ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖଣ୍ଡ ଭାରତ ହିନ୍ଦୁ ମହାସଭା ପକ୍ଷରୁ ରେଳ ମନ୍ତ୍ରୀ ଆଶ୍ୱିନ ବୈଷ୍ଣବଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର,୨୨/୬/୨୩- ଅନ୍ତର୍ଜାତୀକ ଯୋଗ ଦିବସ ଅବସରରେ କେନ୍ଦ୍ର ରେଳବାଇ ମନ୍ତ୍ରୀ ମାନ୍ୟବର ଅଶ୍ୱିନୀ ବୈଷ୍ଣବ ବାଲେଶ୍ବର ସ୍ଥିତ ପରମିଟ୍ ପଡିଆରେ ଯୋଗ ଅଭ୍ୟସ କରିଥିଲେ । ପରେ ଭୋଗରାଇ ବ୍ଲକର ବାବା ଚନ୍ଦନେଶ୍ୱର ଶୈବପୀଠ ପରିଦର୍ଶନ ପାଇଁ ଯାଇଥିଲେ । ଏହି ସମୟରେ ଭୋଗରାଇ ଥାନା ଛକ ଠାରେ ଅଖଣ୍ଡ ଭାରତ ହିନ୍ଦୁ ମହାସଭାର ସଭାପତି କୌସିକ୍ ଚାନ୍ଦଙ୍କ ତରଫରୁ ମାନ୍ୟବର ମନ୍ତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିବା ସହିତ ଭୋଗରାଇକୁ ରେଳ ସଂଯୋଗୀକରଣର ଏକ ଦାବିପତ୍ର ପ୍ରଦାନ କରିଥିଲେ । ଭୋଗରାଇରୁ ଜଳେଶ୍ବର ରେଳ ଷ୍ଟେସନ ପାଖାପାଖି ପ୍ରାୟ ୪୦ କିଲୋମିଟର ରାସ୍ତା ହୋଇଥିବାରୁ ସାଧାରଣ ଲୋକ ମାନେ ଯିବା ଆସିବାରେ ଅନେକ ସମସ୍ୟା ଭୋଗ କରୁଛନ୍ତି । ଯାହାକୁ ନେଇ ରେଳ ମନ୍ତ୍ରୀଙ୍କୁ ସମସ୍ୟା ବାବଦରେ ଜଣାଇବା ପରେ ସମସ୍ୟାର ତୁରନ୍ତ ସମାଧାନ ପାଇଁ ମାନ୍ୟବର ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ପ୍ରିୟବ୍ରତ ପ୍ରଧାନ, ଅଭିଜିତ ଚାନ୍ଦ, ଅଜୟ କୁମାର ସାହୁ ଏବଂ ବଂଶୀଧର ସାହୁ ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଛତାମହୁଲ ସ୍କୁଲରେ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ପୋଷଣ ପକ୍ଷ ପାଳନ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

ଡକ୍ଟର ଅଜିତ ବେହେରା ପାଇଲେ ସରସ୍ଵତୀ ସମ୍ମାନ

Leave a Comment

error: Content is protected !!