ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରିଆଁ କ୍ଲଷ୍ଟରରେ ୧୦୦% ପୋଷାକ ବିତରିତ

ନର୍ଲା (ମନିସ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ କ୍ଲଷ୍ଟରର ୧୨ ଗୋଟି ସରକାରୀ ସ୍କୁଲରେ ଶତ ପ୍ରତିଶତ ପୋଷାକ ବିତରଣ ସମ୍ପନ୍ନ ହୋଇଛି। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ବିଦ୍ୟାଳୟ ପରିଚାଳନା କମିଟିଗୁଡ଼ିକ ଏଥିରେ ପ୍ରମୁଖ ଭୂମିକା ନିର୍ବାହ କରି ଟେଣ୍ଡର ମାଧ୍ୟମରେ ଉତ୍ତମ ମାନର ପୋଷାକ ଚୟନ କରିଥିବା ସୂଚନା ମିଳିଛି। ଅର୍ଜୁନ ଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ହିମାଦ୍ରୀ ଭୋଇ, ଚିଆଁପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗଦୀଶ ପ୍ରସାଦ ସାହୁ, ଡଙ୍ଗରଗୁଣ୍ଡରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭଗବାନ ମାଝୀ, ଦେଣ୍ଡୋଗୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମହେନ୍ଦ୍ର ଶବର, ଗୋଖରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁକଦେବ ସାହା, ମହୁଲପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିନ୍ତାମଣି ନାଗ, ନୂଆପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କ୍ଷୀରସିନ୍ଧୁ ବାଗ, ଫତକାବାହାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ସାହୁ, ସାନଗୁଣ୍ଡରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପାଳ ଚନ୍ଦ୍ର ଭୋଇ, ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ସାହା, ସୁଜିପଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୃତାଞ୍ଜଳ ସାହୁ, ଟୋଳବ୍ରାହ୍ମଣୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲମ୍ବୋଦର ବେହେରାଙ୍କ ତତ୍ତ୍ୱାବଧାନରେ ପୋଷାକ ବିତରଣ କରାଯାଇଥିବା ବେଳେ ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ, ସଦସ୍ୟ ସଦସ୍ୟା, ଅଭିଭାବକ, ସ୍ଥାନୀୟ ଜନପ୍ରତିନିଧି, ଶିକ୍ଷାବିତ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ଦୁଇହଳ ପୋଷାକ ଦିଆଯାଇଛି। ଖୁବଶୀଘ୍ର ସେମାନଙ୍କୁ ଟି-ସାର୍ଟ, ଟ୍ରାକ୍ ପେଣ୍ଟ, ଜୋତା ଓ ପରିଚୟ ପତ୍ର ପ୍ରଦାନ କରାଯିବ ଏବଂ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୋଷାକ ବିତରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି କ୍ଲଷ୍ଟର ସଂଯୋଜକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।

ନର୍ଲାରୁ ଦୀପକ ଠାକୁରଙ୍କ ରିପୋର୍ଟ

Related posts

ଦିବ୍ୟ ହୃଦୟ ବିଦ୍ୟାଳୟ ର ଛାତ୍ରୀ ଙ୍କୁ ମିଳୁନି ଆହାର

masiha

World Telecommunication and Information Society Day was observed 

ଅସୁରଗଡର ପ୍ରସିଦ୍ଧ ରାମଲୀଳା ନାଟକ ମଞ୍ଚସ୍ଥ

masiha

Leave a Comment

error: Content is protected !!