ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାସନ ପହଞ୍ଚିଲା ହିତାଧିକାରୀ ନିକଟରେ :ଶହେରୁ ଉର୍ଦ୍ଧ୍ଵ ପାଇଲେ ସେମାନଙ୍କ ଚାରି ପାଞ୍ଚ ମାସର ପ୍ରାପ୍ୟ ଭତ୍ତା  

ତେନ୍ତୁଳିଖୁଣ୍ଟି ୧୧/୦୬/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ବିଡ଼ିଓ ମନୋଜ ପାଣିଗ୍ରାହୀ ପଞ୍ଚାୟତ ପ୍ରତିନିଧି ତଥା ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ର ପ୍ରତିନିଧି ଏବଂ ପି ଇ ଓ , ଗ୍ରାମରୋଜଗାର ସେବକ ସହ ବ୍ଲକ ର ପନ୍ଦର ଟି ଯାକ ପଞ୍ଚାୟତ ଯାଇ ପେନସନ ଯୋଜନା ରେ ହିତାଧିକାରୀଙ୍କ ସମସ୍ୟା ସମାଧାନ କରିଛନ୍ତି। ହିତାଧିକାରୀ ମାନେ ମଧୁବାବୁ ପେନସନ ଯୋଜନା ଓ ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନା କୌଣସି କାରଣରୁ ଯେପରି ଆଧାର ଲିଙ୍କ ନହେବା ହେଉ ଅବା ବାର୍ଦ୍ଧକ୍ୟ ଯୋଗୁଁ ନିଜର ଫିଙ୍ଗର ପ୍ରିଣ୍ଟ ହେଉନଥିବା ଅଥବା ବୟସାଧିକ୍ୟ ଯୋଗୁଁ ବ୍ୟାଙ୍କ କି ଗ୍ରାହକ ସେବା କେନ୍ଦ୍ର ଯାଇ ନ ପାରି ଭତ୍ତା ନପାଇ ଥିଲେ ତାଙ୍କ ନିକଟରେ ପହଞ୍ଚି ସେମାନଙ୍କ ଭତ୍ତା ପ୍ରଦାନ କରିଛନ୍ତି। ଦିବ୍ୟାଙ୍ଗ,ବୃଦ୍ଧ ବୃଦ୍ଧା ପ୍ରାୟ ଶହେରୁ ଉର୍ଦ୍ଧ୍ବ ଙ୍କ ନିକଟରେ ଗତ ତିନି ଦିନରେ ପହଞ୍ଚି ସେମାନେ ପାଇବାକୁ ଥିବା ଚାରି ପାଞ୍ଚ ମାସ ର କିଛି ଜଣ ଙ୍କ ଦୀର୍ଘ ଦିନର ଅସୁବିଧା ଦୂର କରିଛନ୍ତି ବି ଡି ଓ ମନୋଜ ପାଣିଗ୍ରାହୀ। ବ୍ଲକ ର କୁକୁଡ଼ା ବାଇ, କଂଗ୍ରା , କଣ୍ଟା ଗାଁ ଝରିଗୁମ୍ମା ,ଅଞ୍ଚଳଗୁମ୍ମା ,ପରଜା ବାରଙ୍ଗ ପଦର ର ଗତିପୁଟ,ଲମତାଗୁଡା ,ତେନ୍ତୁଳିଖୁଣ୍ଟି ର ଉଦୟ ପୁର , ପାତ୍ର ପୁଟ ଆଦି ପନ୍ଦର ଟି ଯାକ ପଞ୍ଚାୟତ ସରପଞ୍ଚ ସମିତି ସଭ୍ୟ ତଥା ୱାର୍ଡ ସଭ୍ୟ ସଭ୍ୟା ଙ୍କ ସହିତ ନିଜ ଟିମ କୁ ନେଇ ସମାଧାନ କରିଛନ୍ତି। 

କଥା ହେଲା ଦିବ୍ୟାଙ୍ଗ ଯେଉଁ ମାନଙ୍କ ଆଧାର କାର୍ଡ ନ ହୋଇ ପେନସନ ରୁ ବଞ୍ଚିତ ସେମାନଙ୍କ ପାଇଁ କିଛି ସ୍ଥାୟୀ ସମାଧାନ ବାହାର କରିବେ କି? ଯେପରି ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ର ପୋଡ଼ାଗଡ଼ ଗୋପାଳ ହରିଜନ ଯେ କି ନିଜର ସମସ୍ତ ପରିଚୟପତ୍ର ଟ୍ରେନ ରେ ଆସିବା ବେଳେ ହଜାଇ ଦେଇଛନ୍ତି ,ଏଣୁ ସେ ଦିବ୍ୟାଙ୍ଗ ହିତାଧିକାରୀ ହୋଇ ମଧ୍ୟ ଭତ୍ତା ରୁ ବଞ୍ଚିତ। ଦେଖିବାକୁ ରହିଲା ଗୋପାଳର ସମସ୍ୟା କେବେ ସମାଧାନ ହେଉଛି।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଭାଷା ଆଇନ ଉଲ୍ଲଂଘନ ରେ ଓଡ଼ିଆ ଭାଷା ବିକାଶ ମଞ୍ଚ ର ପ୍ରତିବାଦ 

Sunil Chandra Nayak

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଚିନୁ ବହିଦାରଙ୍କ ରାଉରକେଲା ସ୍ୱୟଂଶାସିତ ମହାବିଦ୍ୟାଳୟ ଗସ୍ତ 

masiha

ଲକ୍ଷ୍ମୀପୁର ଠାରେ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୩ ତମ ଜନ୍ମ ଜୟନ୍ତି ପାଳନ ଅବସରରେ ପୁସ୍ତକ ଉନ୍ମୋଚନ 

masiha

Leave a Comment

error: Content is protected !!