ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

ଡାବୁଗାଁ, ୧୭/୭ (ମ॰ନି॰ସ॰)- ଶ୍ରାବଣ ମାସର ୨ୟ ସୋମବାର ରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କେଲିଆ ଶୈବ ପୀଠରେ ସକାଳୁ ବୋଲ ବମ ଭକ୍ତଙ୍କ ଭିଡ ଜମିଥିଲା | ଆଜି ଭୋରରୁ ୩ ଘ॰ କେଲିଆ ଶୈବ ପୀଠରେ ବିକ୍ତ ମାନେ ପହଞ୍ଚି ଧାଡି ବାନ୍ଧି ଜଣେଜଣେ ବାବା ଝଡେଶ୍ଵର ମହାଦେବଙ୍କ ଉପରେ ଜଳ ଢାଳି ଅଭିଷେକ କରି ପୂଜାର୍ଚ୍ଚନା କରିଥିଲେ | ଶାନ୍ତି ଶୃଙ୍ଖଳାର ସହ କାଉଡିଆ ମାନେ ଶ୍ରୀ ଝଡେଶ୍ଵର ମହାଦେବଙ୍କୁ ଜଳ ଲାଗି କରିବା ସହ ଦର୍ଶନ କରିଥିଲେ | ଏଥିରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା | ଏଠାରେ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ଵ ଭକ୍ତ ଙ୍କ ସମାଗମ ହୋଇଥିଲା | ଏହା ସହ ଡାବୁଗାଁ, ବିରିସୋଲା , ଜୁନାପାଣି ଶିବ ମନ୍ଦିରରେ ମଧ୍ୟ କଉଡିଆ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା | ବିଭିନ୍ନ ଶୈବପୀଠ ମାନଙ୍କରେ ଭକ୍ତ ମାନଙ୍କ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ପକ୍ଷରୁ ପୋଲିସ ମୁତୟନ କରଯାଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆଜି ଅଶୋକାଷ୍ଟମୀ, ମାଉସୀ ଘର ଯିବେ ଶ୍ରୀଲିଙ୍ଗରାଜ

Sunil Chandra Nayak

ପାହାଡ଼ ଶିଖରରେ ଡୋକରି ଦେବୀଙ୍କ ଚୈତ୍ର ଯାତ୍ରା ରେ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

masiha

ଜୁନାଗଡ ସତସଙ୍ଗ କେନ୍ଦ୍ର ରେ ଠାକୁର ଅନୁକୂଳଚନ୍ଦ୍ର ଙ୍କ ଜନ୍ମ ମହୋତ୍ସବ ଓ ପ୍ରତିଷ୍ଠା ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!