ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରବି ଫସଲ ର ବିହନ ଠିକ ସମୟରେ ଯୋଗେଇ ଦେବା ନିମନ୍ତେ ମହିଳା ଜନସୁରକ୍ଷା ମଞ୍ଚ ପକ୍ଷରୁ ଦାବୀପତ୍ର

ତେନ୍ତୁଳିଖୁଣ୍ଟି -୧୧/୦୬/୨୩//  ମହିଳା ଜନସୁରକ୍ଷା ମଞ୍ଚ, ଓଡିଶା ଶ୍ରମଜୀବି ମଞ୍ଚ ଓ ମହିଳା ଶ୍ରମଜୀବି ମଞ୍ଚ ପକ୍ଷରୁ ନିକଟରେ କରା ଯାଇଥିବା ରବିଫସଲ ସର୍ବେକ୍ଷଣ ଅନୁଯାଇ ଓଡିଶା ସରକାରଙ୍କ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଅନ୍ତର୍ଗତ ରବି ଫସଲ ଚାଷୀଙ୍କ ଉପରେ ସକାରାତ୍ମକ ପ୍ରଭାବ ପକେଇଛି । ଓଡିଶା ର ଗଜପତି, ବୌଦ୍ଧ, ଦେବଗଡ଼ ଏବଂ ନବରଙ୍ଗପୁର ଜିଲ୍ଲାର 12ଗୋଟି ବ୍ଲକ ର 4003 ଜଣ ଚାଷୀଙ୍କୁ ନେଇ ସର୍ବେକ୍ଷଣ ରୁ ଜଣାପଡିଛି ଯେ ରାଷ୍ଟ୍ରୀୟ କୃଷିବିକାଶ ଯୋଜନା କେବଳ ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହିନ କରେନାହିଁ ବରଂ ଚାଷୀ ର ଆୟ ବୃଦ୍ଧି ସହିତ ମାଟିର ଉର୍ବରତା କ୍ଷମତା କୁ ବଜାୟ ରଖିବାରେ ଏବଂ ସେମାନଂକୁ ପୁଷ୍ଟିକର ଖାଦ୍ୟ ଯୋଗେଇବାରେ ମଧ୍ୟ ସହାୟକ ହେଉଛି । ସର୍ଭେ ରୁ ଜଣାପଡିଛି ଯେ ମୁଗ, ବିରି, କୋଳଥ, ଏବଂ ଚଣା ଭଳି ଫସଲ ଅନ୍ୟ ଫସଲ ତୁଳନାରେ ଅଧିକ ଲାଭଦାୟକ , ଏହାର ଉତ୍ପାଦନ କରି ଚାଷୀ ଙ୍କ ଲାଭ 29920/- ଟଙ୍କା ହୋଇଥିବା ବେଳେ ଏହାର ପଛକୁ ଥିବା ହରଡ ଓ ବିରି ଭଳି ଡାଲିଜାତୀୟ ଫସଲ ଯାହାର ଚାଷୀ ପିଛା ଉତ୍ପାଦନ ଲାଭ 21231/-ଟଙ୍କା ଅଟେ ଏବଂ ରବି ଫସଲରେ ହେଉଥିବା ଲାଭ ମନରେଗା ଯୋଜନାରେ ଅଶି ଦିନର ମଜୁରୀ ସଂଗେ ସମାନ |ଏହା ସହିତ ଖରିଫ ଫସଲ ତୁଳନାରେ ରବି ଫସଲ ଚାଷ ପ୍ରଣାଳୀରେ ସର୍ବନିମ୍ନ ଜଳସେଚନ ର ଆବଶ୍ୟକତା ହୋଇଥାଏ, ତେଣୁ ସରକାର ଯଦି ଏହି ଚାଷକୁ ପ୍ରୋତ୍ସାହନ ଦିଅନ୍ତି, ତେବେ ରବି ଫସଲ ଚାଷୀଙ୍କ ଜୀବନରେ ଉନ୍ନତି ଆଣିବା ସହିତ ଅଞ୍ଚଳରେ ଅଭାବୀ ସ୍ଥାନାନ୍ତରଣକୁ ରୋକିବାରେ ଏକ ଲାଭଦାୟକ ପଦକ୍ଷେପ ହେବ ଏବଂ ସେପ୍ଟେମ୍ବର ମାସର ଶେଷ ପୂର୍ବରୁ ବିହନ ଯୋଗେଇ ଦେବା ନିମନ୍ତେ ସ୍ଥାନୀୟ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଗଲା ଉକ୍ତ କାର୍ଯ୍ୟକ୍ରମ କୁ ତ୍ରିଲୋଚନ ବାଘ ପରିଚାଳନା କରିଥିଲେ ଏବଂ 6 ଗୋଟି ବ୍ଲକ ର ପ୍ରତିନିଧି ଯୋଗଦେଇଥିଲେ ସଂଗଠନର କର୍ମୀ ଅନିତା ଖରା, ଦିଲ୍ଲୀପ ଛତ୍ରିଆ, ଚନ୍ଦ୍ରଭାନୁ ଭୁକତା, ବିଷ୍ଣୁ, ରାଜୁ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଇସ୍ପାତ ନଗରୀ ରେ ପହିଲିରଜ ଧୁମଧାମରେ ପାଳିତ

masiha

ନିର୍ମାଣଧୀନ ପୋଲ ତଳେ ବାଇକ ଖସି, ଦୁଇ ମୃତ

masiha

ଅର୍ଥ ସାଜିଲା ବାଧକ ପାଠ ପଢା ପାଇଁ

masiha

Leave a Comment

error: Content is protected !!