ବାଲେଶ୍ଵର,୨୨/୬/୨୩- ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ଅନ୍ତର୍ଗତ ଜୟୀଗଡ଼ ଗ୍ରାମରେ ବଜ୍ରାଘାତରେ ୪ ବଖରା ଘର ପୋଡି ନଷ୍ଟ ହୋଇଯାଇଛି । ଖବର ସଂଗ୍ରହରୁ ଜଣାଯାଇଛି କି ତା ୨୧/୬/୨୩ ରିଖ ଅପରାହ୍ନରେ ହଠାତ୍ ବର୍ଷା ସହିତ ବଜ୍ରାଘାତ ହୋଇଥିଲା । ଯେଉଁଥିରେ ଗ୍ରାମର ଗୟାଧର ସେଠୀଙ୍କର ୪ ବଖରା ପୋଡି ନଷ୍ଟ ହୋଇଛି । ପ୍ରାଥମିକ ତଦନ୍ତରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ଜଣାପଡିଛି । ତହସିଲ ପ୍ରଶାସନ ତରଫରୁ ତଦନ୍ତ ହେଲେ ସମ୍ପୂର୍ଣ୍ଣ କ୍ଷୟକ୍ଷତିର ପରିମାଣ ଜଣାପଡିବ ବୋଲି ଆଶା କରାଯାଇଛି । ଖଵର ପାଇ ଖଇରା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଘରପୋଡିରେ ପରିବାର ଲୋକେ ସମ୍ପୂର୍ଣ୍ଣ ବେସାହାରା ହୋଇ ପଡିଛନ୍ତି । ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେଵାକୁ ସମ୍ପୃକ୍ତ ଅଞ୍ଚଳବାସୀ ଦାଵି କରିଛନ୍ତି ।।
previous post