ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶର ସୁରକ୍ଷା ଓ ପ୍ଲାଷ୍ଟିକ ବର୍ଜନ ନେଇ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡ/୧୧.୬.୨୩//ରାୟଗଡ଼: ସ୍ଥାନୀୟ ସାଇପ୍ରିୟା ନଗର ଠାରେ ଥିବା ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଟ୍ରଷ୍ଟର ସମ୍ମିଳନୀ କକ୍ଷରେ ସାଇପ୍ରିୟା ନଗରରେ ବାସ କରୁଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯିବା ସହ ବୃକ୍ଷ ରୋପଣ ଓ ଏହାର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ରାୟଗଡ଼ ଶ୍ରୀ ସଞ୍ଜୟ କୁମାର ଦାସ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଡ଼ାକ୍ତର ଶ୍ରୀ ସୁରେଶ କୁମାର, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ବିପିନ ବିହାରୀ ବିଶ୍ଵାଳ, ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ ଓ ଟ୍ରଷ୍ଟର ସଭ୍ୟ ମାନଙ୍କୁ ପରିବେଶର ସୁରକ୍ଷା, ମାନବ ସମାଜରେ ବୃକ୍ଷର କିଭଳି ଆବଶ୍ୟକତା ରହିଛି ସେନେଇ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ବନାଞ୍ଚଳ ଅଧିକାରୀ ଶ୍ରୀ ଦାସ ଉପସ୍ଥିତ ସମସ୍ତଙ୍କୁ ବୃକ୍ଷଚାରା ରୋପଣ କରି ପରିବେଶ ପ୍ରଦୂଷଣ ରୋକିବା ଓ ପ୍ଲାଷ୍ଟିକ ବର୍ଜନ କରବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୨୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ “ପରିବେଶର ସୁରକ୍ଷା ଓ ପ୍ଲାଷ୍ଟିକ ବର୍ଜନ” ବିଷୟ ବସ୍ତୁ ନେ଼ଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଏଥିରେ ଛାତ୍ରୀ ସୁଚିତା ହିଆଁଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଡି. ଶିଖଶୀତା ଭାଲ୍ଲି ଦୂତୀୟ ଓ ହିମାଂଶୁ ଶେଖର ମିଶ୍ର ତୃତୀୟ ସ୍ଥାନ ଅଧିକାର ହାସଲ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ଯୋଗ ଦେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ମୂଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କ ଦ୍ବାରା ସାର୍ଟିଫିକେଟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ସାଇପ୍ରିୟା ୱେଲଫର ଟ୍ରଷ୍ଟର ମହିଳା ସଭ୍ୟା ମହାଶ୍ୱେତା ପାଣିଗ୍ରାହୀ, ଗୀତାରାଣୀ ମିଶ୍ର, ସଭ୍ୟ ସନ୍ୟାସୀ ପାଣିଗ୍ରାହୀ, ଭକ୍ତ ବଲ୍ଲଭ ପଟ୍ଟନାୟକ, ଟି. ଏନ. ରାଓ ଓ ସାମ୍ୱାଦିକ ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ ପ୍ରକାଶ ଥାଉକି ଚଳିତ ବର୍ଷ ଜୁନ ମାସ ୫ ତାରିଖରେ ଭୁବନେଶ୍ଵର ଠାରେ ବିଶ୍ଵ ପରିବେଶ ଦିବସ ପାଳନ ଉପଲକ୍ଷେ ନିଜର ସାମାଜିକ କାର୍ଯ୍ୟକ୍ରମରେ ସାଇପ୍ରିୟା ୱେଲଫର ଟ୍ରଷ୍ଟକୁ “ପ୍ରକୃତି ମିତ୍ର” ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡାଙ୍ଗା ଉକ୍ତ ସମ୍ମାନକୁ ସେଠାରେ ଗ୍ରହଣ କରିଥିଲେ । ଏହି ଅବସରରେ ଉକ୍ତ କାର୍ଯ୍ୟକ୍ରମରେ କେକ୍ କାଟି ଟ୍ରଷ୍ଟର ସଭ୍ୟସଭ୍ୟା ଖୁସି ମନାଇଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅସହାୟ ବିଧବା ବୃଦ୍ଧା ମହିଳାଙ୍କୁ ମିଳୁନି ଅନ୍ତୋର୍ଦୟ ଗୃହ

Sunil Chandra Nayak

ବର ଘରୁ ବାହାରି ଗ୍ରାମ ରେ ବାଜା ବାଣ କରି ଯିବା ବେଳେ ଅଘଟଣ ,ଲୋକଙ୍କୁ ମାଡି ଗଲା ବରକୁ ନେଇ ଯିବାକୁ ଥିବା କାର , ୧୦ ଗୁରୁତର ୧ ମୃତ

Sunil Chandra Nayak

ନରେନ୍ଦ୍ର ଭୋଇ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟର, ଫାଇନାଲରେ ଯୋଗଦେଲେ ବହୁଜନ ସଂଗ୍ରାମ ସମିତି ସଭାପତି ରଂଜନ ଜାଲ

masiha

Leave a Comment

error: Content is protected !!