ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଟିତ

ଭବାନୀପାଟଣା -15/07-(ରୁପ୍ରା ପ୍ରତିନିଧି ଙ୍କ ରିପୋର୍ଟ )ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଉପର କଣ୍ଟାବାଞ୍ଜି ଉ. ପ୍ରା. ବିଦ୍ୟାଳୟ ଠାରେ ଶନିବାର ତେନ୍ତୁଳୀଖୁଣ୍ଟି କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ଜଗଦିଶ ଚନ୍ଦ୍ର ମୁଣ୍ଡ ଯୋଗ ଦେଇଥିଲେ l ନିପୁଣ ଭାରତ ଯୋଜନା ଅନ୍ତର୍ଗତ ମୌଳିକ ସାକ୍ଷରତl ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ର ସଫଳ ରୂପାୟନ, ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ଶିକ୍ଷଣ ଦକ୍ଷତା ବୃଦ୍ଧି, ଶିକ୍ଷଣ ସାମଗ୍ରୀ ର ଉପଯୁକ୍ତ ବ୍ୟବହାର ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ଚଳିତ ଶିକ୍ଷା ବର୍ଷର ଏହା ପ୍ରଥମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ l 2026-27 ସୁଦ୍ଧା ପ୍ରତ୍ୟେକ ପିଲା ତୃତୀୟ ଶ୍ରେଣୀ ସମାପ୍ତି ବେଳକୁ ପଢିବା, ଲେଖିବା ଓ ସଂଖ୍ୟାଜ୍ଞାନରେ ସ୍ଥିରୀକୃତ ଦକ୍ଷତା ହାସଲ କରିବେ l ପ୍ରାକ -ବିଦ୍ୟାଳୟ ଓ ପ୍ରଥମ ଶ୍ରେଣୀ ମଧ୍ୟରେ ଏକ ଦୃଢ ସଂଯୋଗ ସ୍ଥାପନ କରିବା l ଶିକ୍ଷାକୁ ସାମଗ୍ରିକ, ସମନ୍ୱିତ, ଅନ୍ତର୍ନିବେଶି, ଆନନ୍ଦଦାୟକ କରିବା ସହ ଶିକ୍ଷାର୍ଥୀ ଙ୍କ ସମ୍ପୃକ୍ତିକୁ ନିଶ୍ଚିତ କରିବା ଏଫ. ଏଲ. ଏନ. କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ମୁଖ୍ୟ ଅତିଥି କହିଥିଲେ l ତେନ୍ତୁଳୀଖୁଣ୍ଟି କ୍ଲଷ୍ଟର ସି. ଆର. ସି. ସି. ସୂର୍ଯ୍ୟନାରାୟଣ ମହାନ୍ତି ମାଗଣା ପୋଷାକ, ଇଉଡାଇସ, ସ୍କୁଲ ଡାଏରୀ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କରେ ଆଲୋଚନା କରିଥିଲେ l ବୈଠକରେ ପ୍ରଧାନଶିକ୍ଷକ ଏମ. ନାଗେଶ୍ୱର ରାଓ ଦୋରା, ପ୍ରତାପ ପଣ୍ଡା, ପ୍ରଶାନ୍ତ ଖମାରୀ ସମେତ ତେନ୍ତୁଳୀଖୁଣ୍ଟି କ୍ଲଷ୍ଟର ର ସମସ୍ତ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l ବୈଠକକୁ ଭୀମଡ଼ଙ୍ଗା ସ୍କୁଲ ର ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ମାଝୀ ପରିଚାଳନା କରିଥିଲେ ଓ କଣ୍ଟାବାଞ୍ଜି ସ୍କୁଲ ର ପ୍ରଧାନଶିକ୍ଷୟିତ୍ରୀ ସରୋଜିନୀ ହୋତା ଧନ୍ୟବାଦ ଦେଇଥିଲେ l

ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଖଡ଼ିଆଳ ବିଧାୟକ କାର୍ଯ୍ୟାଳୟ ସମ୍ମୁଖରେ ରଙ୍ଗର ପର୍ବ ହୋଲି ପାଳିତ

Sunil Chandra Nayak

ବିପଦସଙ୍କୁଳ ଅବସ୍ଥାରେ ନୂଆଗାଁ ପୋଲ

masiha

ରାଜ୍ଯ ସରକାର ଙ୍କୁ ଚରମ ପତ୍ର ପ୍ରଦାନ କଲା ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ

Leave a Comment

error: Content is protected !!