ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଢେଙ୍କାନାଳ ରେ ବିଶ୍ୱ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ଧାରବରଣ କରିଛନ୍ତି ମା ଧନଧାତ୍ରୀ , ୨- ହିନ୍ଦୋଳ ବନାଞ୍ଚଳ ରେ ଗଜସାଥୀଙ୍କ ତାଲିମ ଶିବିର ଅନୁଷ୍ଠିତ , ୩- ଆମ ଗହଣରୁ ଲିଭିଗଲେ ବିଶିଷ୍ଟ କବି ଯୋଗିନାଥ ରାଉଳ , ୪-ହୃଦଘାତରେ ମହିଳାଙ୍କର ମୃତ୍ୟୁ , ୫- ଗଜଲକ୍ଷ୍ମୀ ପୂଜା ପୂର୍ବରୁ ଢେଙ୍କାନାଳ ସହରରେ ପୁଲିସର ଫ୍ଲାଗ୍‌ମାର୍ଚ୍ଚ  , ୬- ସନ୍ଧ୍ୟା ସମୟ ରେ ଶୌଚ ଯିବା ବେଳେ ହାତୀ ଦ୍ଵାରା ମୃତ , ୭- ପଞ୍ଚାୟତ କାର୍ଯ୍ୟାଳୟରୁ ତିନିଟି ଗାଁକୁ ନାହିଁ ସଂଯୋଗ ରାସ୍ତା, ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ , ୮- ମା ଙ୍କ ବିନା ଐତିହାସିକ ପାରମ୍ପରିକ ଦଶହରା ବଦଳ ଯାତ୍ରା ଶେଷ , ୯-କାମାକ୍ଷାନଗରରେ ଧୁମ୍ ଧାମରେ ପାଳିତ ହେଲା କୁମାର ପୂର୍ଣ୍ଣିମା ପର୍ବ

ଢେଙ୍କାନାଳ ରେ ବିଶ୍ୱ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ଧାରବରଣ କରିଛନ୍ତି ମା ଧନଧାତ୍ରୀ

୪୧ଟି ମଣ୍ଡପରେ ପଦ୍ମାଳୟାଙ୍କୁ ଆରାଧନା, ସୁନା ମୁକୁଟ, ଚାନ୍ଦି ମେଢ଼ ବିଶେଷ ଆକର୍ଷଣ,

ଢେଙ୍କାନାଳ- ଢେଙ୍କାନାଳରେ ବିଶ୍ୱ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆରମ୍ଭ ହୋଇଛି। ଧାରବରଣ କରିଛନ୍ତି ମା ଧନବାତ୍ରୀ । ଏହାକୁ ନେଇ ଚଳଞ୍ଚଳ ପୂଜା ମଣ୍ଡପ ଆଜି କଳସ ଯାତ୍ରା, ଆବାଚନ ଆଦି ପୂଜା କରାଯାଇ ସଂଧ୍ୟାରୁ ମାଙ୍କୁ ଚକ୍ଷୁଦାନ ପରେ ଵିଧିବଦ୍ଧ ଭାବେ ପୂଜା ଆରମ୍ଭ ହୋଇଛି। ଚଳିତ ବର୍ଷ ମା’ ପଦ୍ମାଳୟା ଦଶ ଦିନ ବ୍ୟାପୀ ପୂଜା ପାଇବେ । ଚଳିତ ମାସ ୨୫ତାରିଖ ରୁ ନଭେମ୍ବର ୩ ତାରିଖ ଯାଏଁ ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ୪ ତାରିଖ ବୁଧବାର ଇସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ମିଳିତ ବଜାର କମିଟି ପକ୍ଷରୁ ନିଷ୍ପତି ହୋଇଛି l ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତା ମାନେ ଏକାଠି ହୋଇ ଜୋରଦାର ପ୍ରସ୍ତୁତିରେ ପୂଜା ଆରମ୍ଭ କରିଛନ୍ତି l ସୁଦୃତ ତୋରଣ ଓ ସୁନ୍ଦର ଆଲୋକମାଳାରେ ସହର ସଜେଇ ହୋଇଛି । ସହରର ପ୍ରବେଶ ପଥ କଲେକ ବାଇପାସକୁ ଆରମ୍ଭ କରି କୋରିଆଁ, ଭଗବାନପୁରଠାରୁ ବନମାଳିପ୍ରସାଦ ପର୍ଯ୍ୟନ୍ତ ୪୧ଗୋଟି ପୂଜାମଣ୍ଡପରେ ଆବିର୍ଭାବ ହୋଇଛନ୍ତି ମା’ ପଦ୍ମାଳୟା । ସବୁଠି ଉଲ୍ଲାସ ଓ ଉଦିପନା ଦେଖାଦେଇଛି l ପାର୍ବଣରେ ସମଗ୍ର ସହର ଉତ୍ସବ ମୁଖର ହୋଇଛି । ଆଜି ସଂଧ୍ୟାରୁ ପୂଜା ବଜାର ଦେଶ ସରଗରମ ହୋଇଉଠିଛି। ରଙ୍ଗୀନ ଆଲୋକମାଳାରେ ନବଦଧୂ ପରି ସଜେଇ ହୋଇଛି ସମଗ୍ର ସହର। ଐତିହ୍ୟ, ପୌରାଣିକ ଏବଂ ସଂସ୍କୃତିକ ଓ ପରିବେଶ ଉପରେ ଆଧାର କରି ଅଧିକାଂଶ ପୂଜା ମଣ୍ଡପରେ ସଜା ହୋଇଛି l

ମୀନା ବଜାର, ବୈଳଜ୍ୟ ବଜାର, ଗଣେଶ ବଜାର, ଗୁଡ଼ିଆନାଳୀ, ଲକ୍ଷ୍ମୀ ବଜାଇ, ଦେଉଳସାହି ପ୍ରମୁଖ ପୂଜା ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଚାନ୍ଦିମେହ କରାଯାଇଛି।

ଅଧିକାଂଶ ପ୍ରତିଷ୍ଠାନରେ ମହାଲକ୍ଷ୍ମୀଙ୍କ ସୁନା, ରୁପାର ମୁକୁଟ ତିଆରି ହୋଇଛି । ଗଣେଶ ବଜାର , ଲକ୍ଷ୍ମୀ ବଜାର,ମୀନ ବଜାର ପ୍ରଭୃତି ପୂଜା ପ୍ରତିଷ୍ଠାନ ପକ୍ଷରୁ ବିଶାଳ ତୋରଣ ନିର୍ମାଣ କରାଯାଇଛି । ପୂଜା ପାଇଁ ବିଭିନ୍ନ ସ୍ଥାନରୁ ଆସିଥିବା ଅସ୍ଥାୟୀ ଦୋକାନୀମାନେ ସେମାନଙ୍କ ସସରା ଖୋଲା ଯାଇଛି l ମନୋରଞ୍ଜନ ପାଇଁ ରଥପଡିଆ ଓ ,ମିନିଷ୍ଟାୟମ ଠାରେ ଭଳିକି ଭଳି ଦୋଳି ପଡ଼ିଛି। ବିଭିନ୍ନ ପ୍ରକାର ଖାଦ୍ୟର ଦୋକାନ ଖୋଲାଯାଇଛି l ଢେଙ୍କାନାଳ ବରା ଆକର୍ଷଣ ପାଇଟିଛି । ଆଜି ଠାରୁ ମହିଷାପାଟ ବାଇପାସ ଛକ ନିକଟସ୍ଥ ପଡ଼ିଆଠାରେ ପହଁଶ୍ରୀ ମେଳା ଆରମ୍ଭ ହୋଇ ୧ତାରିଖ ପର୍ଯ୍ୟନ୍ତ ଚାଲିବା ମଧ୍ୟରେ ଘରୋଇ ଉପକରଣ ସାମଗ୍ରୀର ପ୍ରଦର୍ଶନୀ ସହିତ ସ୍ୱାଦିଷ୍ଟ ଖାଦ୍ୟ ପ୍ରଦର୍ଶିତ ହେବ। ଚଳିତବର୍ଷ ଢେଙ୍କାନାଳ ଲକ୍ଷ୍ମୀପୂଜାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟତା ସ୍ୱରୂପ ୪୧ଟି ପୂଜା ମଣ୍ଡପକୁ ଅନୁଦାନ ମଞ୍ଜୁର ହୋଇଛି । ଜାତି , ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକତା, ସଂସ୍କୃତି ଓ ଭାଇଚାରାର ନିଦର୍ଶନ ଢେଙ୍କାନାଳ ଲକ୍ଷ୍ମୀପୂଜା ୮୪ ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷ ମିଳିତ ବଜାର ପକ୍ଷରୁ ରଜତ ଜୟନ୍ତୀ ପାଳନ କରାଯାଉଛି l ଭାଇଚାରା ମଧ୍ୟରେ ହିନ୍ଦୁ, ମୁସଲମାନ ଆଦି ସମସ୍ତ ସଂପ୍ରଦାୟର ବ୍ୟକ୍ତିବିଶେଷ ଏକାଠି ହୋଇ ପୂଜାକୁ ଧୁମଧାମରେ ପାଳନ କରିବାକୁ ଲାଗି ପଡ଼ିଛନ୍ତି ।

ହିନ୍ଦୋଳ ବନାଞ୍ଚଳ ରେ ଗଜସାଥୀଙ୍କ ତାଲିମ ଶିବିର ଅନୁଷ୍ଠିତ 

ଢେଙ୍କାନାଳ – ହିନ୍ଦୋଳ ବନାଞ୍ଚଳ ରେ ହାତୀ ମନୁଷ୍ୟ ମଧ୍ୟରେ ସଂଘର୍ଷ ଫଳରେ ମଣିଷ କେତେବେଳେ ମୃତ୍ୟୁ ବରଣ କରୁଛି ତ କେତେବେଳେ ହାତୀ ମରୁଛି l ଏହାକୁ କମାଇବା ପାଇଁ ଲୋକମାନେ ସଚେତନ ହେବା ସହିତ କିଛି ଗୁରୁତ୍ୱ ପୂର୍ଣ୍ଣ ଦିଗକୁ ପାଳନ କରିବା ଉଚିତ, ଯାହାକି ଏହା ଗଜ ସାଥୀ ମାନଙ୍କ ଦ୍ୱାରା ହିଁ ସମ୍ଭବ l ତେଣୁ ଗ୍ରାମାଞ୍ଚଳ ରେ ସ୍ବେଛାକୃତ ଭାବରେ କାମ କରୁଥିବା ଗଜସାଥୀ ମାନଙ୍କୁ ତାଲିମ ପ୍ରଥମ ଦରକାର l ଏହି ପରିପେକ୍ଷୀ ରେ ହିନ୍ଦୋଳ ବନାଞ୍ଚଳ ଦଣ୍ଡିରୀ,ଖଲିବୋରେଇ,ରାସୋଳ ସେକ୍ସନ ର ଗାଜସାଥି ମାନଙ୍କୁ ରାସୋଳ ଫରେଷ୍ଟ ଅଫିସ ପରିସରରେ ହିନ୍ଦୋଳ ବନ ବିଭାଗ ପକ୍ଷରୁ ଏକ ତାଲିମ ଶିବିର ଆୟୋଜିତ କରାଯାଥିଲା l ଏଥିରେ ବନାଞ୍ଚଳ ଅଧିକାରୀ ତ୍ରିଲୋଚନ ଦେହୁରୀ ସମେତ ଏଫ.ଇ.ଏସ ର ଜଗନ୍ନାଥ ନାୟକ,ସ୍ନେହା ର ଅରବିନ୍ଦ ମାଝୀ ଏବଂ ସି.ଆଈ.ଏସ ର ବିଜୟ କୁମାର ଦାସ ତାଲିମ ପ୍ରଦାନ କରିଥିଲେ l ଇତ୍ୟବସରରେ ଜଙ୍ଗଲ ଏବଂ ପରିବେଶ ସହ ଜୀବଜନ୍ତୁ ଙ୍କ ସୁରକ୍ଷା, ମନୁଷ୍ୟ ଏବଂ ବନ୍ୟଜନ୍ତୁ ଙ୍କ ମଧ୍ୟରେ ସୁ ସହାବସ୍ଥାନ ନିମନ୍ତେ ନିରନ୍ତର କାର୍ଯ୍ୟ କରିଆସୁଥିବା ଜଙ୍ଗଲ ପରିବେଶ ସୁରକ୍ଷl ମଞ୍ଚ,ହିନ୍ଦୋଳ କୁ ଏବଂ ଆଲୁସିଂ ଗ୍ରାମ ସଂଗଠନ କୁ ବନାଞ୍ଚଳ ଅଧିକାରୀ ସମ୍ମାନିତକରିଥିଲେ l

ଆମ ଗହଣରୁ ଲିଭିଗଲେ ବିଶିଷ୍ଟ କବି ଯୋଗିନାଥ ରାଉଳ

ଢେଙ୍କାନାଳ /ଗଁଦିଆ – ଆମ ମାଟିର ଅନ୍ୟତମ ପ୍ରତିଭାବାନ କବି ଯୋଗିନାଥ ରାଉଳଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ୧୯୩୮ ମସିହା ଅଗଷ୍ଟ ୧୩ ତାରିଖରେ ଜନ୍ମଗ୍ରହଣ କରିଥିବା ଏହି ସାହିତ୍ୟ ସାଧକ ୨୦୨୬ ଅକ୍ଟୋବର ୨୪ ତାରିଖରେ କଟକସ୍ଥିତ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କରଣୀ ଧରି ମନ୍ଦିର ଓ ଗୃହ ନିର୍ମାଣ କରୁଥିବା କବି ଯୋଗିନାଥ ରାଉଳ ଲେଖନୀ ମାଧ୍ୟମରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ‘ଶତ୍ରୁଘ୍ନ’, ‘ଉର୍ମିଳା’, ‘କନିଷ୍ଠ କୌରବ’ ଓ ‘ବିନ୍ଦୁରେ ସିନ୍ଧୁ ଦର୍ଶନ’ ଭଳି ଅନେକ କୃତି ତାଙ୍କ ସାହିତ୍ୟ ସାଧନାର ପରିଚୟ ବହନ କରେ। ତାଙ୍କ ବିୟୋଗରେ ଏକ ଅଧ୍ୟାୟର ଅବସାନ ଘଟିଥିଲେ ମଧ୍ୟ ତାଙ୍କର ସୃଜନ ଓ ସାହିତ୍ୟିକ ଅବଦାନ ତାଙ୍କୁ ଚିରଦିନ ଅମର କରି ରଖିବ। ତାଙ୍କ ବିୟୋଗରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରାଯାଉଛି।

ହୃଦଘାତରେ ମହିଳାଙ୍କର ମୃତ୍ୟୁ

କାମାକ୍ଷାନଗର – କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଆଳତୁମା ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ କର୍ମଚାରୀ ତଥା ଆଳତୁମା ଗାଁ ନିବାସୀ ନିର୍ମଳ ଚନ୍ଦ୍ର ଵାରିକ ଙ୍କ ଧର୍ମପତ୍ନୀ ସୋଭାଗିନୀ ବାରିକଙ୍କର ଆଜି ଅପରାହ୍ନ ସମୟରେ ଅକସ୍ମାତ୍ ହୃଦଘାତରେ ପରଲୋକ ହୋଇଯାଇଅଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୪ ବର୍ଷ ଵୟସ ହୋଇଥିଲା । ତାଙ୍କର ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି

ଗଜଲକ୍ଷ୍ମୀ ପୂଜା ପୂର୍ବରୁ ଢେଙ୍କାନାଳ ସହରରେ ପୁଲିସର ଫ୍ଲାଗ୍‌ମାର୍ଚ୍ଚ 

ପୂଜା ଆମର ଦାୟିତ୍ୱ ଆମର – ଏସ ପି 

ଢେଙ୍କାନାଳ- ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଏବଂ ସହରରେ ଆଇନଶୃଙ୍ଖଳା ରକ୍ଷା ସହ ଜନସାଧାରଣଙ୍କ ମଧ୍ୟରେ ସୁରକ୍ଷାବୋଧ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଢେଙ୍କାନାଳ ପୁଲିସ ପକ୍ଷରୁ ଏକ ଫ୍ଲାଗ୍‌ମାର୍ଚ୍ଚ ହୋଇଥିଲା। 

ଏସ୍‌ପି ଅଜିଙ୍କ୍ୟ ବାବୁରାଓ ମାନେଙ୍କ ନେତୃତ୍ୱରେ ଆୟୋଜିତ ଏହି ଫ୍ଲାଗ୍‌ମାର୍ଚ୍ଚରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ପୂଜା ପାଇଁ ନିୟୋଜିତ ପୁଲିସ ବଳ ଅଂଶଗ୍ରହଣ କରିଥିଲେ। ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍‌ରୁ ଆରମ୍ଭ ହୋଇଥିବା ଏହି ମାର୍ଚ୍ଚ ବାଜିଚୌକ ଦେଇ ଏସ୍‌ପି କାର୍ଯ୍ୟାଳୟ ମୁଖ୍ୟାଳୟରେ ଶେଷ ହୋଇଥିଲା।ଗଣମାଧ୍ୟମକୁ ସୂଚନା ଦେଇ ଏସ୍‌ପି ଶ୍ରୀ ମାନେ କହିଥିଲେ ଯେ ଗଜଲକ୍ଷ୍ମୀ ପୂଜା ଢେଙ୍କାନାଳର ସମସ୍ତଙ୍କର ପର୍ବ। ଏହାକୁ ସଫଳ ଓ ଶୃଙ୍ଖଳିତ କରିବାରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ରହିଛି। ତେଣୁ ଆଇନଶୃଙ୍ଖଳା ରକ୍ଷା ଦିଗରେ ପୁଲିସକୁ ସହଯୋଗ କରିବା ସହ ପୂଜାକୁ ସମସ୍ତଙ୍କ ପାଇଁ ସୁରକ୍ଷିତ କରିବା ନିମନ୍ତେ ସେ ସହରବାସୀଙ୍କୁ ଆହ୍ୱାନ ଦେଇଥିଲେ। ପୂଜା ସମୟରେ ମୋଟ ୨୪ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ। ସୁରକ୍ଷା ବ୍ୟବସ୍ଥାର ସୁପରିଚାଳନା ପାଇଁ ୧୮ଟି ଆଉଟ୍‌ପୋଷ୍ଟ ସ୍ଥାପନ କରାଯାଇଛି। ସହରରେ ଚୋରି, ନିଶାଦ୍ରବ୍ୟ କାରବାର ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଛି। ପ୍ରମୁଖ ଛକ ଓ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ନଜର ରଖାଯିବ। ପ୍ରତ୍ୟେକ ପୂଜା ମଣ୍ଡପରେ ପୁଲିସ କର୍ମଚାରୀ ନିୟୋଜିତ ରହିବେ। ରୁପା ଅଳଙ୍କାରରେ ସଜ୍ଜିତ ମେଢ଼ଗୁଡ଼ିକର ସୁରକ୍ଷା ପାଇଁ ସଶସ୍ତ୍ର ପୁଲିସ ମୁତୟନର ବ୍ୟବସ୍ଥା ହୋଇଛି। ପୂଜା ସମୟରେ ଭିଡ଼ର ସୁଯୋଗ ନେଇ ସୁନାଚେନ୍ ଲୁଟ୍ ଭଳି ଘଟଣା ରୋକିବା ପାଇଁ ସାଧା ପୋଷାକରେ ସ୍ୱତନ୍ତ୍ର ପୁଲିସ ଟିମ୍ ମୁତୟନ ରହିବେ। ପୂଜା ସମୟରେ ସହରକୁ ଆସୁଥିବା ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଯାନବାହନ ଚଳାଚଳ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ପାର୍କିଂ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଉପରେ ପୁଲିସ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ପାଳନ କରିବା ଦିଗରେ ଢେଙ୍କାନାଳ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯାଇଛି।

ସନ୍ଧ୍ୟା ସମୟ ରେ ଶୌଚ ଯିବା ବେଳେ ହାତୀ ଦ୍ଵାରା ମୃତ 

ଢେଙ୍କାନାଳ –  ହିନ୍ଦୋଳ ବ୍ଲକ ସଂଜପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଣ୍ଡେଇଲୋ ଗ୍ରାମରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା!ସେହି ଗ୍ରାମର ସଞ୍ଜୟ ଭୋଇ, ବୟସ -35ବର୍ଷ, ଗ୍ରାମ ପାଖରେ ଥିବା ପୋଖରୀ କୁ ଶୌଚ ପାଇଁ ଯିବା ସମୟ ରେ ଏକ ହାତୀ ଆସି ଅଚାନକ କୋଦି ଦେବା ଦ୍ଵାରା ସେହି ସ୍ଥାନରେ ସଞ୍ଜୟ ଭୋଇ ର ମୃତ ହୋଇଯାଇଛି!ଘଟଣା ରୁ ପ୍ରକାଶ ସେହି ସମୟ ରେ ହାତୀ ର ଏକ ଲମ୍ବା ଲାଇନ ଲାଗିଥିଲା!ଖବର ପାଇ ରେଞ୍ଜର ତ୍ରିଲୋଚନ ଦେହୁରୀ ସମେତ ତାଙ୍କ ଟିମ ସେହି ସ୍ଥାନରେ ପହଂଚି ହାତୀର ଗତିପଥ କୁ ନଜର କରିବା ସହିତ ସେହି ଲୋକ ର ବ୍ୟବସ୍ତା ମଧ୍ୟ କରୁଛନ୍ତି!ହିନ୍ଦୋଳ ର କୋଣନୁକୋଣ ରେ ଘଟଣା ଘଟିବା ପରେ ଯଥାଶୀଘ୍ର ରେଞ୍ଜର ତ୍ରିଲୋଚନ ଦେହୁରୀ ପହଂଚୁଛନ୍ତି ବୋଲି ଜନସାଧାରଣ ମତାମତ ଦିଅନ୍ତି!ହିନ୍ଦୋଳ ର ବିଭିର୍ନ ସ୍ଥାନରେ ବନବିଭାଗ ର ଟିମ କୁ ପଠାଇ ହାତୀର ଗତିପଥ ନଜର ରଖିଛନ୍ତି!

ପଞ୍ଚାୟତ କାର୍ଯ୍ୟାଳୟରୁ ତିନିଟି ଗାଁକୁ ନାହିଁ ସଂଯୋଗ ରାସ୍ତା, ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ କମଳାଙ୍ଗ ପଞ୍ଚାୟତର ତିନୋଟି ପଡ଼ା ମାଳି ସାହି, କାଳିଆ ତଇଲା ଓ ବର ସାହିକୁ ଯିବା ପାଇଁ ଉପଯୁକ୍ତ ସଂଯୋଗ ରାସ୍ତା ନଥିବାରୁ ଗ୍ରାମବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟଠାରୁ ମାତ୍ର ଏକରୁ ଦେଢ଼ କିଲୋମିଟର ରାସ୍ତାର ଏଭଳି ଦୁରବସ୍ଥା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ରାସ୍ତାରେ ଆଜି ପର୍ଯ୍ୟନ୍ତ ମାଟି ମୁଠାଏ ମଧ୍ୟ ପଡ଼ିନାହିଁ। ବ୍ରାହ୍ମଣୀ ନଦୀ କୂଳେ କୂଳେ ଥିବା ଏହି କାଦୁଆ ରାସ୍ତା ଦେଇ ଗ୍ରାମବାସୀ ଦୈନନ୍ଦିନ ଯାତାୟାତ କରୁଛନ୍ତି। ବିଶେଷକରି ବର୍ଷା ଦିନେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ୁଛି। ପ୍ରବଳ ବର୍ଷା ଓ ଟ୍ରାକ୍ଟର ଯାତାୟାତ ଯୋଗୁଁ ରାସ୍ତାରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି। ଫଳରେ ଲୋକଙ୍କ ଯାତାୟାତ ଅଧିକ କଷ୍ଟକର ହୋଇପଡ଼ିଛି। ରାସ୍ତାର ଖାଲଖମା ପୂରଣ କରିବା ପାଇଁ ନିକଟସ୍ଥ କେତେକ କମ୍ପାନୀରୁ ପାଉଁଶ ଆଣି ପକାଯାଇଥିବା ଅଭିଯୋଗ ହେଉଛି। କିନ୍ତୁ ଏହି ପାଉଁଶ ପବନରେ ଉଡ଼ି ପରିବେଶକୁ ଧୂଳିମୟ କରୁଥିବା ବେଳେ ରାସ୍ତାରେ ଯାତାୟାତ କରୁଥିବା ସାଇକେଲ ଓ ମୋଟରସାଇକେଲ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ତିନୋଟି ପଡ଼ାର ଲୋକଙ୍କୁ ଏକ ଯୋଗ୍ୟ ରାସ୍ତା ନମିଳିବା ଗ୍ରାମାଞ୍ଚଳର ବିକାଶ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। କମଳାଙ୍ଗ ପଞ୍ଚାୟତର ଏହି ତିନୋଟି ପଡ଼ାକୁ ସଂଯୋଗ କରୁଥିବା ପ୍ରାୟ ଏକରୁ ଦେଢ଼ କିଲୋମିଟର ରାସ୍ତାକୁ ତୁରନ୍ତ ପକ୍କା ରାସ୍ତାରେ ପରିଣତ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଜନସାଧାରଣଙ୍କ ଯାତାୟାତ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।

ନିଶାମୁକ୍ତ ଭାରତ ଗଠନର ବାର୍ତ୍ତା ନେଇ ଆସିବ ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍–୨୦୨୭

ମାରାଥନ୍‌ର ଟି-ସାର୍ଟ ଉନ୍ମୋଚିତ, ପଞ୍ଜୀକରଣ ଆରମ୍ଭ

ଢେଙ୍କାନାଳ- ନିଶାମୁକ୍ତ ଭାରତ ଗଠନ ଏବଂ ବିକଶିତ ଭାରତର ସଂକଳ୍ପକୁ ଜନମାନସରେ ପହଞ୍ଚାଇବା ଲକ୍ଷ୍ୟରେ ଆସନ୍ତା ୯ ଜାନୁଆରୀ ୨୦୨୭ରେ ଆୟୋଜିତ ହେବାକୁ ଯାଉଛି ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍–୨୦୨୭। ଚଳିତ ବର୍ଷର ମାରାଥନ୍‌ର ବିଷୟବସ୍ତୁ ରହିଛି ‘ନିଶାମୁକ୍ତ ଅଭିଯାନ, ବିକଶିତ ଭାରତ କି ପେହଚାନ୍’। ଏହି ଅବସରରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାରାଥନ୍‌ର ଟି-ସାର୍ଟ ଉନ୍ମୋଚନ କରାଯିବା ସହ ପଞ୍ଜୀକରଣ ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଆରକ୍ଷୀ ଅଧୀକ୍ଷକ ଅଜିଙ୍କ୍ୟ ବାବୁରାଓ ମାନେ, ଟାଟା ଷ୍ଟିଲ୍‌ର ମୁଖ୍ୟ କ୍ରୀଡ଼ା ଅଧିକାରୀ ମୁକୁଲ ବିନାୟକ ଚୌଧୁରୀ, ଟାଟା ଷ୍ଟିଲ୍ ମେରାମଣ୍ଡଳୀର ମୁଖ୍ୟ କର୍ପୋରେଟ୍ ସର୍ଭିସେସ୍ ଶୁଭ୍ରାଂଶୁ ଶେଖର ପଣ୍ଡା ଏବଂ ଏମ୍‌ଜିଏମ୍ ଗ୍ରୁପ୍‌ର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ କୁମାର ମିଶ୍ର ଉପସ୍ଥିତ ଥିଲେ। ଏଥିସହ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ ଏବଂ ଉପଜିଲ୍ଲାପାଳ, ଢେଙ୍କାନାଳ ପଦ୍ମଚରଣ ସାହୁ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାପାଳ ପାଟିଲ କହିଥିଲେ ଯେ, କପିଳାସର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାନ୍ତ ପରିବେଶ ଏହି ମାରାଥନ୍‌କୁ ଏକ ସ୍ୱତନ୍ତ୍ର ମହତ୍ତ୍ୱ ପ୍ରଦାନ କରିଛି। ଏହା ଜିଲ୍ଲା ବାହାରୁ ଆସୁଥିବା ଅତିଥି ଓ ପ୍ରତିଯୋଗୀମାନଙ୍କୁ ଢେଙ୍କାନାଳର ଅପୂର୍ବ ପ୍ରାକୃତିକ ଶୋଭା ସହ ପରିଚିତ କରାଇବାର ଏକ ଉତ୍ତମ ସୁଯୋଗ। ଟାଟା ଷ୍ଟିଲ୍ ସର୍ବଦା ଏଭଳି ଆୟୋଜନ ମାଧ୍ୟମରେ ସମାଜ ପାଇଁ ଏକ ବୃହତ୍ତର ଓ ସକାରାତ୍ମକ ବାର୍ତ୍ତା ପ୍ରସାର କରିବାକୁ ଗୁରୁତ୍ୱ ଦେଇଆସିଛି। ଗତବର୍ଷ ବୀର ବାଜି ରାଉତଙ୍କ ସ୍ମୃତି ଓ ଆଦର୍ଶକୁ କେନ୍ଦ୍ର କରି ମାରାଥନ୍ ଆୟୋଜିତ ହୋଇଥିବା ବେଳେ ଚଳିତ ବର୍ଷ ନିଶାମୁକ୍ତ ଭାରତ ଗଠନର ବାର୍ତ୍ତାକୁ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାପାଳ ଆହୁରି କହିଥିଲେ ଯେ, ଗତବର୍ଷ ଏହି ମାରାଥନ୍‌ରେ ୫,୦୦୦ରୁ ଅଧିକ ପ୍ରତିଯୋଗୀ ସାମିଲ ହୋଇଥିଲେ। ଏହା ଜନସାଧାରଣଙ୍କ ମଧ୍ୟରେ ଏହି ଆୟୋଜନ ପ୍ରତି ରହିଥିବା ଆଗ୍ରହ ଓ ଉତ୍ସାହକୁ ପ୍ରତିଫଳିତ କରୁଛି। ଚଳିତ ବର୍ଷ ଏହାଠାରୁ ଅଧିକ ସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ସେ ଆଶାପ୍ରକାଶ କରିଥିଲେ। ମାରାଥନ୍‌ର ବାର୍ତ୍ତାକୁ ବ୍ୟାପକ ଭାବେ ପ୍ରସାର କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ପଞ୍ଜୀକରଣ ଓ ଅଂଶଗ୍ରହଣ ପାଇଁ ଉତ୍ସାହିତ କରିବାକୁ ସେ ଗଣମାଧ୍ୟମ ପ୍ରତିନିଧି ଏବଂ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସରମାନଙ୍କୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମାନେ ମାରାଥନ୍‌ର ସଫଳ ଆୟୋଜନ ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏଥିସହ ଆୟୋଜକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସାମ୍ବାଦିକ ସମ୍ମିଳନୀର ଶେଷ ପର୍ଯ୍ୟାୟରେ ଗଣମାଧ୍ୟମ ପ୍ରତିନିଧିମାନେ ମାରାଥନ୍‌ର ଆୟୋଜନ ଓ ପ୍ରସ୍ତୁତି ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏଥିସହ ଢେଙ୍କାନାଳ ଜିଲ୍ଲାରେ ହାତୀଙ୍କ ସମେତ ଅନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ଟାଟା ଷ୍ଟିଲ୍ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

କ୍ରୀଡ଼ା, ପରିବେଶ ସଚେତନତା ଓ ସାମାଜିକ ଦାୟିତ୍ୱବୋଧକୁ ଏକତ୍ର କରୁଥିବା ଏହି ମାରାଥନ୍ ନିଶାମୁକ୍ତ ସମାଜ ଗଠନ ଦିଗରେ ଏକ ଜନଆନ୍ଦୋଳନର ରୂପ ନେବା ସହ ଢେଙ୍କାନାଳ ଜିଲ୍ଲାର ପରିଚୟକୁ ଜାତୀୟ ସ୍ତରରେ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ମା ଙ୍କ ବିନା ଐତିହାସିକ ପାରମ୍ପରିକ ଦଶହରା ବଦଳ ଯାତ୍ରା ଶେଷ

କାମାକ୍ଷାନଗର – ଢେ଼ଙ୍କାନାଳ ଜିଲ୍ଲା ଭୁବନ ରେ ଶହେ ବର୍ଷର ପରମ୍ପରା ଭଙ୍ଗ ହୋଇଛି । ଦୁର୍ଗା ମା ଙ୍କ ବିନା ଐତିହାସିକ ପାରମ୍ପରିକ ତଥା ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ଶେଷ ହୋଇଛି। ମା ଦୁର୍ଗା ଙ୍କୁ ଅଶ୍ରୁଳ ନୟନ ରେ ବିଦାୟ ଦେଇ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା ବର୍ଷକୁ ଅପେକ୍ଷା କରିଛନ୍ତି ଭୁବନବାସୀ। ବିଜୟା ଦଶମୀ ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ରୁ ଆରମ୍ଭ ହେଇଥିଲା ଐତିହାସିକ ତଥା ପାରମ୍ପରିକ ବଦଳ ଯାତ୍ରା। ତହସିଲଦାର ଜ୍ୟୋତି ରୂପା ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଳଦ ଯାତ୍ରା ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ବଳଦ ଯାତ୍ରା ମୁଖ୍ୟ ପରିଚାଳକ ଦିଲ୍ଲୀପ କୁମାର ଦାସ, ନଗରପାଳ ଶୁଭେନ୍ଦୁ କୁମାର ସାହୁ , ଅତିରିକ୍ତ ତହସିଲଦାର ସୌଦାଗର ବେହେରା ଙ୍କ ସହ ଶାନ୍ତି କମିଟି ର ସମସ୍ତ ସଭ୍ୟ ଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବଳଦ ଯାତ୍ରା ର ସ୍ରଷ୍ଟା ଥୋରିଆ ସମାଜ ତରଫରୁ ରୀତି ନୀତି ଅନୁଯାୟୀ ବଳଦ ଯାତ୍ରା ଅନୁକୂଳ କରିଥିଲା । ସମୁଦାୟ ୩୧ ଟି ବଳଦ ଓ ଦୁଇଟି ଷଣ୍ଢ ଗୁଜୁରୀ ହାଟ ରୁ ଯାତ୍ରା ଆରମ୍ଭ କରି ସହର ପରିକ୍ରମା କରିଥିଲେ। ଏକାଦଶୀ ସନ୍ଧ୍ୟାରେ ପାଲା ମଣ୍ଡପ ଠାରେ ଚିତାକର୍ଷକ ରାବଣ ପୋଡ଼ି ଓ ଆତସବାଜି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା, ନଗରପାଳ ଶୁଭେନ୍ଦୁ କୁମାର ସାହୁ,ବଳଦ ଯାତ୍ରା ମୁଖ୍ୟ ଦିଲ୍ଲୀପ ଦାସ ,ବିଜେପି ନେତା ନବକିଶୋର ଗୁରୁ ,ଅରୁଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ରାତ୍ର ୭ଘଟିକା ସମୟରେ ଆରମ୍ଭ ହୋଇଥିଲା ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ର ଅନ୍ତିମ ପର୍ବ ତଥା ମା ଦୁର୍ଗା ଙ୍କ ଭସାଣି ଶୋଭାଯାତ୍ରା। ଏଥିରେ ସମୁଦାୟ ୩୦ ଟି ବଳଦ,୨ ଟି ଷଣ୍ଢ,୧୧ ଟି ଦୁର୍ଗା ମେଢ଼ ଓ ୨ ଟି ହର ପାର୍ବତୀ ମେଢ଼ ସାମିଲ ହୋଇଥିଲେ।ପାରମ୍ପରିକ ବାଦ୍ୟ , ଲୋକ ନୃତ୍ୟ ଓ ଡିଜେ ସାଉଣ୍ଡ ର ତାଳେ ତାଳେ ଯୁବ ଗୋଷ୍ଠୀ ମତୁଆଲା ନୃତ୍ୟ କରିଥିଲେ । ଦୁର୍ଗା ମେଢ଼ ସବୁ କାଳୀ ବଜାର ଠାରେ କ୍ରମାନ୍ୱୟରେ ଭୋର ପର୍ଯ୍ୟନ୍ତ ରହି ବଳଦ ଯାତ୍ରାରେ ସାମିଲ ହୋଇ ନ ପାରି କର୍ମକର୍ତ୍ତା ମନେ ଅସନ୍ତୋଷ ପ୍ରକାଶ କରି ବିସର୍ଜନ କରିଦେଇଥିଲେ । ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ/ ଦର୍ଶକ ଅଶ୍ରୁଳ ମା ଙ୍କ ଦର୍ଶନ କରି ନପାରି ପ୍ରଶାସନ ଓ ଶାନ୍ତି କମିଟି କୁ ଦୋଷାରୋପ କରିଥିଲେ ।କାମାକ୍ଷାନଗର ଏସ ଡି ପି ଓ ଙ୍କ ତତ୍ତ୍ଵାବଧାନରେ ୫୦ ରୁ ଉର୍ଦ୍ଧ୍ବ ପୋଲିସ ଅଫିସର,୫ ପ୍ଲାଟୁନ ଫୋର୍ସ ଓ ଶାନ୍ତି କମିଟି ସଦସ୍ୟ ମାନେ ଯାତ୍ରାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ତେବେ ଶାନ୍ତି କମିଟି ର ନିଷ୍ପତ୍ତି ଅନୁଯାୟୀ ପ୍ରଶାସନ ସକାଳ ୭ ଘଟିକା ସମୟରେ ସାଉଣ୍ଡ ବନ୍ଦ କରି ଦେଇଥିଲା ।

କାମାକ୍ଷାନଗରରେ ଧୁମ୍ ଧାମରେ ପାଳିତ ହେଲା କୁମାର ପୂର୍ଣ୍ଣିମା ପର୍ବ

କାମାକ୍ଷାନଗର- କାମାକ୍ଷାନଗର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ କୁମାର ପୂର୍ଣ୍ଣିମା ପର୍ବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ପର୍ବ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ନିଦର୍ଶନ। ପରମ୍ପରା କଣ କୁହେ: କୁମାରୀ ଝିଅମାନେ ଆଶ୍ୱିନ ମାସର ପ୍ରଥମାର୍ଦ୍ଧରୁ ନିଜ ଭାଇର ଦୀର୍ଘାୟୁ ଓ ମଙ୍ଗଳ କାମନା କରି ସନ୍ଧ୍ୟା ସମୟରେ ତୁଳସୀ ଚଉରା ମୂଳରେ କଳସ ବସାଇ,ମୁରୁଜ ପକାଇ,ଫୁଲ-ଚନ୍ଦନ ଦେଇ କୁମାର ଦେବତାଙ୍କୁ ପୂଜାର୍ଚନା କରିଥାନ୍ତି। ପୂର୍ଣ୍ଣିମା ଦିନର ବିଶେଷତ୍ୱ: ଆଶ୍ୱିନ ପୂର୍ଣ୍ଣିମା ତଥା କୁମାର ପୂର୍ଣ୍ଣିମାର ସନ୍ଧ୍ୟାରେ କୁମାରୀ ଝିଅମାନେ ନୂଆ ବସ୍ତ୍ର ପରିଧାନ କରି ଚଉରା ମୂଳରେ ଏକାଠି ହୋଇଥିଲେ। ସେଠାରେ ବିଭିନ୍ନ ପ୍ରକାର ପିଠା – ଯେପରିକି ଏଣ୍ଡୁରୀ,କାକରା,ମଣ୍ଡା,ଆରିସା ଆଦି ସୁସ୍ୱାଦୁ ପିଠା ଭୋଗ ଲଗାଇ ପୂଜା କରିଥିଲେ। ପରେ ଭାଇ-ଭଉଣୀ ମିଳିମିଶି ଖୁସିରେ ପର୍ବ ପାଳନ କରିଥିଲେ। ସହରରୁ ଗାଁ ଯାଏ ଉତ୍ସାହ: କେବଳ ସହର ନୁହେଁ,କାମାକ୍ଷାନଗର ବ୍ଲକର ବିଭିନ୍ନ ପଞ୍ଚାୟତର ଗ୍ରାମାଞ୍ଚଳରେ ମଧ୍ୟ ଝିଅମାନେ ଏହି ପର୍ବକୁ ବହୁତ ଉତ୍ସାହର ସହ ପାଳନ କରିଛନ୍ତି। ଏହି ପର୍ବ ଭାଇ-ଭଉଣୀ ମଧ୍ୟରେ ସ୍ନେହ,ଶ୍ରଦ୍ଧା ଓ ସମ୍ପର୍କକୁ ଆହୁରି ମଜବୁତ କରିଥାଏ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ରୁ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ରାଣୀ ଦୂର୍ଗା ନଦୀର ବ୍ରିଜ ସଙ୍କଟାପନ୍ନ ଅବସ୍ଥାରେ

masiha

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଦୁଇଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

masiha

ଶ୍ରାବଣ ମାସରେ ଶୁଖିଲା ପଡିଛି ପୋଖରୀ

Sunil Chandra Nayak

Leave a Comment

error: Content is protected !!