ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଧକାରେ ଗୁରୁତର ବୃଦ୍ଧାଙ୍କୁ ମିଳିଲାନି ଆମ୍ବୁଲାନ୍ସ , ଘରେ ରହି ଦେସି ଚିକିସ୍ଛା କରୁଛନ୍ତି ପରିବାର

ବନ୍ଧୁଗାଁ ତା,୩୦।୨୩।୨୩, //;କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଜେଣ୍ଡା ପାର୍ତ୍ତିଙ୍ଗି ଗ୍ରାମର ଜଣେ ବୃଦ୍ଧା ବାଇକ ଧକ୍କାର ଶିକାର ହୋଇ ଏବେ ଘରେ ରହି ଦେସି ଚିକିସ୍ଛିତ ହେଉଛନ୍ତି । ବାଉଁଶପୁଟ ଗ୍ରାମ ଠାରୁ ନିଜ ଗ୍ରାମକୁ ଫେରିବା ପାଇଁ ବସକୁ ଅପେକ୍ଷା କରି ଛିଡା ହୋଇଥିବା ବେଳେ ଏକ ମଟର ସାଇକଲ ଚାଳକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସିଏ ରାସ୍ତା କଡରେ ପଡି ଛଟପଟ ହେଉଥିବା ଦେଖି କିଛି ଲୋକ ତାଙ୍କୁ ବନ୍ଧୁଗାଁ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତି କରାଇ ଥିଲେ । ବୃଦ୍ଧାଙ୍କ ବାମ ପାଖ ଗୋଡଟି ଭାଙ୍ଗି ଯାଇଥିବା ଦେଖି ଅଧିକ ଚିକିସ୍ଛା ପାଇଁ ଡାକ୍ତର ତାଙ୍କୁ କୋରାପୁଟ ଜିଲ୍ଲା ମେଡିକାଲ କଲେଜକୁ ନେବା ପାଇଁ ପରାମର୍ସ ଦେଇଥିଲେ । ଗତ ୨୮ ତାରିଖ ଦିନ ଗାଡି ଧକ୍କା   ରେ ଗଡ଼ ଭାଙ୍ଗିଥିବା ମହିଳା ଦିର୍ଘ ଦୁଇଦିନ ସମୟ ଧରି ଅପେକ୍ଷା କରିବା ପରେ ୧୦୮ ଆମ୍ବୁଲାନ୍ସ ନଆସିବାରୁ ଗରିବ ପରିବାର ଅନ୍ୟଗାଡି ଭଡା କରି ଦିର୍ଘ ସହେ କିଲୋମିଟର ଦୁର ମେଡିକାଲ କଲେଜକୁ ନେବାପାଇଁ ସାହସ ଜୁଟାଇ ନପାରି ଶେଷରେ ବାଧ୍ୟ ହୋଇ ବୃଦ୍ଧାଙ୍କୁ ନିଜ ଘରକୁ ନେଇ ଯାଇଥିଲେ । ହେଲେ ବର୍ତମାନ ସୁଧା ଆମ୍ବୁଲାନ୍ସ ନଆସିବାରୁ ଦେସି ଚିକିସ୍ଛା କରିବାକୁ ପରିବାର ଲୋକେ ବାଧ୍ୟ ହୋଇଥିବା କହିଛନ୍ତି । ଏଇଭଳି ଘଟଣା ବାର ବାର ଘଟୁଥିଲେ ମଧ୍ୟ ଜିଲ୍ଲା ପ୍ରସାସନ ନିଘୋଡ ନିଦରେ ସୋଇ ରହିଛି । କୋରାପୁଟ ଜିଲ୍ଲା ଏକ ଆଦିବାସି ଜିଲ୍ଲା ରୁପେ ପରିଚିତ ଥିବା ବେଳେ ଏଠାକାର ଆଦିବାସି ସରକାରଙ୍କ ପ୍ରତ୍ୟେକ ସେବାରୁ ବଞ୍ଚିତ ହେଉଛନ୍ତି । ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଡାକ୍ତର ଖାନା ଅଛି କିନ୍ତୁ ଉଚ୍ଚିତ ସ୍ଵାସ୍ଥ୍ୟ ସେବା ମିଳୁ ନାହିଁ । ଗୁରୁତର ରୋଗିଙ୍କୁ ଡାକ୍ତରଖାନା ନେବା କ୍ଷଣି ଡାକ୍ତର ମାନେ ଜିଲ୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରିଦେଉଛନ୍ତି । ଅନ୍ୟ ପଟେ ରୋଗିର କଷ୍ଟଠୁ ଆମ୍ବୁଲାନ୍ସକୁ ଜଗିବା ସବୁଠୁ ଅଧିକ କଷ୍ଟ ଦେଉଛି । ଥିଲା ବାଲା ଯାହା ଯେମିତି ଅନ୍ୟ ଗାଡି ଭଡା କରି ରୋଗିଙ୍କୁ ଅନ୍ୟତ୍ର ନେଉଥିବା ବେଳେ ଗରିବ ଗୁରୁବା ଭାଗ୍ୟକୁ ଆଦରି ପଡି ରହୁଛନ୍ତି ନଚେତ ଦେସି ମେଡିସିନ୍ କରିବାକୁ ବାଧ୍ୟ ହେଉଛନ୍ତି । ଆଜି ଏଇ ଭଳି ଜଣେ ଗରିବ ବୃଦ୍ଧା ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହୋଇ ଘରେ ପଡି ରହିଥିବା ଏକ ଉଦାହରଣ ସାଜିଛି । ତେଣୁ ଏପରି ସମସ୍ୟା ସବୁ ବେଳେ କଣ ପାଇଁ ଉପୁଜୁଛି ସେଥି ପ୍ରତି ଜିଲ୍ଲା ପ୍ରସାସନର ଦୃଷ୍ଟି ପଡିବା ନିହାତି ଦରକାର ବୋଲି ସାଧାରଣରେ ମତ ପ୍ରକାସ ପାଇଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ମୁନିଗୁଡା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

masiha

ଶତାୟୁ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳ ପ୍ରାର୍ଥନା ସଭାରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ ଛାତ୍ରୀ,ଛାତ୍ର ସମ୍ବର୍ଦ୍ଧିତ 

Sunil Chandra Nayak

ଆସିକା ଥାନା ଏସ ଆଇ ଜ୍ଞାନରଞ୍ଜନ ସେଠିଙ୍କ ପଦୋନ୍ନତି

Sunil Chandra Nayak

Leave a Comment

error: Content is protected !!