ଗର ଦୋରା ଠାରୁ ମୁଣ୍ଡା ଗୁଡା ରାସ୍ତା ପିଚୁ ହେବ କେବେ ?

ତେନ୍ତୁଳିଖୁଣ୍ଟି ୧୧/୦୬/୨୩ //ତେନ୍ତୁଳିଖୁଣ୍ଟି ସଦର ଗ୍ରାମ ପଞ୍ଚାୟତ ରେ ମଙ୍ଗର ଦୋରା ଠୁ ମୁଣ୍ଡା ଗୁଡା ଓ ବରଡ଼ା ଝୋଡି ପର୍ଯ୍ୟଂନ୍ତ ସବୁଦିନିଆ ଯାତାୟତ ଉପଯୋଗୀ ରାସ୍ତା ଆଜା ଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆଜି ଯାଏଁ ହୋଇପାରିନି। ଏହି ରାସ୍ତା ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶୀଳ ଙ୍କ ପାଇଁ ସାଜିଛି ବାଧକ । ନା ନେତା ନା ପ୍ରଶାସନ କେହି ସ୍ଥାୟୀ ରାସ୍ତା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ହେଉ କି ଅନ୍ୟ ଯୋଜନାରେ ସାମିଲ କରି ରାସ୍ତା କରିଲେନି । ଯେବେଠାରୁ ଇନ୍ଦ୍ରାବତୀ ପ୍ରକଳ୍ପ ମେଡ଼ିକାଲ ରେ ରୋଗୀ ଙ୍କୁ ସମସ୍ତ ସେବା ଯୋଗାଇ ଦେବା ବନ୍ଦ ହେବା ପରଠାରୁ କିଛି ବର୍ଷ ହେଲା ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ସୀମାନ୍ତ କଳାହାଣ୍ଡି ଜିଲ୍ଲାର ଥୁ. ରାମପୁର ବ୍ଲକ ଅନ୍ତର୍ଗତ ପାଡେପଦର ପଞ୍ଚାୟତର ହାର୍ଡସିଲ, ବେଣାଖମାର, ଦୂରେସପଦର ଖମାରପଦର, ଭୂତଗୁଡା, ଭାଟିପାସ ମୁଣ୍ଡିଘାଟି, ଭବଡାପଦର, ଫୁଙ୍କିଜାଲ, ସାନଛତ୍ରଙ୍ଗ ଏବଂ ମହୁଲପାଟଣା ପଞ୍ଚାୟତର ପୋଡାପଦର, ଟିକିଲିପଦର, ଉପରଚବରୀ, କେନ୍ଦୁଗୁଡା ଏଭଳି ଚଉଦଗୋଟି ଗ୍ରାମର ଗ୍ରାମବାସୀ ନିର୍ଭରଶୀଳ l ଦୁଃଖର ବିଷୟ ମାତ୍ର ଦୁଇ କିଲୋମିଟର ରାସ୍ତା ଏହି ଚଉଦଗୋଟି ଗ୍ରାମବାସୀଙ୍କୁ ବାଧା ସୃଷ୍ଟି କରୁଛି ଯାହାକି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତର ସୀମା ମଧ୍ୟରେ ଥିବା ମଙ୍ଗରଦୋରା ଠାରୁ ମୁଣ୍ଡାଗୁଡା ପର୍ଯ୍ୟନ୍ତ ଦୁଇ କିଲୋମିଟର ରାସ୍ତା।ଏହାର ନିର୍ମାଣ ପାଇଁ ବିଧାୟକ ସଦାଶିବ ପ୍ରଧାନୀ ଓ ଏମ ପି ରମେଶ ମାଝୀ ଉପଦେଷ୍ଟା ସ୍ୱତନ୍ତ୍ର ବିକାଶ ପରିଷଦ ପ୍ରଦୀପ ମାଝୀ ଙ୍କୁ ଜୟ ତେନ୍ତୁଳିଖୁଣ୍ଟି ଗ୍ରୁପ ତରଫରୁ ତଥା ପଞ୍ଚାୟତ ପ୍ରତିନିଧି ବହୁବାର ଅନୁରୋଧ କରାଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ ହେଇପାରୁନାହିଁ l ଏହି ଅଞ୍ଚଳ ଅନୁସୂଚୀତ ଅଞ୍ଚଳ ସଂଖ୍ୟାଧିକ ଅଧିବାସୀ ଆଦିବାସୀ । ତଥାପି ବିକାଶ ପ୍ରକ୍ରିୟା ରାସ୍ତା ଟିଏ ପକ୍କା ହୋଇ ପାରୁନି। 

କଳାହାଣ୍ଡିର ଉକ୍ତ ଚଉଦଗୋଟି ଗ୍ରାମବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ସ୍ୱାସ୍ଥ୍ୟସେବା ।ଗତ ବର୍ଷାଋତୁ ସମୟରେ ଆମ୍ବୁଲାନ୍ସ ଯାତାୟାତ ପାଇଁ ବହୁତ ଅସୁବିଧା ହେବାରୁ ସୀମାନ୍ତ ପାଡେପଦର ପଞ୍ଚାୟତର ସରପଞ୍ଚ ସମ୍ବାରି ମାଝୀ ତେନ୍ତୁଳିଖୁଣ୍ଟିର ତତ୍କାଳୀନ ବି.ଡି.ଓ ଦୁର୍ଯ୍ୟୋଧନ ଭୋଇ ଙ୍କୁ ପକ୍କାରାସ୍ତା ନିର୍ମାଣ ପାଇଁ ଲିଖିତ ଭାବେ ଅନୁରୋଧ କରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଉକ୍ତ ରାସ୍ତା ନିର୍ମାଣ ହେଇପାରିଲା ନାହିଁ l ତେନ୍ତୁଳିଖୁଣ୍ଟି ବାସୀ ଙ୍କ ପାଇଁ ନ ହେଲେ ମଧ୍ୟ ତେନ୍ତୁଳିଖୁଣ୍ଟି ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲ୍ଲାର ଚଉଦଗୋଟି ଗ୍ରାମବାସୀଙ୍କ ସମସ୍ୟାକୁ ଗୁରୁତ୍ୱଦେଇ ଯଥାଶୀଘ୍ର ଉକ୍ତ ରାସ୍ତାକୁ ପିଚୁରାସ୍ତାରେ ପରିଣତ କରାଗଲେ ଦୁଇ ଜିଲ୍ଲା ମଧ୍ୟରେ ଭାଇଚାରାର ସମ୍ପର୍କ ସୃଷ୍ଟି ହେଇପାରିବ ବୋଲି ଆକୁଳ ନିବେଦନ ଜୟ ତେନ୍ତୁଳିଖୁଣ୍ଟି ଗ୍ରୁପ କରିଛି ସାମାଜିକ ଗଣ ମାଧ୍ୟମରେ। 

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କନ୍ଧରା ଗ୍ରାମରେ ଡାକମେଳା ଉତ୍ସବ ପାଳିତ

Sunil Chandra Nayak

ମରଣ ଯନ୍ତା ପାଲଟିଛି କଣ୍ଟାମାଳ ଠାରୁ ବୋରିଗୁମ୍ମା ରାସ୍ତା

masiha

ନୂଆପଡ଼ା ରେ ଶିଶୁ ଶ୍ରମିକ ସଚେତନତା ଶୋଭାଯାତ୍ରା  ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା – ଜିଲ୍ଲାପାଳ 

masiha

Leave a Comment

error: Content is protected !!