ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ରେ ଦୁଇ ଦିବସୀୟ ବାହୁଡା଼ ଯାତ୍ରାରେ ବାହୁଡିଲେ ଦାରୁବ୍ରହ୍ମ 

ମୟୂରଭଞ୍ଜ – (ମସିହା )ଉତ୍ତର ଓଡ଼ିଶାର ସିମାନ୍ତ ରାଇରଙ୍ଗପୁର ପ୍ରସିଦ୍ଧ ଦୁଇ ଦୀବସୀୟ ବାହୁଡା଼ ଯାତ୍ରା ମହା ସମାରୋହରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ତଥା ରତ୍ନବେଦୀ ରୁ ଆଡ଼ପ ମଣ୍ଡପରେ ଲୀଳା ସାରି ଆଷାଢ଼ ଶୁକ୍ଳ ଦଶମୀରେ ନିଜର ରତ୍ନବେଦୀ କୁ ବାହୁଡ଼ି ଛନ୍ତି ବ୍ରହ୍ମାଣ୍ଡ ଠାକୁର ।ପ୍ରଥମ ଦିନ ପୂର୍ବାହ୍ନରେ ଆଡ଼ପ ମଣ୍ଡପରେ ଠାକୁରଙ୍କ ରୀତି ନୀତି ପୂଜା ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ଏବଂ ସହଯୋଗୀ ଙ୍କ ଦ୍ଵାରା ସଂପନ୍ନ ପରେ ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ମଧ୍ୟାହ୍ନ ରେ ରଥାରୁଢ଼ ହୋଇଥିଲେ ।ଅପରାହ୍ନରେ ରଥକମିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଛେରା ପହଁରା ପରେ ଡାହୁକ କୃଷ୍ନବିହାରୀଙ୍କ ପ୍ରତ୍ୟକ୍ଷ ନିର୍ଦେଶନାରେ ଅପରାହ୍ନରେ ମାଉସୀମା ମନ୍ଦିର ନିକଟରୁ ପରଂପରା ଅନୁସାରେ ପୁରୁଷଙ୍କ ଦ୍ବାରା ରଥ ଟଣା ହୋଇ ପୂଜା ଲଜ୍ ପାଖରେ ଅଟକି ଯାଇଥିଲା ।ଦିତୀୟ ଦିନ ଅପରାହ୍ନରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ମହିଳା ମାନଙ୍କ ଦ୍ଵାରା ପୂଜା ଲଜ୍ ରୁ ରଥଖଳା ଜଗନ୍ନାଥ ମାର୍କେଟ ପର୍ଯ୍ୟନ୍ତ ରଥଟଣା ହୋଇଥିଲା ।ହଜାର ହଜାର ମହିଳା ଶ୍ରଦ୍ଧାଳୁ ଯୋଗ ଦେଇ ରଥ ଟାଣିଥିଲେ ।ଶଙ୍ଖ, ହୁଳହୁଳି,ହୋ ଭକତେ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ସହର । ଦୁଇ ଦିନ ଧରି ପାଗ ଖରାପ ସତ୍ବେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।ଦିର୍ଘ ୯ ଦିନ ଧରି ରାଇରଙ୍ଗପୁର ସହର ଜଗନ୍ନାଥ ପରିବେଶ ହୋଇ ଉଠିଥିଲା ।ବାହୁଡ଼ା ଯାତ୍ରାର ପ୍ରଥମ ଦିନରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି,କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି,ସାରସକଣା ପୂର୍ବତନ ବିଧାୟକ ଭାଦବ ହାଁସଦା, ପ୍ରମୁଖ ରଥ ଉପରକୁ ଯାଇ ପୂଜାର୍ଚ୍ଚନା ସହ ସମାଜର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଦେବୋତ୍ତର କମିଟି ଅଧ୍ୟକ୍ଷ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଉପଖଣ୍ଡ ପୋଲିସ ପ୍ରଶାସକ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ତହସିଲଦାର ଚିତ୍ତ ରଂଜନ ମହାନ୍ତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବହୁ ସଂଖ୍ୟକ ପ୍ରଶାସନିକ ଅଧିକାରୀ, ରଥ କମିଟି ସଦସ୍ୟ ବୃନ୍ଦ,ସ୍ବେଛାସେବୀ କଲେଜର ଏନସିସି ଛାତ୍ର ଛାତ୍ରୀ ,ଟାଉନ ଥାନା ଆଇଆଇସି ସ୍ଵର୍ଣଲତା ମିଂଜଙ୍କ ସମେତ ପୋଲିସ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇ ରଥଯାତ୍ରା ଶୃଙ୍ଖଳିତ ବ୍ୟବସ୍ଥା କରିଥିଲେ । ରାଇରଙ୍ଗପୁର ଆଖପାଖ ସମେତ ପଡୋଶୀ ଝାଡଖଣ୍ଡ, ପଶ୍ଚିମବଙ୍ଗରୁ ଵହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଛୁଟି ଆସିଥିଲେ ।ରଥ କମିଟି ତରଫରୁ ରାଇରଙ୍ଗପୁର ବ୍ଳକ ପଡ଼ିଆରେ ରୟାଲ ସର୍କସ, ଏବଂ ମୀନା ବଜାର ଆୟୋଜନ କରା ଯାଇଥିଲା । ଯେଉଁଠାକୁ ବହୁ ସଂଖ୍ୟା ରେ ଶ୍ରଦ୍ଧାଳୁ ରଥ ଦେଖା,କଦଳୀ କିଣା,ଦୋଳି ଖେଳା ଏବଂ ମନ ପସନ୍ଦର ଖେଳନା ଠାରୁ ଘରର ଆବଶ୍ୟକୀୟ ଆସବାବ ପତ୍ର କିଣି ମନ ଖୁସିରେ ଘରକୁ ଫେରିଥିଲେ । ଶାନ୍ତି ଶୃଙ୍ଖଳାର ସହ ରଥ ଯାତ୍ରା ସଂପନ୍ନ ହୋଇଥିବାରୁ ଦେବୋତ୍ତର କମିଟି ଅଧ୍ୟକ୍ଷ / ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ ,ରଥ କମିଟି ଅଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ, ଉପଖଣ୍ଡ ପୋଲିସ ପ୍ରଶାସକ ଶ୍ରୀ ଗୋକୁଳାନନ୍ଦ ସାହୁ ସମସ୍ତ ବାମନଘାଟୀ ଉପଖଣ୍ଡ ବାସୀ ଏବଂ ଜଗନ୍ନାଥ ପ୍ରେମୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଲକ୍ଷ୍ମୀପୁର ଠାରେ ଶ୍ରୀ ଶ୍ରୀ ସଦଗୁରୁ ଶିରିଡ଼ି ସାଇବାବାଙ୍କ ମନ୍ଦିର ପ୍ରତିଷ୍ଠା ମହଉତ୍ସବ ଆରମ୍ଭ 

Sunil Chandra Nayak

ଭୁବନ ରେ ଶିବ ପାର୍ବତୀ ବିବାହ ସମ୍ପନ୍ନ :ବାଈ ନାଚ ସାଙ୍ଗକୁ ବାଜା ବାଣରେ ଦୁଳୁକିଲା ସହର

ଶ୍ରୀ ହନୁମାନ ଜିୟୁ ମନ୍ଦିର ଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

masiha

Leave a Comment

error: Content is protected !!