ରାଜପୁର ଗ୍ରାମରେ ଡୋକରି ଦେବୀଙ୍କ ଦଶହରା ପର୍ବ ଓ ଝାମୁ ଯାତ୍ରା ଅନୁଷ୍ଠିତ
ଜୁନାଗଡ ୨୬/୧୦ ( ମନୀସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ରାଜପୁର ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡୋକରି ଦେବୀଙ୍କ ୮୩ ତମ ଦଶହରା ପର୍ବ ବା କୁମ।ରୋତ୍ସବ ଓ ଝାମୁଯାତ୍ରା ଅନୁଷ୍ଟିତ ହୋଇଯାଇଛି ।ଡୋକରି ଦେବୀଙ୍କ ଦଶହରା ପର୍ବ ସମୟରେ ମହାମ।ୟୀ ଅଷ୍ଟମୀ ଦିନରେ କର୍ଲ।ପାଟ ପୀଠରୁ ଆଜ୍ଞାମାଳ ଅଣ।ଯାଇ ବିଜୟାଦଶମୀ ଦିନରେ ମାଙ୍କ ମାଳ ପୀଠରେ ପହଞ୍ଚି ଥିଲା ।କୁମ।ରୋତ୍ସବ ଦିନରେ ଡୋକରି ଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସକାଳ ଛଅ ଟାରେ ଶୁଭ ଖମ୍ବ ସ୍ଥାପନ କରାଯାଇଥିଲା ।ମା ଡୋକରି ଦେବୀ ଓ ବୁଢା ରାଜା ଦୁହେଁ ଝାମୁଯାତ୍ରାରେ ଅଗ୍ନି ପରୀକ୍ଷା ଦେଇଥିଲେ ।ଏହା ପରେ ଦୁହେଁ ନଗରପରିକ୍ରମା କରିଥିଲେ ।ରାତିରେ ଡୋକରି ଦେବୀଙ୍କୁ ରାଜପୁର ଯୁବରାଜ ଅନୀଲ ସିଂ ଦେଓ ତାଙ୍କ ଇଷ୍ଟ ଦେବୀଙ୍କୁ ଅଖଣ୍ଡ ଜ୍ୟୋତି ପ୍ରଦାନ କରିଥିଲେ ।ମଧ୍ୟ ରାତ୍ରିରେ ମାନସିକ କରିଥିବା ଲୋକେ ମାଙ୍କୁ ଗଡ଼ର।,ବୋଦ। ଆଦି ବଳି ଦେଇଥିଲେ ।ପୂଜକ କମଳାକାନ୍ତ ପୁଝାରି ,ପ୍ରମୋଦ ପୁଝାରି ଏବଂ ଶାନ୍ତନୁ ପାଣିଗ୍ରାହୀଙ୍କ ନେତୃତ୍ୱରେ ସମସ୍ତ ପୂଜାବିଧି ରୀତିନୀତି ଅନୁସାରେ କରାଯାଇଥିଲା । ସନ୍ଧ୍ୟାରେ ଯୁବରାଜ ଅନୀଲ ସିଂଦେଓ ଙ୍କ ନେତୃତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର , ବରିଷ୍ଟ ଆଇନଜୀବୀ ତଥା ସମ।ଜସେବୀ ଦୁର୍ଗା ପ୍ରସାଦ ନ।ଏକ ,ପଞ୍ଚାୟତ ସମିତି ଅଧକ୍ଷ। ସବିତା ମେହେର , ସରପଞ୍ଚ ସଂଘ ସଭାପତି ତାରାଶଙ୍କର ରାୟଗୁରୁ ପ୍ରମୁଖ ଯୋଗଦାନ କରି ଏହାର ଶୁଭ ଉଦଘାଟନ କରିଥିଲେ ।ପରେ ନୂତନ ଓ ପୁରାତନ ଘୁମୁରା ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା ।ଆୟୋଜନ କମିଟିର ସଭାପତି ଗଜିନ୍ଦ୍ର ମାଝି ,ଉପ ସଭାପତି ଲୋକନାଥ ନ।ଏକ ,ସମ୍ପାଦକ ଅଭିରାମ ପ୍ରଧାନୀ , ସହ ସମ୍ପାଦକ ମଳୟ ପ୍ରସାଦ ଗୁରୁ ,କୋଷ।ଧକ୍ଷ ଗମ୍ଭୀର ଠେଲା ପ୍ରମୁଖ ମୁଖ୍ୟ ଦାୟିତ୍ୱ ବହନ କରିଥିଲେ ।ଘୁମୁରା ପ୍ରତିଯୋଗିତାରେ ବିଚାରକ ଭାବେ ମନୋଜ କୁମାର ଠେଲା ,ଲଳିତ ପ୍ରସାଦ ଠାକୁର ,ସତ୍ୟ ଗୁରୁ ଏବଂ ଦାଶରଥି ପୁରୋହିତ ଦାୟିତ୍ୱ ଗ୍ରହଣ କରିଥିଲେ ।ରଙ୍ଗୀନ ଘୁମୁରା ପ୍ରତିଯୋଗିତାରେ ପର୍ଲ। ନୂଆଗୁଡା ପ୍ରଥମ ,ଲୁହା ବାହାଲ ଦ୍ୱିତୀୟ ଏବଂ ଆମ୍ବ ଗୁଡା ତୃତୀୟ ସ୍ଥାନ ଅଧିକାର କରିଥିଲେ ।ପୂରାତନରେ ସିର୍ଲିଗୁଡା ଭବାନୀପାଟଣା ପ୍ରଥମ ,ରାଜାମୁଣ୍ଡ। ଦ୍ୱିତୀୟ ଏବଂ ଦଣ୍ଡ ପାଟ ମୋଟେର ତୃତୀୟ ସ୍ଥାନ ଅଧିକାର କରିଥିଲେ ।ସ୍ଥାନୀୟ ସମ।ଜସେବୀ ନାରାୟଣ ପ୍ରସାଦ ପୁରୋହିତ ଙ୍କ ସଭାପତିତ୍ୱରେ ଅନୁଷ୍ଟିତ ପୁରସ୍କାର ବିତରଣ ଉତ୍ସବରେ ବିରିଷ୍ଠ ସମାଜସେବୀ ଦୁର୍ଗାପ୍ରସାଦ ନ।ଏକ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବାବେଳେ ମୁଖ୍ୟ ବକ୍ତା ଭାବେ ଏସ ଏସ କଲେଜ ଅଧକ୍ଷ ମାନସ ରଞ୍ଜନ ପଣ୍ଡା ଯୋଗଦାନ କରିଥିଲେ ।ଏଥିରେ ସମ୍ମାନିତ ଅତିଥିଭାବେ ଶିକ୍ଷାବିତ ବାଲ୍ମୀକି ନ।ଏକ ,ଦିଲୀପ ମେହେର ,ଯୁବ ନେତା କାହ୍ନୁ ଚରଣ ନେଗି , ଦେବେନ୍ଦ୍ର ମେହେର ,ଚିଲିଗୁଡା ଫାଣ୍ଡି ଅଧିକାରୀ ମିନରାଓ ଶବର ,ସୁରେଶ ବାରିକ ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ପ୍ରମୁଖ ଯୋଗଦାନ କରିଥିଲେ ।କାର୍ଯ୍ୟକ୍ରମରେ ଶିକ୍ଷକ ଲଳିତ ପ୍ରସାଦ ଠାକୁର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏଥିରେ ବରିଷ୍ଟ ଶିକ୍ଷକ ଜଗନ୍ନାଥ ମୁଣ୍ଡ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ମେଲୋଡି ,ନାଟକ ରେ ସାରାରାତି ଦର୍ଶକ ଝୁମି ଉଠିଥିଲେ ।ଅନୁଷ୍ଠାନର ତପନ ମାଝି ,ସୁବୋଧ ଠେଲା ,ଶରତ ମାଝି ,ବେଦ ପ୍ରକାଶ ମାଝି ,ଜୟ ଦେବ ଭୋଇ ,କନ୍ଦର୍ପ ନ।ଏକ ପ୍ରମୁଖ ସହଯୋଗ କରିଥିଲେ ।ଜୁନାଗଡ ଥାନା ଓ ଚିଲିଗୁଡା ଫାଣ୍ଡି ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।ଶେଷରେ ଅନୁଷ୍ଠାନର ତପନ କୁମାର ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ ।
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

