ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତରାଜ ଉଚ୍ଚବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

 ମସୀହା_୨୧/୦୬_ ଢେଙ୍କାନାଳ ଜିଲ୍ଲା କାମାକ୍ଷlନଗର ନିକଟସ୍ଥ କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟର ରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ମୁଖ୍ୟଅତିଥି , ସହାକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ଓ ମଦନମୋହନ ଜେନା ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ।ଯୋଗଗୁରୁ ଶଙ୍କର୍ଷଣ ପଣ୍ଡା ଯୋଗ , ପ୍ରାଣାୟମ ର ଆବଶ୍ୟକତା ଓ ଏହାର ବ୍ୟବହାରିକ ଗୁଣ ଉପରେ ଆଲୋଚନା କରି ପ୍ରତ୍ୟକ୍ଷଭାବେ ଯୋଗଶିକ୍ଷା ପ୍ରଦାନ କରିଥିଲେ । କ୍ରୀଡ଼ାଶ୍ରୀ ବାନାର୍ଜୀ ମହାନ୍ତି ଙ୍କ ପରିଚାଳନା ରେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ , ଆସନ , ପ୍ରାଣାୟମ ଓ ବ୍ୟାୟାମ ଅଭ୍ୟାସ କରିଥିଲେ । ନିୟମିତ ଯୋଗାଭ୍ୟାସ ଜଣେ ବ୍ୟକ୍ତିକୁ ସୁସ୍ଥ ଓ ନିରୋଗ କରିଥାଏ ଓ ଯୋଗ ସମସ୍ତଙ୍କ ପାଇଁ ସକାରାତ୍ମକ ମନୋଭାବ ଆଣିଥାଏ ବୋଲି ମୁଖ୍ୟଅତିଥି ମତ ରଖିଥିଲେ । ଆଜି ସମଗ୍ର ଦେଶରେ ଯୁବକ ମାନେ ଯୋଗ ପ୍ରାଣାୟମ ମାଧ୍ୟମରେ ଏକାଗ୍ରତା ଓ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ପାଇଁ ଯୋଗର ଆବଶ୍ୟକତା ଉପରେ ପ୍ରଧାନ ଶିକ୍ଷକ ପରାମର୍ଶ ଦେଇଥିଲେ । ଶିକ୍ଷକ ନିରଞ୍ଜନ ସାହୁ ସ୍ୱଗାତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିବା ସହ ଶିକ୍ଷକ ଧ୍ରୁବଚରଣ ସୁନ୍ଦରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସୁରେଶ କୁମାର ବିଶ୍ବାଳ , ଚନ୍ଦ୍ରମଣି ଲେଙ୍କା , ପ୍ରହଲ୍ଲାଦ ସାହୁ , ନିର୍ମଳ ମହାନ୍ତି , ବସନ୍ତ ସାହୁ , ସୌଭାଗ୍ୟ ସାହୁ , ଚିତ୍ତରଞ୍ଜନ ବିଶ୍ୱାଳ , ଶିକ୍ଷୟିତ୍ରୀ କବିତା ରାଉତ , ସୁମିତ୍ରା ଜେନା , ପ୍ରଭାତୀ ସାହୁ , ଗୀତାରାଣୀ ମହାପାତ୍ର , ଜୟସ୍ମିତା ରାଉତ , ଶିକ୍ଷା କର୍ମଚାରୀ ଗିରିଶ ଚନ୍ଦ୍ର ମହାନ୍ତି , ରବିନାରାୟଣ ରାଉତ , ପ୍ରଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ଡିସେମ୍ବର ୨୦, ୨୧ ଓ ୨୨ ତାରିଖରେ ଆରସିସିଆଇ ପକ୍ଷରୁ ବିଜନେସ୍ କନକ୍ଲେଭ ୨୦୨୪

masiha

ମାନ୍ୟବର ମନ୍ତ୍ରୀଙ୍କର ଜନ୍ମ ଦିନ ଅବସରରେ ଡାବୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ ଏବଂ ମାଗଣା ଚା ବଣ୍ଟନ କାର୍ଯ୍ୟକ୍ରମ 

ବିଜାତଳା ବନ ବିଭାଗ କାର୍ଯ୍ଯାଳଳୟରେ କୃଷକ ଦକ୍ଷତା ବୃଦ୍ଧି ତାଲିମ ଶିବିର

Sunil Chandra Nayak

Leave a Comment

error: Content is protected !!