ଜୁନାଗଡ଼,୧୧/୬(ନି.ପ୍ର)ଜୁନାଗଡ଼ ଚଞ୍ଚରାଭାଡ଼ି ଚର୍ଚ୍ଚ ଖେଳାପଡ଼ିଆ ଠାରେ ଅନୁଷ୍ଠିତ ଗ୍ରାମ୍ୟ ସ୍ଥରୀୟ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ କୁରୁଗୁଡା ଚାମ୍ପିଅନ ହୋଇ ଥିବା ବେଳେ ବାଗଡଙ୍ଗରି ରନର୍ସଅପ ହୋଇ ପୁରସ୍କୃତ ହୋଇ ଥିବା ଜଣା ଯାଇଛି। ଫାଇନାଲ ମ୍ୟାଚରେ ବାଗଡଙ୍ଗରି ଦଳ ୧୧ ଓଭରରେ ସମସ୍ତ ଉଇକେଟ ହରାଇ ୯୬ ରନ କରିଥିବାବେଳେ କୁରୁଗୁଡା ୧୧ ଓଭରରେ ୪ଉଇକେଟ ହରାଇ ୯୭ ରନ କରି ଚାମ୍ପିଅନ ହୋଇଥିଲା।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମେରିଆବନ୍ଧଲି ସରପଞ୍ଚ ଗୀତାଞ୍ଜଳି ଚନ୍ଦନ, ମୁଖ୍ୟବକ୍ତା ପ୍ରେମାନନ୍ଦ ଘି,ପ୍ରମୁଖ ରହି ବିଜେତାଙ୍କୁ ପୁରସ୍କୃତ କରିଥିଲେ।ଏହି କାର୍ଯ୍ୟକ୍ରମରେ ସ୍ୱୟଂ ଚନ୍ଦନ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଚମ୍ପେଲ ବାଗ ଉପେନ୍ଦ୍ର ଚନ୍ଦନ, କୃତିବସ ନାଏକ, ଦେବରାଜ ଚନ୍ଦନ, ନରୋତ୍ତମ ଚନ୍ଦନ, ଉଦ୍ଧବ ଚନ୍ଦନ,ଗଣପତି ଚନ୍ଦନ, ବେଡ଼ବର ଚନ୍ଦନ ବଂଶୀ ପୁଝାରୀ ପ୍ରମୁଖ ସହଯୋଗ କରିଥିଲେ।