କାମାକ୍ଷାନଗର (ମନିସ )11/6/23// ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଲୋଧଣୀ ରଘୁନାଥ ଜୀଉ ଉଚ୍ଚବିଦ୍ୟାପୀଠର ଚଳିତ ବର୍ଷ ସୁବର୍ଣ୍ଣଜୟନ୍ତୀ ଉତ୍ସବ ପାଳନ ହେବ l ସେଥିପାଇଁ ଆଜି ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା l ପୁରାତନ ଛାତ୍ର ତଥା ଅବସର ପ୍ରାପ୍ତ ସୈନିକ ପଙ୍କଜ ଲୋଚନ ଆୟଚ ମଞ୍ଚ ପରିଚାଳନା କରିଥିଲେ l ଏହି ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବିଶ୍ୱାଳ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ସାହୁ, ରମେଶ ଚନ୍ଦ୍ର ସାହୁ, ଦୀନବନ୍ଧୁ ବିଶ୍ୱାଳ, କନ୍ଦରସିଂହl ଗୋପୀନାଥ ଜୀଉ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ତଥା ଏ ବିଦ୍ୟାଳୟ ର ଛାତ୍ର ତ୍ରିନାଥ ବିଶ୍ୱାଳ, ମହାବୀରୋଡ଼ ଯୁକ୍ତ ଦୁଇ କଲେଜ ଅଧକ୍ଷ ତଥା ପୁରାତନ ଛାତ୍ର ଧର୍ମାନନ୍ଦ ସାହୁ,ସ୍କୁଲର ଚେୟାରମ୍ୟାନ ବିରଞ୍ଚିନାରାୟଣ ବିଶ୍ୱାଳ, ଯୁଧିଷ୍ଠିର ପ୍ରଧାନ ଅତିଥି ଭାବେ ଯୋଗ ଦେଇ ନିଜ ନିଜ ର ବକ୍ତବ୍ୟ ରଖିଥିଲେ l ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଧୂମଧାମରେ ପାଳନ କରିବା ପାଇଁ 1973 ମସିହା ଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ସମସ୍ତ ବ୍ୟାଚର ଦୁଇଜଣ ଲେଖାଏଁ କୋଡିନେଟର ରହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ ପାଇଁ ପ୍ରସ୍ତାବ ରହିଥିଲା l ଏହି ଅବସରରେ ସ୍ମରଣିକା ଉନ୍ମୋଚିତ ହେବାସହ ତିନିଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଲୋଧଣୀ, କନ୍ଦରସିଂହl, ପାଟରପଦା ତିନି ପଞ୍ଚାୟତର ସର୍ବପୁରାତନ ହାଇସ୍କୁଲ ହୋଇଥିବା ବେଳେ ଏ ସ୍କୁଲ ରୁ ପ୍ରାୟ 5ହଜାର ଛାତ୍ର ଛାତ୍ରୀ ଅଧୟନ କରି ଆଜି ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ କାମରେ ନିୟୋଜିତ ହୋଇପାରିଛନ୍ତି l ଚଳିତ ମାସ 25 ତାରିଖ ଦିନ ପ୍ରତି ବ୍ୟାଚର ଛାତ୍ରଛାତ୍ରୀଙ୍କୁ ନେଇ ଦ୍ୱତୀୟ ବୈଠକ ଅନୁଷ୍ଠିତ ହେବ l ଏହି ବୈଠକରେ ଅଧିକ ରୁ ଅଧିକ ପୁରାତନ ଛାତ୍ର ଯୋଗ ଦେଲେ ସେଦିନ ସମସ୍ତଙ୍କୁ ଦାଇତ୍ୱ ପ୍ରଦାନ କରାଯିବାକୁ ଆଜିର ବୈଠକରେ ନିଷ୍ପତି ହୋଇଛି l ଶେଷ ରେ ପୁରାତନ ଛାତ୍ର ତଥା ଅଧ୍ୟାପକ ସମୀର ମୁକୁଟ ଧନ୍ୟବାଦ ଅର୍ପଣ କରିଥିଲେ l